୧୦ ଦିନ ପୂର୍ବରୁ ବୋରିସ ଜନସନ କୋରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ବୋଲି ଜଣାପଡିଥିଲା ।
Trending Photos
)
ନୂଆଦିଲ୍ଲୀ: କୋରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ୟୁକେ ଗଣମାଧ୍ୟମ ରିପୋର୍ଟରୁ ଏପରି କିଛି ସୂଚନା ମିଳିଛି । ସେଣ୍ଟ ଥୋମାସ ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲିଛି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ସ୍ୱତନ୍ତ୍ର ଡାକ୍ତରୀ ଟିମ ତୀକ୍ଷଣ ନଜର ରଖିଛନ୍ତି ।
୧୦ ଦିନ ପୂର୍ବରୁ ବୋରିସ ଜନସନ କୋରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ବୋଲି ଜଣାପଡିଥିଲା । ପରେ ଘରେ ଆଇସୋଲେସନରେ ରହିଥିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ । ସେହି ସମୟରେ ଭିଡିଓ କନଫରେନ୍ସିଂ ଜରିଆରେ ସରକାର ଚଳାଉଥିଲେ । ଅନ୍ୟ ମନ୍ତ୍ରୀଙ୍କ ସହ ଯୋଗାଯୋଗ ମଧ୍ୟ କରୁଥିଲେ । ତେବେ ବର୍ତ୍ତମାନ ସେ ମେଡିକାଲରେ ଥିବାରୁ ତାଙ୍କ ଦାୟିତ୍ୱ ବୈଦେଶିକ ସଚିବ ସମ୍ପାଦନ କରୁଥିବା କରିବେ ।
UK Prime Minister Boris Johnson, who had tested positive for #Coronavirus late last month, has been taken to intensive care: UK media (File pic) pic.twitter.com/IWJSET3SEV
— ANI (@ANI) April 6, 2020