ସୋମବାର ରାଜ୍ୟ ବିଧାନ ପରିଷଦର ସଦସ୍ୟ(ଏମଏଲସି) ଭାବେ ଶପଥ ଗ୍ରହଣ କରିଛନ୍ତି ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ |
Trending Photos
)
ମୁମ୍ବାଇ: ସୋମବାର ରାଜ୍ୟ ବିଧାନ ପରିଷଦର ସଦସ୍ୟ(ଏମଏଲସି) ଭାବେ ଶପଥ ଗ୍ରହଣ କରିଛନ୍ତି ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ | ପ୍ରଥମ ଥର ପାଇଁ ମହାରାଷ୍ଟ୍ର ରାଜନୀତିରେ ଶିବସେନା ମୁଖିଆ ତଥା ଠାକରେ ବଂଶର ବ୍ୟକ୍ତି ରାଜ୍ୟ ବିଧାନସଭାର ସଦସ୍ୟ ହେବାର ସୁଯୋଗ ଲାଭ କରିଛନ୍ତି | ପୂର୍ବରୁ ଏହି ରେକର୍ଡ ପୂର୍ବରୁ ମହାରାଷ୍ଟ୍ର ପରିବେଶ ଏବଂ ପର୍ଯ୍ୟଟନ ମନ୍ତ୍ରୀ ଥିବା ଆଦିତ୍ୟ ଠାକରେଙ୍କ ନାଁ ରହିଛି | ଯିଏକି ୱର୍ଲି ବିଧାନସଭା ଆସନରୁ ପ୍ରତିନିଧିତ୍ୱ କରୁଛନ୍ତି |
ଉଦ୍ଧବ ଠାକରେଙ୍କ ସମେତ ମହାରାଷ୍ଟ୍ର ଏମଏଲସିକୁ ନିର୍ବାଚିତ ହୋଇଥିବା ଅନ୍ୟ ୮ ସଦସ୍ୟ ମଧ୍ୟ ଶପଥ ଗ୍ରହଣ କରି ସାରିଛନ୍ତି | ମେ ୧୪ ତାରିଖରେ ରାଜ୍ୟ ବିଧାନ ପରିଷଦକୁ ନିର୍ବାଚିତ ହୋଇଥିଲେ ୯ ସଦସ୍ୟ | ଶିବସେନା ସୁପ୍ରିମୋଙ୍କ ବ୍ୟତୀତ ବିଜେପିର ୫ ଜଣ ସଦସ୍ୟ ମଧ୍ୟ ନିର୍ବାଚିତ ହୋଇଛନ୍ତି | ସମସ୍ତ ପ୍ରାର୍ଥୀ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି | ଗତ ବର୍ଷ ନଭେମ୍ବର ୨୮ ତାରିଖରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଉଦ୍ଧବ ଠାକରେ | ସେତେବେଳେ ରାଜ୍ୟ ବିଧାନସଭା କିମ୍ବା ବିଧାନ ପରିଷଦର ସଭ୍ୟ ନଥିଲେ | ଯଦି କୌଣସି ରାଜ୍ୟ ବ୍ୟବସ୍ଥାପିକ ସଭ୍ୟ ନଥାଇ ମୁଖ୍ୟମନ୍ତ୍ରୀ ଭାବେ ଶପଥଛ ନିଅନ୍ତି, ତାଙ୍କୁ ଶପଥ ନେବାର ୬ ମାସ ମଧ୍ୟରେ ନିର୍ବାଚିତ ହେବା ବାଧ୍ୟତାମୂଳକ |