Trending Photos
ନୂଆଦିଲ୍ଲୀ: କ୍ରିକେଟ ଦୁନିଆର ସବୁଠାରୁ ବିସ୍ଫୋରକ ବ୍ୟାଟସମ୍ୟାନ ଭାବେ ପାକିସ୍ତାରନ ଶାହିଦ ଆଫ୍ରିଦଙ୍କୁ ଜଣାଯାଏ। ତେବେ ସେ ୧୫ ବର୍ଷ ତଳେ ରଚିଥିବା ରେକର୍ଡ ଆଜିବି ମଧ୍ୟ ଅତୁଟ ରହିଛି। ୧୫ ବର୍ଷ ତଳେ ଆଜିର ଦିନରେ ମାତ୍ର ୪୫ଟି ବଲରେ ଶତକୀୟ ପାଳି ଖେଳିଥିଲେ।
୨୦୦୫ ମସିହାରେ କାନପୁର ଗ୍ରୀନପାର୍କ ଷ୍ଟାଡ଼ିୟମରେ ଭାରତ ବିପକ୍ଷରେ ପାକିସ୍ତାନ ଏହି ମ୍ୟାଚ ଖେଳିଥିଲା। ତେବେ ଭାରତ ବିପକ୍ଷରେ ପାକିସ୍ତନ ପକ୍ଷରୁ ଶାହିଦ ଆଫ୍ରିକା ଖେଳି ୪୫ଟି ବଲରେ ସେଞ୍ଚୁରି ହାସଲ କରିଥିଲେ। ଏହି ଶତକୀୟ ପାଳିରେ ୧୦ଟି ଚୌକା ଓ ୯ଟି ଛକ୍କା ସାମିଲ ଥିଲା। ତେବେ ଭାରତ ବିପକ୍ଷରେ ଅନ୍ତର୍ଜାତୀୟ ଖେଳାଳିଙ୍କ ମଧ୍ୟରେ ସବୁଠାରୁ ଦ୍ରୁତ ଶତକ ରହିଥିଲା।
ସେହିମ୍ୟାଚରେ ଭାରତକୁ ଅତ୍ୟନ୍ତ ଲଜ୍ଜାଜନକ ପରାଜୟର ସମ୍ମୁଖିନ ହେବାକୁ ପଡ଼ିଥିଲା। ସେହି ଦିନିକିଆରେ ଭାରତ ପ୍ରଥମେ ବ୍ୟାଟିଂ କରି ୫୦ ଓଭର ୬ ଓ୍ୱିକେଟ ହରାଇ ୨୪୯ ରନ ସଂଗ୍ରହ କରିନେଇଥିଲେ। ଜବାବରେ ପାକିସ୍ତାନ ଏହି ଟାର୍ଗେଟକୁ ୪୨।୧ ଓଭରରେ ୫ ଓ୍ୱିକେଟ ହରାଇ ବିଜୟ ଲକ୍ଷ୍ୟକୁ ହାସଲ କରିନେଇଥିଲା।