ଜମ୍ମୁ କାଶ୍ମୀର ଅନନ୍ତନାଗରେ ଏନକାଉଣ୍ଟର, ୨ ଆତଙ୍କୀ ସଫା

ଉଭୟ ଆତଙ୍କୀ ଲସ୍କରର ବୋଲି ଜଣାପଡ଼ିଛି ।

ଜମ୍ମୁ କାଶ୍ମୀର ଅନନ୍ତନାଗରେ ଏନକାଉଣ୍ଟର, ୨ ଆତଙ୍କୀ ସଫା
ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ଅନନ୍ତନାଗରେ ଏନକାଉଣ୍ଟର । ମୁହାଁମୁହିଁ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ଆତଙ୍କବାଦୀ । ମୃତ ଆତଙ୍କବାଦୀମାନେ ହେଲେ ନୱୀଦ ଭଟ ଓ ଆକିବ ୟାସୀନ ଭଟ । ଉଭୟ ଆତଙ୍କୀ ଲସ୍କରର ବୋଲି ଜଣାପଡ଼ିଛି । ମୃତ ଦେହ ନିକଟରୁ ଏକେ-୪୭ ପିସ୍ତଲ ଜବତ ହୋଇଛି । 

ଏହା ପୂର୍ବରୁ ପୁଲୱାମା ଜିଲ୍ଲାରେ ଗତ ବୁଧବାର ଦିନ ଏନକାଉଣ୍ଟର ହୋଇଥିଲା । ଏହି ଏନକାଉଣ୍ଟରରେ ୩ ଆତଙ୍କବାଦୀଙ୍କୁ ସଫା କରିଥିଲେ ସୁରକ୍ଷାକର୍ମୀ । ମୃତ ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ଆତଙ୍କୀ କମାଣ୍ଡର ମଧ୍ୟ ରହିଥିଲା । 

ଆହୁରି ପଢ଼ନ୍ତୁ; ୱେଲିଂଟନ୍ ଟେଷ୍ଟରେ ଭାରତର ଦୁର୍ବଳ ପ୍ରଦର୍ଶନ