ଜମ୍ମୁ-କାଶ୍ମୀରରେ ଟଳିଲେ ୨ ଆତଙ୍କୀ
Advertisement

ଜମ୍ମୁ-କାଶ୍ମୀରରେ ଟଳିଲେ ୨ ଆତଙ୍କୀ

ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ-ସୁରକ୍ଷାକର୍ମୀ ଗୁଳି ବିନିମୟ । ଏଥିରେ ୨ ଜଣ ଆକଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଅପରେସନ ବେଳେ ଅନେକ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି ସୁରକ୍ଷା କର୍ମୀ । ଏବେ ଅପରେସନ ଜାରି ରହିଛି । 

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ-ସୁରକ୍ଷାକର୍ମୀ ଗୁଳି ବିନିମୟ । ଏଥିରେ ୨ ଜଣ ଆକଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଅପରେସନ ବେଳେ ଅନେକ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି ସୁରକ୍ଷା କର୍ମୀ । ଏବେ ଅପରେସନ ଜାରି ରହିଛି । 

ସୂଚନା ମୁତାବକ, ଜମ୍ମୁ-କାଶ୍ମୀର ବନ୍ଦିପୋରାରେ ଚାଲିଛି ଏହି ଗୁଳି ବିନିମୟ । ଏଠାରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ପୋଲିସକୁ କୌଣସି ସୂତ୍ରରୁ ସୂଚନା ମିଳିଥିଲା । ପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲେ । ତେବେ ନିହତ ୨ ଆତଙ୍କୀଙ୍କ ପରିଚୟ ମିଳିନି ।