)
ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ କୁଲଗାମରେ ଏନକାଉଣ୍ଟର । ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ଏଥିରେ ୨ ଆତଙ୍କୀ ନିପାତ ବୋଇଥିବା ଖବର ଆସିଛି । ବର୍ତ୍ତମାନ ଅପରେଶନ ଜାରି ରହିଛି । ଅନ୍ୟ କିଛି ଆତଙ୍କବାଦୀ ଘଟଣାସ୍ଥଳରେ ଲୁଚି ରହିଥିବା ପୋଲିସ ଜାଣଇବାକୁ ପାଇଛି ।
Two terrorists reportedly killed so far; Exchange of fire between security forces & terrorists is underway: Jammu and Kashmir Police https://t.co/NW3NP7FFdw
— ANI (@ANI) April 4, 2020
ସୂଚନା ଅନୁସାରେ, ଆଜି ଭୋରରୁ ଜମ୍ମୁକାଶ୍ମୀର କୁଲଗାମର ମୁଞ୍ଜଗମ ଅଞ୍ଚଳରେ ଏହି ଏନକାଉଣ୍ଟର ଆରମ୍ଭ ହୋଇଛି । ଏଠାରେ ଆତଙ୍କବାଦୀମାନେ ପୋଲିସ ଉପରେ ଆଖିବୁଜା ଗୁଳି ଚଳାଇଥିଲେ । ତେବେ ପୋଲିସ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିପାତ ହୋଇଛନ୍ତି । ପୁରା ଅଞ୍ଚଳକୁ ପୋଲିସ ସିଲ କରି ରଖିଛି । ଯାହା ଖବର ଆସୁଛି ବର୍ତ୍ତମାନ ମଧ୍ୟ ଏନକାଉଣ୍ଟର ଜାରି ରହିଛି ।