ଟ୍ରମ୍ପ ପିଇବେ ମୋଦିଙ୍କ ପସନ୍ଦର ଚା'
Advertisement

ଟ୍ରମ୍ପ ପିଇବେ ମୋଦିଙ୍କ ପସନ୍ଦର ଚା'

ମୋଦିଙ୍କ ପସନ୍ଦର ଚା' ପିଇବେ ଆମେରିକା ରାଷ୍ଟ୍ରପତି...ଟ୍ରମ୍ପଙ୍କ ପାଇଁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ବ୍ୟଞ୍ଜନ...ଆଜି ସାବରମତୀ ଆଶ୍ରମରେ ମଧ୍ୟାହ୍ନ ଭୋଜନ କରିବେ ଟ୍ରମ୍ପ...

ଫାଇଲ ଫଟୋ

ନୂଆଦିଲ୍ଲୀ: ଦୁଇ ଦିନିଆ ଭାରତ ଗସ୍ତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ପରିବାର ସହ ଭାରତ ଗସ୍ତ କରିବାରେ ଟ୍ରମ୍ପ ଆମେରିକାର ପ୍ରଥମ ରାଷ୍ଟ୍ରପତି । ତେବେ ଭାରତ ଗସ୍ତ ବେଳେ ଟ୍ରମ୍ପ କ'ଣ ଖାଇବେ, କୁଆଡ଼େ ଯିବେ, କ'ଣ ସବୁ ଆଲୋଚନା କରିବେ, ସେସବୁ ବିଷୟରେ ଜାଣିବା ପାଇଁ ସମସ୍ତଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି । ଟ୍ରମ୍ପଙ୍କ ଗସ୍ତକୁ ନେଇ ଖାଦ୍ୟପେୟର ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । 

ସୂଚନା ମୁତାବକ, ଟ୍ରମ୍ପକୁ ଭାରତୀୟ ବ୍ୟଞ୍ଜନ ପରଶା ଯିବ । ଆଜି ସାବରମତୀ ଆଶ୍ରମରେ ମଧ୍ୟାହ୍ନ ଭୋଜନ କରିବେ ଆମେରିକା ରାଷ୍ଟ୍ରପତି । ଟ୍ରମ୍ପଙ୍କ ଭୋଜନ ପ୍ରସ୍ତୁତିର ଦାୟିତ୍ୱ ଶେଫ ସୁରେଶ ଖାନ୍ନାଙ୍କୁ ଦିଆଯାଇଛି । ସୁରେଶ ଫର୍ଚ୍ୟୁନ ଲ୍ୟାଣ୍ଡମାର୍କ ହୋଟେଲର ଶେଫ ବୋଲି ଜଣାପଡ଼ିଛି ।  ସୁରେଶଙ୍କ କହିବା ମୁତାବକ, ରାଷ୍ଟ୍ରପତିଙ୍କ ଭୋଜନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ଏଥିରେ ଗୁଜୁରାଟି ବ୍ୟଞ୍ଜନ ମଧ୍ୟ ରହିଛି । 

ମୋଦିଙ୍କ ପସନ୍ଦର ଚା' ପିଇବେ ଟ୍ରମ୍ପ

ସୁରେଶ ଖାନ୍ନାଙ୍କ ସୂଚନା ଅନୁସାରେ, ଟ୍ରମ୍ପଙ୍କୁ ମସଲା ଚା' ଆପାୟିତ କରାଯିବ । ଅଦା ଓ ମସଲାରେ ତିଆରି ଏହି ଚା ମୋଦିଙ୍କ ପସନ୍ଦ । କହିରଖୁଛୁ, ଗତ ୧୭ ବର୍ଷ ହେଲା ଗୁଜୁରାଟକୁ ଯାଉଥିବା ଅତିଥିଙ୍କ ପାଇଁ ବ୍ୟଞ୍ଜନ ପ୍ରସ୍ତୁତ କରିଆସୁଛନ୍ତି ସୁରେଶ । 

ଆହୁରି ପଢ଼ନ୍ତୁ; ଗାନ୍ଧୀଙ୍କ ଗୁଜୁରାଟରେ ମହା ଆଡ଼ମ୍ବରପୂର୍ଣ୍ଣ ଅତିଥି ଆପ୍ୟାୟନ