ପୋଲିସ ଅଧିକାରୀଙ୍କ ସହ ଟିଟୋ ଲିଙ୍କ, ଗିରଫଦାରୀ ଭୟରେ ହେଲେ ଫେରାର !

ରଫଦାରୀ ଭୟରେ ୨ ପୋଲିସ ଅଧିକାରୀ ହେଲେ ଫେରାର

ପୋଲିସ ଅଧିକାରୀଙ୍କ ସହ ଟିଟୋ ଲିଙ୍କ, ଗିରଫଦାରୀ ଭୟରେ ହେଲେ ଫେରାର !
ପୋଲିସ ଅଧିକାରୀଙ୍କ ସହ ଟିଟୋ ଲିଙ୍କ, ଗିରଫଦାରୀ ଭୟରେ ହେଲେ ଫେରାର !

ସରୋଜ ବେହେରା, ଭୁବନେଶ୍ୱର: ଖୋର୍ଦ୍ଧା ବେଆଇନ ଖଣି ଖନନ ମାମଲାରେ କ୍ରାଇମବ୍ରାଂଚ ଜେରାର ସମ୍ମୁଖୀନ ହୋଇଥିବା ଖୋର୍ଦ୍ଧା ସଦର ଥାନା ଅଧିକାରୀ ବିକ୍ରମ ଜେନା ହାଇକୋର୍ଟର ଦ୍ୱାରସ୍ତ ହୋଇଛନ୍ତି । ସମ୍ଭାବ୍ୟ ଗିରଫଦାରୀକୁ ଏଡାଇବାକୁ ସେ ଆଗୁଆ ଜାମିନ ଆବେଦନ କରିଛନ୍ତି । ଗତ ୪ ତାରିଖରେ ସେ ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରିଛନ୍ତି । ଗ୍ୟାଙ୍ଗଷ୍ଟର ଟିଟୋ ଓ ଖଣି ମାଫିଆଙ୍କ ସହ ତାଙ୍କ ଲିଙ୍କ ଆସିବା ପରେ କ୍ରାଇମବ୍ରାଂଚର ଏସଟିଏଫ ବି୍କ୍ରମ ଓ ଖୋର୍ଦ୍ଧା ତହସିଲଦାରଙ୍କୁ ଡାକି ପଚରାଉଚରା କରିଥିଲା । ବିକ୍ରମଙ୍କ ଭଳି ତତକାଳିନ ଖୋର୍ଦ୍ଧା ଥାନା ଅଧିକାରୀ ତଥା ବର୍ତମାନ ବାଲେଶ୍ବର ଜିଲ୍ଲାରେ ନିଯୁକ୍ତି ପାଇଥିବା ରଂଜିତ ସାହୁ ନାମକ ପୋଲିସ ଅଧିକାରୀ ସମ୍ପୃକ୍ତି ମଧ୍ୟ ପଦାକୁ ଆସିଥିଲା । ଏବେ ଦୁ୍ହେଁ ଅଧିକାରଙ୍କ ବିନା ଅବଗତରେ ଛୁଟିରେ ରହିବା ଓ ନୋଟିସକୁ ବେଖାତିର କରିବା ପରେ ଦୁହେଁ ଫେରାର ହୋଇଯାଇଥିବା ନେଇ ଚର୍ଚ୍ଚା ଜୋର ଧରିଛି ।

