ହ୍ୱାଟସଆପ ଗୁଇନ୍ଦାଗିରି ମାମଲା: ଆନନ୍ଦ ଶର୍ମାଙ୍କ ନେତୃତ୍ୱରେ ସଂସଦୀୟ ସମିତି କରିବ ତଦନ୍ତ

ଗୃହ ମନ୍ତ୍ରାଳୟ ମାମଲାର ସ୍ଥାୟୀ ସଂସଦୀୟ ସମିତିର ଅଧ୍ୟକ୍ଷତା କରୁଛନ୍ତି କଂଗ୍ରେସର ବରିଷ୍ଠ ନେତା ଆନନ୍ଦ ଶର୍ମା । ସେ କହିଛନ୍ତି ଯେ ହ୍ୱାଟସଆପ ଗୁଇନ୍ଦାଗିରି ମାମଲାରେ ନଭେମ୍ୱର ୧୫ରେ ବୈଠକ ହେବ । ଯେଉଁଥିରେ ଏହି ମାମଲାରେ ବିସ୍ତୃତ ଭାବେ ଆଲୋଚନା କରାଯିବ ।

ହ୍ୱାଟସଆପ ଗୁଇନ୍ଦାଗିରି ମାମଲା: ଆନନ୍ଦ ଶର୍ମାଙ୍କ ନେତୃତ୍ୱରେ ସଂସଦୀୟ ସମିତି କରିବ ତଦନ୍ତ
ହ୍ୱାଟସଆପ ଗୁଇନ୍ଦାଗିରି ମାମଲା: ୨ ସଂସଦୀୟ ସମିତି କରିବ ତଦନ୍ତ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ହ୍ୱାଟସଆପ ଗୁଇନ୍ଦାଗିରି ମାମଲାରେ ତଦନ୍ତ କରିବ ସଂସଦୀୟ ସମିତି । କଂଗ୍ରେସ ନେତାଙ୍କ ନେତୃତ୍ୱରେ ୨ ସଂସଦୀୟ ସମିତି ଏହି ମାମଲାର ତଦନ୍ତ କରିବ । ଏହି ସମିତି ଗୃହ ସଚିବ ସମେତ ବିଭିନ୍ନ ନେତାଙ୍କ ଠାରୁ ହ୍ୱାଟସଆପ ମାମଲାରେ ତଥ୍ୟ ସଂଗ୍ରହ କରାଯିବ ।

ଗୃହ ମନ୍ତ୍ରାଳୟ ମାମଲାର ସ୍ଥାୟୀ ସଂସଦୀୟ ସମିତିର ଅଧ୍ୟକ୍ଷତା କରୁଛନ୍ତି କଂଗ୍ରେସର ବରିଷ୍ଠ ନେତା ଆନନ୍ଦ ଶର୍ମା । ସେ କହିଛନ୍ତି ଯେ ହ୍ୱାଟସଆପ ଗୁଇନ୍ଦାଗିରି ମାମଲାରେ ନଭେମ୍ୱର ୧୫ରେ ବୈଠକ ହେବ । ଯେଉଁଥିରେ ଏହି ମାମଲାରେ ବିସ୍ତୃତ ଭାବେ ଆଲୋଚନା କରାଯିବ । ଅନ୍ୟପଟେ ସୂଚନା ଏବଂ ପ୍ରୌଦ୍ୟୋଗିକ ସମ୍ୱନ୍ଧୀୟ ସ୍ଥାୟୀ ସମିତିର ଅଧ୍ୟକ୍ଷ ଶଶି ଥରୁର କହିଛନ୍ତି ଯେ ସାଇବର ସିକ୍ୟୁରିଟି ଏକ ବଡ଼ ବିଷୟ ଓ ଏହା ଉପରେ ସମିତି ସରକାରଠୁ ସ୍ପଷ୍ଟୀକରଣ ମାଗିବ । 

ସେ ଆହୁରି କହିଛନ୍ତି ଯେ, ଆମକୁ କୌଣସି ପରିସ୍ଥିତିରେ ଚୀନ ପରି ଗୁଇନ୍ଦାଗିରି କରୁଥିବା ଦେଶ ହେବାର ଆବଶ୍ୟକ ନାହିଁ । ସାଇବର ସିକ୍ୟୁରିଟିର ଆବଶ୍ୟକତା ରହିଛି । ଆମେ ସରକାରଠୁ ଜବାବ ମାଗିବୁ, ଏହାର ସୁରକ୍ଷା ପାଇଁ ସରକାର କଣ କରି ପାରିବେ । 

