ହାରିଲା କୋରୋନା, ଜିତିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ...
Advertisement
Article Detail0/zeeodisha/odisha666798

ହାରିଲା କୋରୋନା, ଜିତିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ...

କୋରୋନାକୁ ମାତ୍ ଦେବାରେ ସଫଳ ହୋଇଛନ୍ତି ୫୫ ବର୍ଷୀୟ ଜନସନ । 

ଫାଇଲ ଫଟୋ

ଲଣ୍ଡନ: ହାରିଲା କୋରୋନା, ଜିତିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ । କୋରୋନାରେ ଆକ୍ରାନ୍ତ ହୋଇ ସେଣ୍ଟ୍ରାଲ ଲଣ୍ଡନର ସେଣ୍ଟ ଥୋମାସ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ ଶେଷରେ ସୁସ୍ଥ ହୋଇଛନ୍ତି । ଏପରିକି ମେଡିକାଲରୁ ମଧ୍ୟ ତାଙ୍କୁ ଡିସଚାର୍ଜ କରାଯାଇଛି । କୋରୋନାକୁ ମାତ୍ ଦେବାରେ ସଫଳ ହୋଇଛନ୍ତି ୫୫ ବର୍ଷୀୟ ଜନସନ । 

ଗତ ମାର୍ଚ୍ଚ ୨୭ରେ ବ୍ରିଟେନ ପ୍ରଧାନମନ୍ତ୍ରୀ କୋରୋନା ଆକ୍ରାନ୍ତ ବୋଲି ଜଣାପଡ଼ିଥିଲା । ପରେ ଗତ ୫ ତାରିଖରେ ବୋରିଶ ଜନସନ, ସେଣ୍ଟ୍ରାଲ ଲଣ୍ଡନର ସେଣ୍ଟ ଥୋମାସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କୋରୋନା ସଂକ୍ରମଣ କାରଣରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ରହିଥିଲା । ତେବେ ଶନିବାର ଅର୍ଥାତ ଗତକାଲି ସେ ସୁସ୍ଥ ଅନୁଭବ କରିଥିଲେ । ଏକ ଭିଡିଓ ଜାରି କରି ବୋରିଶ ଜନସନ ସ୍ୱାସ୍ଥ୍ୟକର୍ମୀଙ୍କୁ ଧନ୍ୟବାଦ ଦେଇଥିଲେ । ସ୍ୱାସ୍ଥ୍ୟକର୍ମୀମାନଙ୍କ ପାଇଁ ମୁଁ ମୃତ୍ୟୁ ମୁଖରୁ ଫେରିଛି ବୋଲି କହିଥିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ । ତେବେ ଆଜି ସେ ଡିସଚାର୍ଜ ହେବା ପରେ ତାଙ୍କ ଶୁଭେଚ୍ଛୁମାନେ ଆଶ୍ୱସ୍ତ ଅନୁଭବ କରିଛନ୍ତି । 

ଅନ୍ୟପଟେ ଏବେ ଇଂଲଣ୍ଡରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୯୮୮୫ ରହିଛି । ସେହିପରି ମୃତ୍ୟୁସଂଖ୍ୟା ମଧ୍ୟ ୯୮୯୨ ପହଞ୍ଚିଛି ।