ଇଣ୍ଡୋ-ଆମେରିକା ନୂଆ ସମ୍ପର୍କ

ମଙ୍ଗଳବାର ଦିଲ୍ଲୀର ହାଇଦ୍ରାବାଦ ହାଉସରେ ଦୁଇ ଦେଶର ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛି । ହାଇଦ୍ରାବାଦ ହାଉସରେ ଚୁକ୍ତି ସ୍ୱାକ୍ଷର ପୂର୍ବରୁ ରାଷ୍ଟ୍ରପତି ଭବନରେ ଆମେରିକା ରାଷ୍ଟ୍ରପତିଙ୍କୁ ଔପଚାରିକ ସ୍ୱାଗତ କରାଯାଇଥିଲା । 

ଇଣ୍ଡୋ-ଆମେରିକା ନୂଆ ସମ୍ପର୍କ
ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ନୂଆ ସୋପାନରେ ଭାରତ ଆମେରିକା ସମ୍ପର୍କ । ଦୁଇ ଦିନିଆ ଗସ୍ତର ଶେଷ ଦିନରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ଯୁଗ୍ମ ପ୍ରେସ କନଫରେନ୍ସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ଼ ଘୋଷଣା କରିଛନ୍ତି  ।  ୩ ଶହ କୋଟି ଇଣ୍ଡୋ-ଆମେରିକା ପ୍ରତିରକ୍ଷା ଚୁକ୍ତି ଉପରେ ମୋହର ଲଗାଇଛନ୍ତି ଟ୍ରମ୍ପ  । 

ଏହି ଡିଲ୍ ଅନୁସାରେ ଭାରତକୁ ଆମେରିକାରୁ ୨୪ ରୋମିୟୋ MH60 ହେଲିକପ୍ଟର ମିଳିବ । ଏହା ସହିତ ୮୦ କୋଟି ଡଲାର ମୂଲ୍ୟର ୬ଟି  64E-AH ଆପାଚେ ହେଲିକପ୍ଟର ମଧ୍ୟ ମିଳିବ । ଦୁଇ ଦେଶ କଠୋରପନ୍ଥୀ ଇସଲାମିକ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ସହମତି ପ୍ରକାଶ ପାଇଛି । 

ମଙ୍ଗଳବାର ଦିଲ୍ଲୀର ହାଇଦ୍ରାବାଦ ହାଉସରେ ଦୁଇ ଦେଶର ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛି । ହାଇଦ୍ରାବାଦ ହାଉସରେ ଚୁକ୍ତି ସ୍ୱାକ୍ଷର ପୂର୍ବରୁ ରାଷ୍ଟ୍ରପତି ଭବନରେ ଆମେରିକା ରାଷ୍ଟ୍ରପତିଙ୍କୁ ଔପଚାରିକ ସ୍ୱାଗତ କରାଯାଇଥିଲା । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଟ୍ରମ୍ପଙ୍କୁ ଗାର୍ଡ ଅଫ ଅନର ସହ ୨୧ ତୋପ ସଲାମୀ ଦିଆଯାଇଥିଲା । ରାଷ୍ଟ୍ରପତି ଭବନରେ ଦେଶର ପ୍ରମୁଖ ମନ୍ତ୍ରୀଙ୍କୁ ଭେଟିଥିଲେ ଟ୍ରମ୍ପ  । 

୧୫ ମିନିଟ ବିତାଇବା ପରେ ଡୋନାଲ୍ଡ ଟ୍ରମ୍ପ, ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ, ଇଭାଙ୍କା ଟ୍ରମ୍ପ ଓ କୁଶନେର ରାଜଘାଟ ଯାତ୍ରା କରିଥିଲେ ।  ମହାତ୍ମା ଗାନ୍ଧୀଙ୍କ ସମାଧିସ୍ଥଳ ରାଜଘାଟରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ ଟ୍ରମ୍ପ । ସେଠାରେ ଉଭୟ ଟ୍ରମ୍ପ ଓ ମେଲାନିଆଙ୍କୁ ଗାନ୍ଧୀଜୀ ଫଟୋ ଚିତ୍ର ଉପହାର ଦିଆଯାଇଥିଲା । ମଙ୍ଗଳବାର ଅପରାହ୍ନରେ ଆମେରିକା ଦୂତାବାସରେ ସିଇଓ ଗୋଲ୍ ଟେବୁଲ ବୈଠକରେ ମଧ୍ୟ ସାମିଲ ହୋଇଥିଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

ଆହୁରି ପଢ଼ନ୍ତୁ; କାହାକୁ ମିଳିବ ଚତୁର୍ଥ ଆସନ ? ୩ ଦଳ ମଧ୍ୟରେ ଚାଲିଛି ଅଙ୍କକଷା