ବଗଦାଦୀ ବ୍ୟବହାର କରୁଥିବା କିଛି ଚଡି ଚୋରି କରାଯାଇଆମେରିକୀୟ ଏଜେନ୍ସୀକୁ ଦିଆଯାଇଥିଲା
Trending Photos
ଅମିତ ମହାନ୍ତି, ଭୁବନେଶ୍ୱର: ସିରିଆର ଯେଉଁ ବାରିଶା ଗାଁରେ ବଗଦାଦୀ ଲୁଚିରହିଥିଲା, ସେଠାକାର ତଥ୍ୟ ହାସଲ କରିବା ପାଇଁ ଆମେରିକାକୁ ବହୁ ପରିଶ୍ରମ କରିବାକୁ ପଡ଼ିଥିଲା । ବଗଦାଦୀର ଠିକଣା ଜାଣିବା ପାଇଁ ଆମେରିକା ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଥିଲା । ଏହି ସମସ୍ୟାର ସମାଧାନ ପାଇଁ ଆମେରିକା ଗୁଇନ୍ଦା ଏଜେନ୍ସୀ CIA ଏବଂ କୁର୍ଦିଶ ସେନା ସଂଗଠନ ସିରିଆନ ଡେମୋକ୍ରାଟିକ୍ ଫୋର୍ସ ଏକାଠି ହୋଇଥିଲେ । SDF(ସିରିଆନ ଡେମୋକ୍ରାଟିକ୍ ଫୋର୍ସ) ଏଜେଣ୍ଟ୍ ଅତ୍ୟନ୍ତ ଚତୁରତା ସହ ବାରିଶା ଗାଁର ସେହି ଘରେ ପହଞ୍ଚିଥିଲେ, ଯେଉଁଠି ବଗଦାଦୀ ରହୁଥିଲା । ସେଠାରୁ ବଗଦାଦୀ ବ୍ୟବହାର କରୁଥିବା କିଛି ଚଡି ଚୋରି କରାଯାଇ, ଆମେରିକୀୟ ଏଜେନ୍ସୀକୁ ଦିଆଯାଇଥିଲା । ଏହି ଚଡିରୁ ମିଳିଥିବା ନମୂନା ଡିଏନଏ ଟେଷ୍ଟ ପାଇଁ ପଠାଯାଇଥିଲା । ତେବେ ଏହା ISIS ମୁଖ୍ୟ ଅବୁ ବକର୍ ଅଲ ବଗଦାଦୀର ବସ୍ତ୍ର ବୋଲି ଜଣାପଡ଼ିଥିଲା । ଏହାପରେ ଆମେରିକା ଅପେରସନ ଆରମ୍ଭ କରିଥିଲା । ତେବେ ବଗଦାଦୀ ଏହି ସମ୍ପର୍କରେ ଜାଣିପାରି ବାରମ୍ବାର ସ୍ଥାନ ବଦଳୁଥିଲା ।
ଗତ ମେ ୧୫ରେ ବଗଦାଦୀର ଠିକଣା ଉପରେ ଆମେରିକା ତୀକ୍ଷଣ ନଜର ରଖିଥିଲା । ବଗଦାଦୀ ଅଲ୍ ଜୋର ଅଞ୍ଚଳରେ ଲୁଚି ରହିବା ପରେ ଇଦଲିବ୍ ପଳାଇଯାଇଥିବା ଜଣାପଡିଥିଲା । ଏହି ସମସ୍ତ ତଥ୍ୟ SDF ର ଜଣେ ବରିଷ୍ଠ ସାମ୍ବାଦିକ ନିଜ ଟ୍ୱିଟର ଆକାଉଣ୍ଟରେ ଲେଖିଛନ୍ତି । ବଗଦାଦୀର ଉପସ୍ଥିତି ନେଇ ଆମେରିକା ଜାଣିବା ପରେ ଆକ୍ରମଣର ଯୋଜନା କରିଥିଲା, ହେଲେ ବଗଦାଦୀ ଫେରାର ହୋଇଯାଇଥିଲା । ସେପଟେ କୁର୍ଦ୍ଦିଶ ସେନା ଉପରେ ତୁର୍କି ଆକ୍ରମଣ କରିଥିଲା । ଏହି ସମସ୍ତ କାରଣ ଯୋଗୁ ଆମେରିକାକୁ ନିଜ ଆକ୍ରମଣ ଯୋଜନା ସ୍ଥଗିତ ରଖିବାକୁ ପଡ଼ିଥିଲା । ତେବେ ତୁର୍କି ସିରିଆରେ ନିଜ ଅପରେସନ ବନ୍ଦ କରିବା ମାତ୍ରେ, ଆମେରିକା ନିଜ ଯୋଜନା ଆରମ୍ଭ କରିଥିଲା ।
ଆଉ ଅକ୍ଟୋବର ୨୬ ରାତିରେ ଆମେରିକାର ଅପେରସନ ସଫଳ ହୋଇଥିଲା । ଅପେରସନ ସଫଳ ହେବା ନେଇ ଯେତେବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଶବାସୀଙ୍କୁ ସମ୍ବୋଧିତ କରୁଥିଲେ, ସେତେବେଳେ ସେ କୁର୍ଦ୍ଦିଶ ସେନା ସମ୍ପର୍କରେ ସୂଚନା ଦେଇଥିଲେ । SDF ପକ୍ଷରୁ ଆମେରିକୀୟ ସୈନିକଙ୍କୁ ଏୟରଡ୍ରପ୍ ଟାର୍ଗେଟ୍ ସୂଚନା ମିଳିପାରିଥିଲା ।