ମିରଟ ଏସପିଙ୍କ ବିବାଦୀୟ ଭିଡ଼ିଓ ଭାଇରାଲ ଘଟଣା: କଂଗ୍ରେସକୁ ଉମାଙ୍କ କଡ଼ା ସମାଲୋଚନା
ନାଗରିକତା ଆଇନ ବିରୋଧରେ ମିରଟରେ ହୋଇଥିବା ହିଂସାକୁ ନେଇ ଏବେ ଦେଖା ଦେଇଛି ରାଜନୀତି। ସେହି ସମୟରେ ସିଟି ଏସପିଙ୍କ ଏକ ବିବାଦୀୟ ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଭିଡ଼ିଓକୁ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି। ପ୍ରିୟଙ୍କା ଉକ୍ତ ପୋଷ୍ଟକୁ ସେୟାର କରିବା ସହିତ ଟ୍ୱିଟର ଆକାଉଣ୍ଟରେ ଲେଖିଛନ୍ତି କି, ବିଜେପି ସରକାରୀ ସଂସ୍ଥାରେ ଏଭଳି ସାମ୍ପ୍ରଦାୟିକ ଭାବନାକୁ ପୋଷି ରଖିଛନ୍ତି। ଏହି ସରକାରୀ ଅଫିସରରେ କାର୍ଯ୍ୟ କରୁଥିବା ଅଫିସରମାନଙ୍କୁ ସମ୍ବିଧାନର ନୀତିନିୟମକୁ ହିଁ ଭୁଲି ଯାଉଛନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି।
Trending Photos
)
ନୂଆଦିଲ୍ଲୀ: ନାଗରିକତା ଆଇନ ବିରୋଧରେ ମିରଟରେ ହୋଇଥିବା ହିଂସାକୁ ନେଇ ଏବେ ଦେଖା ଦେଇଛି ରାଜନୀତି। ସେହି ସମୟରେ ସିଟି ଏସପିଙ୍କ ଏକ ବିବାଦୀୟ ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଭିଡ଼ିଓକୁ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି। ପ୍ରିୟଙ୍କା ଉକ୍ତ ପୋଷ୍ଟକୁ ସେୟାର କରିବା ସହିତ ଟ୍ୱିଟର ଆକାଉଣ୍ଟରେ ଲେଖିଛନ୍ତି କି, ବିଜେପି ସରକାରୀ ସଂସ୍ଥାରେ ଏଭଳି ସାମ୍ପ୍ରଦାୟିକ ଭାବନାକୁ ପୋଷି ରଖିଛନ୍ତି। ଏହି ସରକାରୀ ଅଫିସରରେ କାର୍ଯ୍ୟ କରୁଥିବା ଅଫିସରମାନଙ୍କୁ ସମ୍ବିଧାନର ନୀତିନିୟମକୁ ହିଁ ଭୁଲି ଯାଉଛନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି।
ସେପଟେ ଏହି ପୋଷ୍ଟକୁ ନେଇ ଉମା ଭାରତୀ କଂଗ୍ରେସକୁ ଟାର୍ଗେଟ କରିବା ସହିତ ବେଶ ସମାଲୋଚନା କରିଛନ୍ତି। ସେପଟେ ଉମା ଉକ୍ତ ଏସପିଙ୍କୁ ସମର୍ଥନ ଜଣାଇଛନ୍ତି। ଉମା କହିଛନ୍ତି କି, ହିଂସା ସମୟରେ ପୋଲିସ ଏସପି ନାରାୟଣ ସିଂ ପାକିସ୍ତାନ ଜିନ୍ଦାବାଦ ନାରା ଦେଉଥିବାର ନଜର ଆସିଛନ୍ତି। ପୋଲିସଙ୍କୁ ମା-ଭଉଣୀ କରି ଗାଳି ଦେଉଛନ୍ତି। ପଥର ଫିଙ୍ଗୁଛନ୍ତି। ଦଙ୍ଗା ସମୟରେ ନିଜର ସୁରକ୍ଷା ପାଇଁ ଏହା ଏକ ସାଧାରଣ ଲୋକର ସ୍ୱାଭାବିକ ପ୍ରତିକ୍ରିୟା ବୋଲି ଉମା କହିଛନ୍ତି।
ସେ ଆହୁରି ଲେଖିଛନ୍ତି କି, ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ ଏହାକୁ ରାଜନୈତିକ ରୂପ ଦେବାକୁ ପ୍ରୟାସ କରିଛନ୍ତି। ମାନବିକତା ଦୃଷ୍ଟିରୁ ଦେଖିଲେ ଏହା ନିଶ୍ଚିତ ପକ୍ଷେ ଏକ ନିନ୍ଦନୀୟ ଘଟଣା। ଏମାନେ ଭୁଲି ଯାଉଛନ୍ତି ଯେ, ପୋଲିସ କର୍ମଚାରୀଙ୍କର ମଧ୍ୟ ପରିବାର ରହିଛି। ସେମାନଙ୍କ ମଧ୍ୟରେ ଦେଶଭକ୍ତି ଭରପୁର ରହିଛି। ଏଭଳି ସ୍ଥଳରେ ଏହାକୁ ରାଜନୈତିକ ରଙ୍ଗ ଦେବାକୁ ପ୍ରୟାସ କରୁଥିବା ଏହି ଦୁଇ ଭାଇ ଭଉଣୀଙ୍କର ଅତ୍ୟନ୍ତ ହୀନ ଚକ୍ରାନ୍ତ ବୋଲି ଉମା କହିଛନ୍ତି।
ଉମା ଆହୁରି ମଧ୍ୟ କହିଛନ୍ତି କି, ବର୍ତ୍ତମାନ ସହରରେ ଧିରେଧିରେ ଶାନ୍ତି ଫେରୁଛି। ଉତ୍ତରପ୍ରଦେଶରେ ସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି। ଏଭଳି ସ୍ଥିତିରେ କଂଗ୍ରେସ ଏବଂ ବାମପନ୍ଥୀ ଦଳ ଏହାକୁ ହଜମ କରିପାରୁନାହାନ୍ତି ବୋଲି ଉମା କହିଛନ୍ତି। ସେ ଆହୁରି ମଧ୍ୟ ସମାଲୋଚନା କରି କହିଛନ୍ତି କି, ଏମାନେ ସେହି ଲୋକ, ଯେଉଁମାନେ ଧର୍ମ ନାଁରେ ଦେଶକୁ ଅଲଗା କରିଛନ୍ତି। 1984 ମସିହାରେ ଏମାନେ ହଜାର ହଜାର ସଂଖ୍ୟାରେ ଜିଅନ୍ତା ଜଳାଇ ଦେଇଥିବା ବେଳେ ବର୍ତ୍ତମାନ ଏମାନେ ପାକିସ୍ତାନ ଜିନ୍ଦାବାଦ ନାରା ଦେଉଥିବା ଲୋକମାନଙ୍କୁ ସମର୍ଥନ ଜଣାଉଛନ୍ତି। ମୁ ବର୍ତ୍ତମାନ କର୍ଣ୍ଣାଟକରେ ରହିଛି। ମୋର ଗୁରୁଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି। ମାତ୍ର ମୁଁ ଏହିଠାରୁ ହିଁ ସିଟି ଏସପି ଅଖିଳେଶ ଯାଦବଙ୍କୁ ସମର୍ଥନ କରୁଛି ବୋଲି ଉମା କହିଛନ୍ତି।
More Stories