ଭାରତ-ଚୀନ ମଧ୍ୟରେ ଚାଲିଥିବା ବିବାଦର ସମଧାନ କରିବା ଦାୟିତ୍ୱ ଜେନେରାଲ ଯୋଶୀ ଏବଂ ଜେନାରାଲ ସିଂହଙ୍କୁ ମିଳିଛି |
Trending Photos
)
ନୂଆଦିଲ୍ଲୀ: ଭାରତ ଏବଂ ଚୀନ ମଧ୍ୟରେ ଲଦାଖରେ ମୁହାଁମୁହିଁ ହେବା ଘଟଣାରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ କରିବେ ଲେଫ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂହ ଏବଂ ସେନା କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ୱାଇକେ ଯୋଶୀ| ଆସନ୍ତାକାଲି ଦୁଇ ଦେଶ ମଧ୍ୟରେ ଦେଖା ଦେଇଥିବା ସାମରିକ ଉତ୍ତେଜନାକୁ ହ୍ରାସ କରିବା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି | ଉଭୟେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବେ |
ଚୀନ ଭାଷା ସହ ଜଡିତ ଥିବା ଲେଫ୍ଟନାଣ୍ଟ ଜେନେରାଲ ଯୋଶୀ ଲଦାଖ ଠାରେ ନିଜର କମାଣ୍ଡ କରି ସାରିଛନ୍ତି | ତାଙ୍କୁ କାର୍ଗିଲ ଯୁଦ୍ଧ ବେଳେ ବୀର ଚକ୍ର ମିଳିଥିଲା | ସେତେବେଳେ ସେ ୧୩ ଜମ୍ମୁ କାଶ୍ମୀର ରାଇଫଲରେ କମାଣ୍ଡର ଭାବେ କାର୍ଯ୍ୟରତ ଥିଲେ | କାର୍ଗିଲ ଯୁଦ୍ଧକୁ ନେଇ ନିର୍ମିତ ହୋଇଥିବା ଫିଲ୍ମ ଏଲଓଲସି କାର୍ଗିଲରେ ତାଙ୍କର ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ଅଭିନେତା ସଞ୍ଜୟ ଦତ୍ତ |
ଏହି ୟୁନିଟର କ୍ୟାପ୍ଟେନ ବିକ୍ରମ ବତ୍ରା ଏବଂ ରାଇଫଲ ମ୍ୟାନ ସଞ୍ଜୟ କୁମାରଙ୍କୁ କାର୍ଗିଲ ଯୁଦ୍ଧରେ ପରମବୀର ଚକ୍ର ମିଳିଥିଲା | ବ୍ରିଗେଡିୟର ହେବା ପରେ ଜେନେରାଲ ଯୋଶୀ ତାଙ୍ଗସେ ସ୍ଥିତ ବିଗ୍ରେଡ କମାଣ୍ଡ ଦାୟିତ୍ୱ ମିଳିଥିଲା | ଏହି ବ୍ରିଗେଡ ହାତରେ ପେଙ୍ଗାଙ୍ଗ ହ୍ରଦ ଏବଂ ଏବହାର ସନ୍ନିକଟସ୍ଥ ଅଞ୍ଚଳର ସୁରକ୍ଷା ଦାୟିତ୍ୱ ନ୍ୟସ୍ତ କରାଯାଇଛି | ପେଙ୍ଗାଙ୍ଗ ହ୍ରଦରେ ଭାରତ-ଚୀନ ମଧ୍ୟରେ ବିବାଦ ପ୍ରାୟ ସବୁ ସମୟରେ ଲାଗି ରହିଥାଏ |
ଏହା ପରେ ୨୦୦୫-୦୭ ମଧ୍ୟରେ ଚୀନରେ ଭାରତୀୟ ଡିଫେନ୍ସ ଆଟାଚ ରହିଥିବା ଉଭୟ ଦେଶ ମଧ୍ୟରେ ସମରାଭ୍ୟାସ ଆରମ୍ଭ ହୋଇଥିଲା | ମେଜର ଜେନେରାଲ ହେବା ପରେ ସେ ପୁଣି ଥରେ ଲଦାଖ ପ୍ରତ୍ୟାବର୍ତ୍ତନ କରିବା ସହ ତ୍ରିଶୁଳ ଡିଭିଜନର ଦାୟିତ୍ୱ ସମ୍ଭାଳିଥିଲେ | ଏହି ଡିଭିଜନ ହାତରେ ସମଗ୍ର ଲଦାଖ ଦାୟିତ୍ୱ ରହିଛି | ଏହା ପରେ ଜେନେରାଲ ଯୋଶୀ ସେନା ମୁଖ୍ୟାଳୟ ଯିବା ସହ ସେଠାରେ ତାଙ୍କୁ ମିଲିଟାରୀ ଅପରେସନରେ ପୋଷ୍ଟିଂ କରାଯିବା ପରେ ଇନଫ୍ରାଣ୍ଟିର ଡିଜି ହୋଇଥିଲେ | ଅଗଷ୍ଟ ୩୧ ତାରିଖ ୨୦୧୮ରେ ଜେନେରାଲ ଯୋଶୀ ପୁନର୍ବାର ଲଦାଖକୁ ଫେରି ଲେହରେ ୧୪ କର୍ପସର କମାଣ୍ଡର ଦାୟିତ୍ୱ ଗ୍ରହଣ କରିଥିଲେ | ଯେଉଁଠାରେ ସେ ଅକ୍ଟୋବର ୯, ୨୦୧୯ ପର୍ଯ୍ୟନ୍ତ ରହିଥିଲେ | ଏହା ପରେ ସେନାବାହିନୀର ଉତ୍ତର କମାଣ୍ଡର ମୁଖ୍ୟ ଏବଂ ପରେ ଆର୍ମି କମାଣ୍ଡର ହୋଇଥିଲେ ।
ଲେଫ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂଙ୍କୁ ମଧ୍ୟ ସେନା ପଦକ ସହିତ ସମ୍ମାନିତ କରାଯାଇଛି ଯେତେବେଳେ ସେ କ୍ୟାପଟେନ ପଦବୀରେ ରହିଥିଲେ | ପାକିସ୍ତାନୀ ଆଉଟପୋଷ୍ଟର ଏକୁଟିଆ ୨୪ ଘଣ୍ଟା ରହିଥିଲେ | ପରେ ଏହାକୁ ଭାରତୀୟ ସେନା ପକ୍ଷରୁ ମିଲିଟାରୀ ଅପରେସନରେ ଧ୍ୱଂସ କରି ଦିଆଯାଇଥିଲା | ଲେହରେ କୋର କମାଣ୍ଡର ପଦ ଗ୍ରହଣ କରିବା ପୂର୍ବରୁ ଜେନେରାଲ ସିଂ ମିଲିଟାରୀ ଇଣ୍ଟେଲିଜେନ୍ସ ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ | ଯେଉଁଥିରେ ସେ ଚୀନ୍ର ପ୍ରତ୍ୟେକ କାର୍ଯ୍ୟକୁ ଅନୁସନ୍ଧାନ କରିଥିଲେ |