ଉଦ୍ଧବ ହେବେ ମହାରାଷ୍ଟ୍ରର ନୂଆ CM
trendingNow,recommendedStories0/zeeodisha/odisha601729

ଉଦ୍ଧବ ହେବେ ମହାରାଷ୍ଟ୍ରର ନୂଆ CM

ଏହା ପୂର୍ବରୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଦେବେନ୍ଦ୍ର ଫଡନାଭିସ । ତାଙ୍କ ପୂର୍ବରୁ ଉପ ମୁଖ୍ୟମନ୍ତ୍ରୀ ପଦରୁ ଅଜିତ ପାୱାର ଇସ୍ତଫା ଦେଇଥିଲେ । ଇସ୍ତଫାର ଘୋଷଣା ଅବସରରେ ଫଡନାଭିସ କହିଛନ୍ତି ଯେ, ଆମ ପାଖରେ ସଂଖ୍ୟା ଗରିଷ୍ଠତା ନାହିଁ । ଏଥିପାଇଁ ମୁଁ ଇସ୍ତଫା ଦେଉଛି । 

ଉଦ୍ଧବ ହେବେ ମହାରାଷ୍ଟ୍ରର ନୂଆ CM

ମୁମ୍ୱାଇ: ମହାରାଷ୍ଟ୍ର ମହାନାଟକର ଅନ୍ତ ଘଟିଛି । ରାଜ୍ୟର ଆଗାମୀ ମୁଖ୍ୟମନ୍ତ୍ରୀ ଶିବସେନା ପ୍ରମୁଖ ଉଦ୍ଧବ ଠାକରେ ହେବେ । କଂଗ୍ରେସ, ଏନସିପି ଓ ଶିବସେନାର ବିଧାୟକମାନେ ମେଣ୍ଟର ନେତା ଭାବେ ଉଦ୍ଧବଙ୍କୁ ବାଛିଛନ୍ତି । ଡିସେମ୍ୱର ୧ରେ ମୁଖ୍ୟମନ୍ତ୍ରୀ ଭାବେ ଉଦ୍ଧବ ଶପଥ ନେବେ । ଉଦ୍ଧବଙ୍କ ନେତା ବାଛିବା ଅବସରରେ କଂଗ୍ରେସର ବହୁ ବରିଷ୍ଠ ନେତା ସହ ଏନସିପି ମୁଖିଆ ଶରଦ ପାୱାର ମଧ୍ୟ ଉପସ୍ଥିତ ଥିଲେ ।

ଏହା ପୂର୍ବରୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଦେବେନ୍ଦ୍ର ଫଡନାଭିସ । ତାଙ୍କ ପୂର୍ବରୁ ଉପ ମୁଖ୍ୟମନ୍ତ୍ରୀ ପଦରୁ ଅଜିତ ପାୱାର ଇସ୍ତଫା ଦେଇଥିଲେ । ଇସ୍ତଫାର ଘୋଷଣା ଅବସରରେ ଫଡନାଭିସ କହିଛନ୍ତି ଯେ, ଆମ ପାଖରେ ସଂଖ୍ୟା ଗରିଷ୍ଠତା ନାହିଁ । ଏଥିପାଇଁ ମୁଁ ଇସ୍ତଫା ଦେଉଛି । ଯେଉଁମାନେ ସରକାର ଗଢିବାକୁ ଯାଉଛନ୍ତି, ସେମାନଙ୍କୁ ମୋର ଶୁଭେଚ୍ଛା । ଆମେ ୫ ବର୍ଷ ବହୁତ କଠିନ ପରିଶ୍ରମ କରିଥିଲୁ । ଜନତା ଆମର ମେଣ୍ଟକୁ ସଂଖ୍ୟା ଗରିଷ୍ଠତା ଦେଇଥିଲେ । ମୁଖ୍ୟମନ୍ତ୍ରୀ ପଦ ପାଇଁ ଶିବସେନା ଆମକୁ ଧମକ ଦେଇଥିଲା ବୋଲି ସେ କହିଛନ୍ତି ।
 
ଅନ୍ୟପଟେ ମହାରାଷ୍ଟ୍ରର ରାଜନୈତିକ ଅସ୍ଥିରତା ପ୍ରଭାବ ଦିଲ୍ଲୀରେ ମଧ୍ୟ ପଡୁଛି । ସୁପ୍ରିମକୋର୍ଟ ବୁଧବାର ସନ୍ଧ୍ୟା ୫ଟା ପୂର୍ବରୁ ଫ୍ଲୋର ଟେଷ୍ଟ କରାଇବାକୁ ଆଦେଶ ଦେଇଛନ୍ତି ।  ଏହା ପରେ ସମସ୍ତ ରାଜନୈତିକ ଦଳ ସକ୍ରିୟ ହୋଇ ଉଠିଛନ୍ତି । ଦିଲ୍ଲୀରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ଅଧ୍ୟକ୍ଷ ଅମିତ ଶାହ ଏହି ମାମଲାରେ ବୈଠକ କରିଛନ୍ତି । ଏହି ବୈଠକରେ ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଉପସ୍ଥିତ ଥିଲେ । ବିଜେପି ଆଗରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାର ସବୁଠାରୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା । ଯାହାକୁ ଦେଖି ମୁଖ୍ୟମନ୍ତ୍ରୀ ପଦରୁ ଫଡନାଭିସ ଇସ୍ତଫା ଦେଇଛନ୍ତି  ।

ଅନ୍ୟପକ୍ଷେ ଆସନ୍ତାକାଲି ଅର୍ଥାତ ବୁଧବାର ବିଧାନସଭାରେ ଫ୍ଲୋର ଟେଷ୍ଟ ହେବାର ଅଛି । କାଳିଦାସ କୋଲମ୍ୱରଙ୍କୁ ପ୍ରୋଟେମ ସ୍ପିକର ଭାବେ ନିଯୁକ୍ତି ଦିଆଯାଇଛି । ରାଜ୍ୟପାଳ ତାଙ୍କ ଶପଥ ପାଠ କରାଇଛନ୍ତି । 

Trending news