୬ମାସ ଭିତରେ କ'ଣ କରିଛନ୍ତି, ମୋଦିଙ୍କୁ ରିପୋର୍ଟ ଦେବେ ମନ୍ତ୍ରୀ
ଆଜି କେନ୍ଦ୍ର ମନ୍ତ୍ରୀ ପରିଷଦର ସମୀକ୍ଷା ବୈଠକ ଡକାଯାଇଛି । ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ମନ୍ତ୍ରୀମାନଙ୍କୁ ସେମାନଙ୍କ ମନ୍ତ୍ରାଳୟର ରିପୋର୍ଟ କାର୍ଡ ତଲବ କରିବେ । ଏଥିସହ ବୈଠକରେ ନିଜ ମନ୍ତ୍ରୀମାନଙ୍କ କାର୍ଯ୍ୟର ସମୀକ୍ଷା କରିବେ । ୬ ମାସର ରିପୋର୍ଟ ଉପରେ ଚର୍ଚ୍ଚା କରିବେ ପ୍ରଧାନମନ୍ତ୍ରୀ ।
Trending Photos
)
ଜିନୁ ଜେନା,ନୂଆଦିଲ୍ଲୀ: ଆଜି କେନ୍ଦ୍ର ମନ୍ତ୍ରୀ ପରିଷଦର ସମୀକ୍ଷା ବୈଠକ ଡକାଯାଇଛି । ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ମନ୍ତ୍ରୀମାନଙ୍କୁ ସେମାନଙ୍କ ମନ୍ତ୍ରାଳୟର ରିପୋର୍ଟ କାର୍ଡ ତଲବ କରିବେ । ଏଥିସହ ବୈଠକରେ ନିଜ ମନ୍ତ୍ରୀମାନଙ୍କ କାର୍ଯ୍ୟର ସମୀକ୍ଷା କରିବେ । ୬ ମାସର ରିପୋର୍ଟ ଉପରେ ଚର୍ଚ୍ଚା କରିବେ ପ୍ରଧାନମନ୍ତ୍ରୀ ।
ମନ୍ତ୍ରାଳୟକୁ ନିଜ ପରଫର୍ମାନ୍ସ ନେଇ ରିପୋର୍ଟ ଦେବାକୁ ହେବ । ମୋଦି ସରକାରର ଅନେକ ମନ୍ତ୍ରୀଙ୍କୁ ଗତ କିଛିଦିନର ରିପୋର୍ଟ କାର୍ଡ ପ୍ରଦାନ କରିବାକୁ ହେବ । ବୈଠକ ସକାଳ ସାଢେ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ । ଦିଲ୍ଲୀ ଚାଣକ୍ୟପୁରୀ ସ୍ଥିତ ପ୍ରବାସୀ ଭାରତୀ କେନ୍ଦ୍ରରେ ବସିବ ।
ବୈଠକରେ ସମସ୍ତ ମନ୍ତ୍ରାଳୟର କାର୍ଯ୍ୟ ନେଇ ସମୀକ୍ଷା କରାଯିବ । ବୈଠକରେ ମନ୍ତ୍ରୀମାନେ ନିଜ ନିଜ ମନ୍ତ୍ରାଳୟର ପରଫର୍ମନ୍ସ ନେଇ ପିଏମ ମୋଦିଙ୍କୁ ବିସ୍ତୃତ ରିପୋର୍ଟ ଦେବେ । କୁହାଯାଉଛି ଯେ, ଏହି ବୈଠକ ପରେ ପିଏମ ସମସ୍ତ ମନ୍ତ୍ରୀମାନଙ୍କ ରିପୋର୍ଟ କାର୍ଡ ପ୍ରସ୍ତୁତ କରିବ । ରିପୋର୍ଟ କାର୍ଡ ପରେ ମନ୍ତ୍ରୀମଣ୍ଡଳର ଭବିଷ୍ୟତ ଧାର୍ଯ୍ୟ ହେବ । ଏହି ବୈଠକରେ ମନ୍ତ୍ରିମଣ୍ଡଳର ବିସ୍ତାର ନେଇ ନିଷ୍ପତ୍ତି ନିଆଯିବ ।
ମନ୍ତ୍ରୀମଣ୍ଡଣ ବିସ୍ତାର ପୂର୍ବରୁ ଆଜିର ମନ୍ତ୍ରୀ ପରିଷଦ ବୈଠକକୁ ଏକ୍ସରସାଇଜ ଭାବେ ଧରି ନିଆଯାଉଛି । ଯାହାର ପରଫର୍ମାନ୍ସ ପୁର ରହିବ ମନ୍ତ୍ରୀ ପଦ ହାତରୁ ଖସି ଯାଇପାରେ ବୋଲି ଚର୍ଚ୍ଚା ବି ହେଉଛି । ତେବେ ଏନେଇ ଚିତ୍ର ସ୍ପଷ୍ଟ ହୋଇଯିବ ଖୁବଶୀଘ୍ର । ଆଉ ବୈଠକରେ ବସିଥିବା ମନ୍ତ୍ରୀ ଜାଣିପାରିବେ ପରବର୍ତ୍ତୀ ବିସ୍ତୃତ ମନ୍ତ୍ରିମଣ୍ଡଳରେ ସେମାନଙ୍କ ଆସନ ରହିବ ନା ଚାଲିଯିବ । ସେପଟେ ଆଉ କିଛି ଉଦୀୟମାନ ବ୍ୟକ୍ତିତ୍ୱଙ୍କୁ ମଧ୍ୟ ଖୋଜା ସରିଛି, ଯାହାଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିପାରେ ।
ଆହୁରି ପଢନ୍ତୁ; ତଡା ଖାଇବେ ଅଯୋଗ୍ୟ ମନ୍ତ୍ରୀ ! ଓଡିଆ କେନ୍ଦ୍ରମନ୍ତ୍ରୀଙ୍କ ଉପରେ ମୋଦି ଖୁସ୍ ତ ?