ଫ୍ଲୋର ଟେଷ୍ଟରେ ପାସ୍ ହେଲେ ଉଦ୍ଧବ ସରକାର, ସମର୍ଥନରେ ପଡ଼ିଲା ୧୬୯ ବିଧାୟକଙ୍କ ଭୋଟ
ସଂଖ୍ୟା ଗରିଷ୍ଠତାର ପ୍ରମାଣ ବେଳେ ଉଦ୍ଧବ କହିଛନ୍ତି ଯେ ମୋତେ ସଦନରେ କାମ କରିବାର ଅନୁଭବ ନାହିଁ । ମୁଁ ମୈଦାନରେ ଲଢୁଥିବା ଜଣେ ବ୍ୟକ୍ତି । ବିଚାରଗତ ମତଭେଦ ରଖିବା ଅଲଗା ବିଷୟ ହୋଇଥାଏ । ସଦନରେ ବୈଚାରିକ ମତଭେଦ ଭୁଲ ଭାବରେ ଉପସ୍ଥାପନ କରାଯାଇଛି ।
Trending Photos
)
ମୁମ୍ୱାଇ: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଅଗ୍ନି ପରୀକ୍ଷାରେ ଉତ୍ତର୍ଣ୍ଣୀ ହେଲେ ଉଦ୍ଧବ ଠାକରେ । ଶନିବାର ଫ୍ଲୋର ଟେଷ୍ଟରେ ପାସ୍ କରିଛନ୍ତି ଉଦ୍ଧବ ସରକାର । ବିଧାନସଭାର ୨୮୮ଟି ବିଧାୟକଙ୍କ ମଧ୍ୟରୁ ଉଦ୍ଧବ ସରକାରଙ୍କ ସପକ୍ଷରେ ୧୬୯ଟି ବିଧାୟକ କରିଛନ୍ତି ଭୋଟିଂ । ଏହା ବ୍ୟତୀତ ବିଜେପିର ୧୦୫ ବିଧାୟକ ୱର୍କ ଆଉଟ କରିଥିବା ବେଳେ ମହାରାଷ୍ଟ୍ର ନବନିର୍ମାଣ ସେନା(ଏମଏନଏସ) ସମେତ ୪ ବିଧାୟକ କାହା ସପକ୍ଷ ବା ବିପକ୍ଷରେ ଭୋଟିଂ କରି ନାହାନ୍ତି । ଫଳରେ ସଂଖ୍ୟା ଗରିଷ୍ଠତା ପାଇଁ ଆବଶ୍ୟକ ୧୪୫ର ମ୍ୟାଜିକ ନମ୍ୱରକୁ ଶିବସେନା, କଂଗ୍ରେସ ଓ ଏନସିପିର ମହା ବିକାଶ ଅଘାଡ଼ି ମେଣ୍ଟ ସହଜରେ ହାସଲ କରି ନେଇଛନ୍ତି ।
ସଂଖ୍ୟା ଗରିଷ୍ଠତାର ପ୍ରମାଣ ବେଳେ ଉଦ୍ଧବ କହିଛନ୍ତି ଯେ ମୋତେ ସଦନରେ କାମ କରିବାର ଅନୁଭବ ନାହିଁ । ମୁଁ ମୈଦାନରେ ଲଢୁଥିବା ଜଣେ ବ୍ୟକ୍ତି । ବିଚାରଗତ ମତଭେଦ ରଖିବା ଅଲଗା ବିଷୟ ହୋଇଥାଏ । ସଦନରେ ବୈଚାରିକ ମତଭେଦ ଭୁଲ ଭାବରେ ଉପସ୍ଥାପନ କରାଯାଇଛି । ଏହା ମହାରାଷ୍ଟ୍ରର ପରମ୍ପରା ନୁହଁ । ମୋତେ ଗର୍ବ ହେଉଛି ଯେ ମୁଁ ନିଜ ଆଦର୍ଶର ନାଁରେ ଶପଥ ନେଇଛି । ଏହି ଅବସରେ ଆଦିତ୍ୟ ନିଜର ସଂପୂର୍ଣ୍ଣ ନାଁ ଆଦିତ୍ୟ ରଶିମ ଉଦ୍ଧବ ଠାକରେ ବୋଲି ପ୍ରକାଶ କରିଛନ୍ତି ।
ଏନସିପି ନେତା ଛଗନ ଭୁଜବଲ ଦେବେନ୍ଦ୍ର ଫଡନାଭିସଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ସେ ବୋଧେ ବିରୋଧୀ ନେତା ହେବାର ପ୍ରତିଯୋଗିତାରେ ନଜରକୁ ଆସୁଛନ୍ତି । କିନ୍ତୁ ବର୍ତ୍ତମାନ ଯାଏ ଏହା ସ୍ଥିର କରି ପାରି ନାହିଁ ବିରୋଧୀ ନେତା ଫଡନାଭିସ ହେବେ ନା ଚନ୍ଦ୍ରକାନ୍ତ ପାଟିଲ ହେବେ ।
ଅନ୍ୟପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ କହିଛନ୍ତି ଯେ ବର୍ତ୍ତମାନ ଯାଏ ଯେଉଁ ଫ୍ଲୋର ଟେଷ୍ଟ ହୋଇଥିଲା, ସେଥିରେ ପ୍ରଥମେ ରେଗୁଲାର ସ୍ପିକରଙ୍କ ନିଯୁକ୍ତି କରାଯାଉ ଥିଲା । ନିୟମକୁ ଅଣଦେଖା କରି ପ୍ରୋଟେମ ସ୍ପିକରଙ୍କ ନିର୍ବାଚନ କରାଗଲା ଓ ଫ୍ଲୋର ଟେଷ୍ଟ କରାଗଲା । ନିୟମ ଓ ସମ୍ୱିଧାନକୁ ଭଙ୍ଗା ଯାଇଛି । ଯେଉ ସଭା ସମ୍ୱିଧାନ ଅନୁସାରେ ଚାଲି ନଥାଏ, ଆମେ ସେଥିରେ ସାମିଲ ହୋଇ ନଥାଉ । ସମ୍ୱିଧାନ ନିୟମର ଉଲଙ୍ଘନ ହୋଇଛି ତେଣୁ ରାଜ୍ୟପାଳଙ୍କୁ ଏହି କାର୍ଯ୍ୟବାହୀ ରଦ୍ଦ କରିବା ଆବଶ୍ୟକ ବୋଲି ଫଡନାଭିସ କହିଛନ୍ତି ।
More Stories