ରାୟଗଡା ଜିଲ୍ଲା ମୁନିଗୁଡା ବ୍ଳକର କାର୍ଯ୍ୟରତ ମହିଳା କିରାଣୀ ନିବେଦିତା ନାୟକ ନିଜ ସ୍ୱାମୀ ଯୁବରାଜ ଚଣ୍ଡୀକୁ ସୁପାରୀ ଦେଇ ହତ୍ୟା କରାଇଥିଲେ ।
Trending Photos
)
ଆର ଉଦୟଗିରି: ଗିରଫ ହେଲେ ଦୁଇ ସୁପାରୀ କିଲର । ଗତ ଜାନୁଆରୀ ୧ ତାରିଖରେ ଅଡବା ଥାନା ନିକଟସ୍ଥ ରାସ୍ତା କଡ଼ରୁ ଜଣେ ଯୁବକଙ୍କ ମୃତ ଶରୀର ଉଦ୍ଧାର ଘଟଣାରେ ସମ୍ପୃକ୍ତ ସୁପାରୀ କିଲର ଦୁଇ ଜଣକୁ ଗିରଫ କରିଛି ପୋଲିସ । ଗିରଫ ଦୁଇ ଜଣ ହେଲେ ଗଞ୍ଜାମ ଜିଲ୍ଲା ଆସ୍କା ଅଞ୍ଚଳର ପ୍ରମୋଦ କୁମାର ବେହେରା ଓ ଅନିଲ କୁମାର ବେହେରା ।
ରାୟଗଡା ଜିଲ୍ଲା ମୁନିଗୁଡା ବ୍ଳକର କାର୍ଯ୍ୟରତ ଅଭିଯୁକ୍ତ ମହିଳା କିରାଣୀ ନିବେଦିତା ନାୟକ ନିଜ ସ୍ୱାମୀ ଯୁବରାଜ ଚଣ୍ଡୀକୁ ସୁପାରୀ ଦେଇ ହତ୍ୟା କରାଇଥିଲେ । ଗତ ଫେବୃଆରୀ ମାାସରେ ସ୍ତ୍ରୀ ନିବେଦିତା ନାୟକ ଓ ପ୍ରେମିକ ସୂଜିତ ମହାପାତ୍ରକୁ ଅଡବା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଆଜି ଆସ୍କା ପୋଲିସ ସହାୟତାରେ ଅଭିଯୁକ୍ତ ଦୁଇ ସୁପାରୀ କିଲରଙ୍କୁ ଅଡବା ପୋଲିସ ଗିରଫ କରିଛି । ଏହି ହତ୍ୟା ଘଟଣାରେ ଅନ୍ୟ ଅଭିଯୁକ୍ତ ବିଜୁ ସାମନ୍ତ ରାୟ ଫେରାର ଥିବା ସୂଚନା ଦେଇଛନ୍ତି ଆର ଉଦୟଗିରି ଏସଡିପିଓ ଅଶୋକ କୁମାର ମହାନ୍ତି ।