୩ ମଇ ପରେ କ'ଣ ହଟିବ ଲକଡାଉନ୍ ?
Advertisement
Article Detail0/zeeodisha/odisha672883

୩ ମଇ ପରେ କ'ଣ ହଟିବ ଲକଡାଉନ୍ ?

ବର୍ତ୍ତମାନ ଲକଡାଉନ୍ ଶେଷ କରିବା ନେଇ କୌଣସି ନିଷ୍ପତ୍ତି ନିଆଯାଇନଥିବା କହିଛନ୍ତି ଉଦ୍ଧବ । 

ଫଟୋ ସୌଜନ୍ୟ: ଜୀ ମିଡିଆ
ଫଟୋ ସୌଜନ୍ୟ: ଜୀ ମିଡିଆ

ନୂଆଦିଲ୍ଲୀ: ଏବେ ସମସ୍ତଙ୍କ ମଧ୍ୟରେ ଗୋଟିଏ ପ୍ରଶ୍ନ, ୩ ମଇ ପରେ ଲକଡାଉନ୍ କ'ଣ ହଟୁଛି । ନା ଏହାକୁ ପୁଣିଥରେ ବଢ଼ାଇ ଦିଆଯିବ । ଲକଡାଉନ୍ ସରିବାକୁ ଆଉ ଗୋଟିଏ ସପ୍ତାହ ବାକି ଥିବା ବେଳେ ଏନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ତେବେ ଏସବୁ ଭିତରେ ଫେସବୁକ ଲାଇଭ ଆସି ବଡ଼ ବୟାନ ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ବର୍ତ୍ତମାନ ଲକଡାଉନ୍ ଶେଷ କରିବା ନେଇ କୌଣସି ନିଷ୍ପତ୍ତି ନିଆଯାଇନଥିବା କହିଛନ୍ତି ଉଦ୍ଧବ । 

ଆପଣଙ୍କୁ ଏଠାରେ କହିରଖୁଛୁ, ଦେଶରେ ମହାରାଷ୍ଟ୍ର କୋରୋନା ଯୋଗୁ ସବୁଠୁ ଅଧିକ ପ୍ରଭାବିତ ହୋଇଛି । ମହାରାଷ୍ଟ୍ରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୬୨୮ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୩୨୩ ରହିଛି । ତେବେ ଆସନ୍ତା ୩ ମଇରେ ଲକଡାଉନ୍ ସରିବ ନା ନାହିଁ, ସେନେଇ କୌଣସି ନିଷ୍ପତ୍ତି ନେଇନାହାଁନ୍ତି ମହାରାଷ୍ଟ୍ର ସରକାର । ଯାହା ଉଦ୍ଧବ ଠାକରେ ନିଜ ଫେସବୁକ ମାଧ୍ୟମରେ ଜଣାଇଛନ୍ତି । 

ଉଦ୍ଧବ ଠାକରେ କହିଛନ୍ତି, କୋରୋନାକୁ ଶୀଘ୍ର ହଟାଇବା ପାଇଁ ତାଙ୍କ ସରକାର ପାରୁ ପର୍ଯ୍ୟନ୍ତ ଉଦ୍ୟମ କରୁଛନ୍ତି । ଏଥିପାଇଁ ଏକ୍ସପର୍ଟ, ଡାକ୍ତର ଏବଂ ଅଧିକାରୀଙ୍କୁ ନେଇ ଟିମ୍ ଗଠନ ହୋଇଛି । ସମସ୍ତ ଦିଗ ପ୍ରତି ସରକାର ଗୁରୁତ୍ୱ ଦେଉଛନ୍ତି । ତେବେ ଆଗକୁ ଲକଡାଉନ୍ ଉପରେ ମଧ୍ୟ ନିଷ୍ପତ୍ତି ନିଆଯିବ । 

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କହିଛନ୍ତି, ଶ୍ରମିକ ଓ ଦିନ ମଜୁରିଆଙ୍କୁ ସେମାନଙ୍କ ଗାଁକୁ ପଠାଯିବ । ମାତ୍ର ଆଉ କିଛି ଦିନ ପାଇଁ ଶ୍ରମିକମାନେ ଯେଉଁଠି ଅଛନ୍ତି, ସେଇଠି ରୁହନ୍ତୁ । ଲକଡାଉନ୍ ସରିବା ପରେ ହିଁ, ସେମାନଙ୍କୁ ସେମାନଙ୍କ ଗାଁକୁ ପଠାଇ ଦିଆଯିବ । ଏନେଇ ରାଜ୍ୟ ସରକାର କେନ୍ଦ୍ର ସହ ମଧ୍ୟ ସବୁବେଳେ ଯୋଗାଯୋଗରେ ଅଛନ୍ତି ଓ ଆଲୋଚନା କରୁଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ ପୁରା ସହଯୋଗ ମିଳୁଥିବା କହିଛନ୍ତି ଉଦ୍ଧବ ଠାକରେ । 

;