ଖୋର୍ଦ୍ଧା ବେଆଇନ ଖଣି ଖନନ ମାମଲାରେ କ୍ରାଇମବ୍ରାଞ୍ଚ ଜେରାର ସମ୍ମୁଖୀନ ହୋଇଥିବା ପୂର୍ବତନ ଖୋର୍ଦ୍ଧା ସଦର ଥାନା ଅଧିକାରୀ ବିକ୍ରମ ଜେନା ତଥା ପୂର୍ବତନ ଟାଉନଥାନା ଅଧିକାରୀ ରଞ୍ଜିତ ସାହୁ ନିଖୋଜ । ଗତ ମାସଠାରୁ ଦୁହଁଙ୍କ କୌଣସି ପତ୍ତା ମିଳିପାରୁନାହିଁ । ଖୋର୍ଦ୍ଧା ଓ ବାଲେଶ୍ୱର ଜିଲ୍ଲା ପୋଲିସ ସେମାନଙ୍କୁ ବାରମ୍ବାର ନୋଟିସ କରି କାର୍ଯ୍ୟରେ ଯୋଗ ଦେବାକୁ କହିବା ପରେ ବି ସେମାନଙ୍କ ପକ୍ଷରୁ କୌଣସି ଉତ୍ତର ଆସୁ ନ ଥିବା ଜଣାପଡିଛି । ସେପଟେ ଖଣି ମାମଲାରେ ଜେରାର ସମ୍ମୁଖୀନ ହୋଇଥିବା ବିକ୍ରମ ଜେନା ସମ୍ଭାବ୍ୟ ଗିରଫଦାରୀକୁ ଏଡାଇବାକୁ ଆଗୁଆ ଜାମିନ ଆବେଦନ କରିଛନ୍ତି । ଗତ ୪ ତାରିଖରେ ସେ ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରିଛନ୍ତି । ବିକ୍ରମଙ୍କ ଲିଙ୍କ ଗ୍ୟାଙ୍ଗଷ୍ଟର ଟିଟୋ ଓ ଖଣି ମାଫିଆଙ୍କ ସହ ଆସିବା ପରେ କ୍ରାଇମବ୍ରାଞ୍ଚର ଏସଟିଏଫ ତାଙ୍କୁ ଓ ଖୋର୍ଦ୍ଧା ତହସିଲଦାରଙ୍କୁ ଡାକି ପଚରାଉଚରା କରିଥିଲା । ସେ ସମୟରେ ବିକ୍ରମଙ୍କ ଲିଙ୍କ କଥା ପଦାକୁ ଆସିବା ପରେ ତାଙ୍କୁ ମିଳିବାକୁ ଥିବା ରାଷ୍ଟ୍ରପତି ପରୁସ୍କାର ମଧ୍ୟ ଦିଆଯାଇନଥିଲା । ଏହାପରେ ବିକ୍ରମଙ୍କୁ ଖୋର୍ଦ୍ଧା ପୋଲିସ ମୁଖ୍ୟାଳୟକୁ ବଦଳି ମଧ୍ୟ କରାଯାଇଥିଲା । ଗତ କିଛି ଦିନ ହେବ ସେ ଛୁଟିରେ ରହିଥିବା ବେଳେ ତାଙ୍କ ମୋବାଇଲ ମଧ୍ୟ ବନ୍ଦ ରହିଛି ।

କେବଳ ବିକ୍ରମ ନୁହଁ ଖୋର୍ଦ୍ଧା ଟାଉନଥାନାର ପୂର୍ବତନ ଅଧିକାରୀ ରଞ୍ଜିତ ସାହୁଙ୍କ ମଧ୍ୟ ସମଦଶା ହୋଇଛି । ସେ ମଧ୍ୟ ନିଖୋଜ ଥିବା ବେଳେ ଫେରାର ଥିବା କୁହାଯାଉଛି । ବିକ୍ରମ ଓ ରଞ୍ଜିତଙ୍କ ମତାମତ ପାଇଁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ବି ସମ୍ଭବ ହୋଇପାରିନାହିଁ । ସେପଟେ ତଦନ୍ତ ଚାଲିଥିବାରୁ ଏ ସମ୍ପର୍କରେ ଅଧିକ କିଛି କହିବାକୁ ମନା କରିଦେଇଛନ୍ତି କ୍ରାଇମବ୍ରାଞ୍ଚ ଅଧିକାରୀ । ଖୋର୍ଦ୍ଧା ବେଆଇନ ଖଣି ଖନନ ମାମଲାରେ କେନ୍ଦ୍ରାପଡା ଗ୍ୟାଙ୍ଗଷ୍ଟର ଟିଟୋ ସହ ଏମାନଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି । ଦୁଇ ପୋଲିସ ଅଧିକାରୀଙ୍କ ରହିବା ସମୟରେ ଟିଟୋ ତାଙ୍କ ସହଯୋଗୀଙ୍କୁ ଧରି ସେହି ଅଞ୍ଚଳରେ ଖଣି ଖନନ, ବ୍ରାଉନସୁହର ଓ ବନ୍ଧୁକ କାରୋବାର ଜୋର ଧରିଥିବା ପୋଲିସ ଜାଣିବାକୁ ପାଇଛି । ଏଠାରେ ପ୍ରଶ୍ନ ଉଠୁଛି, ଯଦି ବିକ୍ରମ ଜେନା ଖଣି କାରବାରରେ ସଂପୃକ୍ତ ନାହାନ୍ତି, ତେବେ ତାଙ୍କୁ ନୋଟିସ କରି ଏସଟିଏଫ କ’ଣ ପାଇଁ ତାଙ୍କ ଠାରୁ ସମ୍ମାନଜନକ ରାଷ୍ଟ୍ରପତି ପୁଲିସ ପଦକ ଛଡାଇ ନେଲା ? ଦୁଇ ଦୁଇ ଥର ନୋଟିସ ହେବା ପରେ କାହିଁକି ଫେରାର ହୋଇଯାଇଛନ୍ତି ବିକ୍ରମ । କେବଳ ଫେରାର ନୁହଁ ଗିରଫଦାରୀକୁ ଏଡାଇବାକୁ କାହିଁକି ସେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ଏ ସବୁ ପ୍ରଶ୍ନ ଏବେ ସାଧାରଣରେ ଉଠିବା ଆରମ୍ଭ କରିଛି ।