ଲକ୍ ଡାଉନ୍ ବେଳେ ଚାଷ ଜମିକୁ ଯିବାକୁ ମିଳିଲା ଅନୁମତି
Advertisement

ଲକ୍ ଡାଉନ୍ ବେଳେ ଚାଷ ଜମିକୁ ଯିବାକୁ ମିଳିଲା ଅନୁମତି

ଉତ୍ତରଖଣ୍ଡ ଉଦାମ ସିଂହ ନଗର ଜିଲ୍ଲା ଅଦାଲତ ଚାଷୀଙ୍କୁ ଫସଲ ଉତ୍ପାଦନ ପାଇଁ ଅନୁମତି ପ୍ରଦାନ କରିଛନ୍ତି । 

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: କିଛିଦିନ ହେଲା ସୋଶିଆଲ ମିଡିଆରେ ଗୋଟିଏ କଥା ବେଶି ଚର୍ଚ୍ଚା ହେଉଥିଲା । ଲକ୍ ଡାଉନ୍ ବେଳେ ଚାଷ ଜମିକୁ ଯିବାକୁ ଅନୁମତି ଅଛି ନା ନାହିଁ ? ଯଦି ନାହିଁ, ତେବେ କୃଷକ ନିଜର ଫସଲ କିପରି ଉତ୍ପାଦନ କରିବ ? ତେବେ ଉତ୍ତରଖଣ୍ଡର ଏକ ଜିଲ୍ଲା ଅଦାଲତ ଚାଷୀଙ୍କୁ ଏନେଇ ଅନୁମତି ପ୍ରଦାନ କରିଛନ୍ତି । ତେବେ ଏଥିପାଇଁ କିଛି ସର୍ତ୍ତ ମଧ୍ୟ ଅଦାଲତ ରଖିଛନ୍ତି । 

ଉତ୍ତରଖଣ୍ଡ ଉଦାମ ସିଂହ ନଗର ଜିଲ୍ଲା ଅଦାଲତ ଚାଷୀଙ୍କୁ ଫସଲ ଉତ୍ପାଦନ ପାଇଁ ଅନୁମତି ପ୍ରଦାନ କରିଛନ୍ତି । କୋରୋନାର ମୁକାବିଲା କରିବାକୁ ଯାଇ ସମଗ୍ର ଦେଶକୁ ଲକ୍ ଡାଉନ୍ ଘୋଷଣା କରାଯାଇଥିବା ବେଳେ ଫସଲ ଉତ୍ପାଦନ ପାଇଁ ଟେନସନରେ ଥିଲେ ଚାଷୀ । ତେବେ କିଛି ସର୍ତ୍ତ ସହ ଅଦାଲତ ଚାଷୀଙ୍କୁ ଫସଲ ଉତ୍ପାଦନ ପାଇଁ ଅନୁମତି ପ୍ରଦାନ କରିଛନ୍ତି । 

ସର୍ତ୍ତ ଅନୁସାରେ, ମେସିନ ସହ କେବଳ ୩ ଜଣ ହିଁ ବିଲକୁ ଯାଇପାରିବେ । କେବଳ ଏତିକି ନୁହେଁ, କାମ ସାରିବା ପର୍ଯ୍ୟନ୍ତ ବିଲରେ ରହିବେ । ତାପରେ ଯାଇ ଘରକୁ ଫେରିବେ । ଏହି ସର୍ତ୍ତରେ ହିଁ  ଉଦାମ ସିଂହ ନଗର ଜିଲ୍ଲା ଅଦାଲତ ଚାଷୀଙ୍କୁ ବିଲକୁ ଯିବା ପାଇଁ ଅନୁମତି ଦେଇଛନ୍ତି ।