ଆକ୍ସନ ମୁଡରେ କେନ୍ଦ୍ର ସରକାର, ଆର୍ଥିକ ପ୍ୟାକେଜ କାର୍ଯ୍ୟକାରୀ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ନିର୍ଦ୍ଦେଶ

କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଆର୍ଥିକ ପ୍ୟାକେଜକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ |     

 ଆକ୍ସନ ମୁଡରେ କେନ୍ଦ୍ର ସରକାର, ଆର୍ଥିକ ପ୍ୟାକେଜ କାର୍ଯ୍ୟକାରୀ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଲକ ଡାଉନ ବେଳେ ଦେଶର ଅର୍ଥନୀତିକୁ ସୁଧାରିବା ନେଇ ନେଇ ଆକ୍ସନ ମୁଡରେ ଅଛନ୍ତି କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାର | ବୁଧବାର ଅନୁଷ୍ଠିତ ହୋଇଥିବା କେନ୍ଦ୍ରୀୟ କ୍ୟାବିନେଟ ବୈଠକରେ ଯୋଗ ଦେବା ଅବସରରେ କହିଥିଲେ ଯେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିବା ଆର୍ଥିକ ସହାୟତା ରାଶିକୁ ସାମ୍ପ୍ରତିକ ପରିସ୍ଥିତିରେ ତୃଣମୂଳ ସ୍ତରରେ କାର୍ଯ୍ୟ କରିବା ଦରକାର | 

ଏହାକୁ କାର୍ଯ୍ୟକାରୀ କରିବା ଦାୟିତ୍ୱ ଆପଣଙ୍କର | ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦେଶର କୋଭିଡ19 ସ୍ଥିତି ବାବଦରେ ଉପସ୍ଥିତ କେନ୍ଦ୍ରମନ୍ତ୍ରୀକୁ ଅବଗତ କରାଯାଇଥିଲା | ଏହା ମାଧ୍ୟମରେ ବିଶ୍ୱ ସମେତ ଭାରତରେ କୋରୋନା ମହାମାରୀ ସ୍ଥିତି କ'ଣ ରହିଛି ସେ ନେଇ ଅବଗତ କରାଯାଇଥିଲା | ଏହାର ମୁକାବିଲା କରିବା କ୍ଷେତ୍ରରେ ଭାରତ ଅନ୍ୟ ଦେଶଙ୍କ ତୁଳନାରେ କେତେ ମାତ୍ରାରେ ସଫଳ ହୋଇଛି ସେ ନେଇ ଜଣାଇ ଦିଆଯାଇଛି | 

କୋରୋନା ମହାମାରୀର ମୁକାବିଲା ପାଇଁ ଜାରି ହୋଇଥିବା ଲକ ଡାଉନ ବେଳେ ଦେଶର ଅର୍ଥନୀତିକୁ କ୍ରିୟାଶୀଳ କରିବା ପାଇଁ ୨୦ ଲକ୍ଷ କୋଟିର ଆର୍ଥିକ ସହାୟତା ରାଶି ଘୋଷଣା କରିଥିଲେ କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାର| ଯାହାକୁ ବର୍ତ୍ତମାନ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା ନେଇ ଆକ୍ସନ ମୁଡରେ ଅଛନ୍ତି  ଭାରତ ସରକାର |