ଆପଣଙ୍କୁ ଜଣାଇ ରଖୁଛୁ ଯେ, ଗୁଇନ୍ଦାଗିରି କରିବା ମାମଲାରେ ହ୍ୱାଟସଆପ ଠାରୁ ଜବାବ ମାଗିଥିଲା କେନ୍ଦ୍ର ସରକାର । ସୂଚନା ପ୍ରସାରଣ ମନ୍ତ୍ରାଳୟ ନଭେମ୍ୱର ୪ ମଧ୍ୟରେ ଏହି ଜବାବ ଦେବାକୁ କହିଥିଲା । ଗୁଇନ୍ଦାଗିରି କରିବା କଥା ହ୍ୱାଟସଆପ ମଧ୍ୟ ସ୍ୱୀକାର କରିଛି । ଇସ୍ରାଇଲୀ ସଫ୍ଟୱେୟର ଭାରତରେ ଏକ୍ଟିଭ ଥିଲା । ଏହା ସାହାଯ୍ୟରେ ହ୍ୱାଟସଆପ ୟୁଜର୍ସଙ୍କ ଉପରେ ଗୁଇନ୍ଦାଗିରି କରିଛି । ଇସ୍ରାଇଲ ଏଜେନ୍ସି ଦ୍ୱାରା ପ୍ରସ୍ତୁତ କରାଯାଇଥିବା ପେଗାସୁସ ନାମକ ସ୍ପାଇୱେୟର ମାଧ୍ୟମରେ ସାମ୍ୱାଦିକ ଓ ଏକ୍ଚିଭିଟିସଙ୍କୁ ଉପରେ ଗୁଇନ୍ଦାଗିରି କରିଛି ହ୍ୱାଟସଆପ । ଅନ୍ୟପକ୍ଷେ କମ୍ପାନୀ ଏହା ସ୍ପଷ୍ଟ କରି ନାହିଁ ଯେ ସ୍ପାଇୱେୟର ମାଧ୍ୟମରେ କେତେ ଜଣ ଭାରତୀୟଙ୍କ ଉପରେ ଗୁଇନ୍ଦାଗିରି କରାଯାଇଛି ।

ପେଗାସୁସର ବ୍ୟବହାର କୌଣସି ସାଧାରଣ ବ୍ୟକ୍ତି କରି ପାରନ୍ତି ନାହିଁ । ଏହାର ବ୍ୟବହାର ଏନଏସଓ ଗ୍ରୁପ ସରକାରଙ୍କ ବ୍ୟବହାର ପାଇଁ ନିର୍ମାଣ କରିଛି । ତେବେ ପ୍ରଶ୍ନ ଉଠୁଛୁ ଯେ, ଏହାକୁ ଭାରତୀୟ ସାମ୍ବାଦିକ ଓ ମାନବାଧିକାର ଏକ୍ଟିଭିଟିସଙ୍କ ଗୁଇନ୍ଦା ପାଇଁ କିପରି ବ୍ୟବହାର କରାଯାଇଛି । ଏହାର ଗୁଇନ୍ଦାଗିରି କରିବା ପାଇଁ କିଏ ଅନୁମତି ଦେଇଥିଲେ?   

ମିଳୁଥିବା ସୂଚନାନୁସାରେ, ଏନଏସଓ ଗ୍ରୁପ ଭାରତ ସମେତ ୨୦ଟି ଦେଶର ପ୍ରାୟ ୧୪ ଶହ ରାଜଦୂତ, ନେତା, ସାମ୍ୱାଦିକ, ମାନବାଧିକାର କାର୍ଯ୍ୟକର୍ତ୍ତା ଓ ବରିଷ୍ଠ ସରକାରୀ ଅଧିକାରୀଙ୍କ ଉପରେ ଗୁଇନ୍ଦାଗିରି କରାଯାଇଛି । ଏନଏସଓ ଗ୍ରୁପ ଗୁଇନ୍ଦାଗିରି କରିବା ପାଇଁ ପେଗାସୁସ ସଫ୍ଟୱେୟରର ବ୍ୟବହାର କରାଯାଇଛି । ହ୍ୱାଟସଆପ କହିଛି ଯେ ଯେଉଁ ବ୍ୟକ୍ତିଙ୍କ ଗୁଇନ୍ଦାଗିରି କରାଯାଇଛି, ସେମାନଙ୍କୁ ଆଲର୍ଟ କରଯାଇଥିଲା । ଅନ୍ୟପକ୍ଷେ ବର୍ତ୍ତମାନ ଯାଏ ହ୍ୱାଟସଆପ ଏହି ବ୍ୟକ୍ତିଙ୍କ ନାଁର ଖୁଲାସା କରି ନାହିଁ ।