ଅଫେରା ବାଟରେ ଚନ୍ଦନ ଓ ହିମାଂଶୁ...
Advertisement

ଅଫେରା ବାଟରେ ଚନ୍ଦନ ଓ ହିମାଂଶୁ...

ଏକା ବେଳେ ଜଳିଲା ଦୁଇ ସାଙ୍ଗଙ୍କ ଜୁଇ

ଫାଇଲ ଫଟୋ

ପ୍ରେମାନନ୍ଦ ପୁଜାରୀ, ମୋହନା: ଏକା ବେଳେ ଜଳିଲା ଦୁଇ ସାଙ୍ଗଙ୍କ ଜୁଇ । ଏମିତି ଦୁର୍ଘଟଣା ହେଲା ଯେ, ଆରପାରିକୁ ଚାଲିଗଲେ ଗଜପତି ମୋହନା ଥାନା ଚନ୍ଦ୍ରଗିରିର ଦୁଇ ନିବିଡ଼ ସାଙ୍ଗ 
ଚନ୍ଦନ କୁମାର ଘଡ଼େଇ ଓ ହିମାଂଶୁ ପ୍ରଧାନ । ଶେଷରେ ଶବ ବ୍ୟବଚ୍ଛେପ ପରେ ଉଭୟଙ୍କୁ ବିଦାୟ ଦେଇଛି ଚନ୍ଦ୍ରଗିରି । ଶୋକାକୁଳ ପରିବେଶରେ ଶବ ସତ୍କାର କରାଯାଇଛି । ମା' କାନ୍ଦୁଛି, ଗାଁ ଛୁରୁଛି । 

ଶୁକ୍ରବାର ସକାଳୁ ଦୁର୍ଘଟଣା, ସନ୍ଧ୍ୟାରେ ଶବ ବ୍ୟବଚ୍ଛେଦ ପରେ ଗାଁରେ ପହଞ୍ଚିଥିଲା ଦୁଇ ସାଙ୍ଗଙ୍କ ମୃତଦେହ । କାନ୍ଦ ବୋବାଳିରେ ଫାଟି ପଡ଼ୁଥିଲା ପୁରା ପରିବେଶ । ଏମିତି ଯେ ଏକ ଦୁର୍ଘଟଣା ହେବ କିଏ ବା ଜାଣିଥିଲା । ପରିବାର ଲୋକଙ୍କ ଆଖିରେ ଲୁହ ହିଁ ଲୁହ । ଯେଉଁ ବୟସରେ ବାପର କାନ୍ଧରେ କାନ୍ଧ ମିଳାଇ ପୁଅ ଛିଡ଼ା ହୋଇଥାନ୍ତା, ସେ ବୟସରେ ଆରପରିକୁ ଚାଲିଗଲା ।  ଶୋକାକୁଳ ପରିବେଶରେ ଦୁଇ ସାଙ୍ଗକୁ ବିଦାୟ ଦେଇଛି ଚନ୍ଦ୍ରଗିରି । 

ଶୁକ୍ରବାର ସକାଳୁ ବ୍ରହ୍ମପୁରରୁ ବାଇକ ଯୋଗେ ଘରକୁ ଫେରୁଥିଲେ ଦୁଇ ସାଙ୍ଗ ଚନ୍ଦନ ଓ ହିମାଂଶୁ । ହେଲେ ଘରକୁ ଫେରିବା ପୂର୍ବରୁ ବଡ଼ ଧରଣର ଦୁର୍ଘଟଣାର ଶିକାର ହୋଇଥିଲେ । ଗଞ୍ଜାମ ଧର୍ମପୁର ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ସହ ଏମାନଙ୍କ ବାଇକ ଧକ୍କା ହୋଇଥିଲା । ସେହି ବାଇକରେ ମଧ୍ୟ ଦୁଇଜଣ ଥିଲେ । ଘଟଣା ସ୍ଥଳରେ ହିଁ ଚନ୍ଦନ ଆଖି ବୁଜିଥିଲେ । ସେହିପରି ଗୁରୁତର ଅବସ୍ଥାରେ ହିମାଂଶୁଙ୍କ ସମେତ ୩ ଜଣଙ୍କୁ ବ୍ରହ୍ମପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ହିମାଂଶୁଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା । 

ଆହୁରି ପଢ଼ନ୍ତୁ; ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ...