କଂଗ୍ରେସକୁ ଝଟକା: ରାଜ୍ୟସଭା ନିର୍ବାଚନ ପୂର୍ବରୁ ୨ ବିଧାୟକଙ୍କ ଇସ୍ତଫା

ଜୁନ ୧୯ ତାରିଖରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପୂର୍ବରୁ ନିଜ ପଦରୁ ଇସ୍ତଫା ଦେଇଛନ୍ତି ୨ କଂଗ୍ରେସ ବିଧାୟକ | 

କଂଗ୍ରେସକୁ ଝଟକା: ରାଜ୍ୟସଭା ନିର୍ବାଚନ ପୂର୍ବରୁ ୨ ବିଧାୟକଙ୍କ ଇସ୍ତଫା

ଗାନ୍ଧୀନଗର: ରାଜ୍ୟସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଛି ଜୋରଦାର ଝଟକା | ଗୁଜୁରାଟ ବିଧାନସଭାରେ ବିରୋଧି ଦଳ ଆସନରେ ବସିଥିବା କଂଗ୍ରେସର ୨ ବିଧାୟକ ନିଜ ପଦରୁ ଇସ୍ତଫା ଦେଇଛନ୍ତି | ଯାହାକୁ ବିଧାନସଭା ବାଚସ୍ପତି ରାଜେନ୍ଦ୍ର ତ୍ରିବେଦୀ ସ୍ୱୀକାର କରିସାରିଛନ୍ତି | ବର୍ତ୍ତମାନ ପର୍ଯ୍ୟନ୍ତ ୭ ଜଣ କଂଗ୍ରେସ ବିଧାୟକ ଇସ୍ତଫା ଦେଇ ସାରିଛନ୍ତି | ଚଳିତ ମାସ ୧୯ ତାରିଖରେ ଗୁଜୁରାଟରେ ୪ଟି ରାଜ୍ୟସଭା ଆସନ ପାଇଁ ମତଦାନ ହେବାକୁ ଯାଉଛି | 

କଂଗ୍ରେସ ବିଧାୟକଙ୍କ ଇସ୍ତଫା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଗୁଜୁରାଟ ବିଧାନସଭା ବାଚସ୍ପତି କହିଛନ୍ତି, କାରଗଜ ବିଧାୟକ  ଅକ୍ଷୟ ପଟେଲ ଏବଂ କପରାଡା ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ ଜିତୁ ଭାଇ ଚୌଧୁରୀ ସ୍ୱେଚ୍ଛାକୃତ ଭାବେ ନିଜ ପଦରୁ ଇସ୍ତଫା ଦେଇଛନ୍ତି | ଯାହାକୁ ସ୍ୱୀକାର କରାଯାଇ ସାରିଛି | ପୂର୍ବରୁ ଗତ ମାର୍ଚ୍ଚରେ କଂଗ୍ରେସର ୫ ବିଧାୟକ ଇସ୍ତଫା ପ୍ରଦାନ କରି ସାରିଛନ୍ତି | ମୋଟ ୧୮୨ ଆସନ ବିଶିଷ୍ଟ ଗୁଜୁରାଟ ବିଧାନସଭାରେ ଶାସକ ବିଜେପିର ୧୦୩ ବିଧାୟକ ଅଛନ୍ତି | ଅନ୍ୟପଟେ ବିରୋଧି କଂଗ୍ରେସର ସଦସ୍ୟ ସଂଖ୍ୟା ହ୍ରାସ ପାଇ ୬୬ରେ ପହଞ୍ଚିଛି |

ଜୁନ ୧୯ ତାରିଖରେ ଗୁଜୁରାଟରେ ଖାଲି ପଡିଥିବା ୫ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ | ଏହି ନିର୍ବାଚନରେ ବିଜେପିର ୩ ଏବଂ କଂଗ୍ରେସ ୨ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି | ଶାସକ ବିଜେପି ପକ୍ଷରୁ ଅଭୟ ଭରଦ୍ୱାଜ, ରାମିଲା ବାରା, ନରହରି ଅମୀନ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ବିରୋଧି କଂଗ୍ରେସ ପକ୍ଷରୁ ଶକ୍ତି ସିଂହ ଗୋହିଲ ଏବଂ ଭରତ ସିଂହ ସୋଲାଙ୍କି ରାଜ୍ୟସଭା ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି |