ଏମିତି ଚାଲିଛି କେନ୍ଦ୍ର କ୍ୟାବିନେଟ...

ଆଜି ୭ ଲୋକ କଲ୍ୟାଣ ମାର୍ଗରେ କେନ୍ଦ୍ର କ୍ୟାବିନେଟ ବୈଠକ ବସିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଚାଲିଛି ।

ଏମିତି ଚାଲିଛି କେନ୍ଦ୍ର କ୍ୟାବିନେଟ...
ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: କୋରୋନା ମୁକାବିଲା କରିବାକୁ ଯାଇ ଗତକାଲି ମଧ୍ୟରାତ୍ରିରୁ ସମଗ୍ର ଦେଶକୁ ଲକ୍ ଡାଉନ କରାଯାଇଛି । ଦେଶବାସୀଙ୍କୁ ଘର ଭିତରେ ହିଁ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ସମୟରେ ମଧ୍ୟ ସାମାଜିକ ଦୂରତ୍ୱ ଯେପରି ବଜାଏ ରହିବ, ସେନେଇ ଗୁରୁତ୍ୱାରୋପ କରାଯାଇଛି । ଆଉ ଏସବୁ ଭିତରେ କୋରୋନା ମୁକାବିଲା ନେଇ ଆଜି କେନ୍ଦ୍ର କ୍ୟାବିନେଟ ବୈଠକ ବସିଛି । ଯେଉଁ ବୈଠକରେ ମଧ୍ୟ ସାମାଜିକ ଦୂରତ୍ୱକୁ ଧ୍ୟାନ ଦିଆଯାଇଛି । 

ଆଜି ୭ ଲୋକ କଲ୍ୟାଣ ମାର୍ଗରେ କେନ୍ଦ୍ର କ୍ୟାବିନେଟ ବୈଠକ ବସିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଚାଲିଛି । ତେବେ ବୈଠକ ସମୟର ଯେଉଁ ଚିତ୍ର ସାମ୍ନାକୁ ଆସିଛି, ସେହି ଚିତ୍ର ମଧ୍ୟ କହୁଛି ସାମାଜିକ ଦୂରତ୍ୱର କାହାଣୀ । ଖୋଦ ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ର କ୍ୟାବିନେଟ ମଧ୍ୟ ସାମାଜିକ ଦୂରତ୍ୱକୁ ପାଳନ କରୁଛନ୍ତି । ଅର୍ଥାତ ମନ୍ତ୍ରିମଣ୍ଡଳ ଯେଉଁଠି ବସିଛନ୍ତି, ସେଠି ମଧ୍ୟ ସାମାଜିକ ଦୂରତ୍ୱକୁ ପ୍ରାଧାନ୍ୟ ଦିଆଯାଇଛି । ମନ୍ତ୍ରୀମାନେ ପରସ୍ପର ସହ ଦୂରତ୍ୱ ବଜାଏ ରଖି ବୈଠକରେ ସାମିଲ ହୋଇଛନ୍ତି । ଗୋଟିଏ ସିଟରୁ ଅନ୍ୟ ସିଟ ମଧ୍ୟରେ ସର୍ବନିମ୍ନ ଦୂରତ୍ୱ ଯେତିକି ରହିବା କଥା, ସେ ଉପରେ ଧ୍ୟାନ ଦିଆଯାଇଛି ।