ଓଡିଶା ଗସ୍ତରେ ନୀତିନ ଗଡକରୀ

ଓଡିଶା ଗସ୍ତରେ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ।  ଏକ ଘରୋଇ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆସୁଛନ୍ତି ନୀତିନ । ଏହାସହ ବିଭିନ୍ନ ଜାତୀୟ ରାଜପଥ ପ୍ରକଳ୍ପ ଗୁଡିକର ସମୀକ୍ଷା ମଧ୍ୟ କରିବେ କେନ୍ଦ୍ରମନ୍ତ୍ରୀ । କୋଷ୍ଟାଲ୍ ହାଇୱେ ଉପରେ ଗୁରୁତ୍ୱ ଦେବେ ବୋଲି ଆଶା କରାଯାଉଛି । 

ଓଡିଶା ଗସ୍ତରେ ନୀତିନ ଗଡକରୀ
ଫାଇଲ ଫଟୋ

ଭୁବନେଶ୍ୱର: ଓଡିଶା ଗସ୍ତରେ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ।  ଏକ ଘରୋଇ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆସୁଛନ୍ତି ନୀତିନ । ଏହାସହ ବିଭିନ୍ନ ଜାତୀୟ ରାଜପଥ ପ୍ରକଳ୍ପ ଗୁଡିକର ସମୀକ୍ଷା ମଧ୍ୟ କରିବେ କେନ୍ଦ୍ରମନ୍ତ୍ରୀ । କୋଷ୍ଟାଲ୍ ହାଇୱେ ଉପରେ ଗୁରୁତ୍ୱ ଦେବେ ବୋଲି ଆଶା କରାଯାଉଛି । 

ଗତ ଜାନୁଆରୀରେ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟର ଏକ୍ସପର୍ଟ ଆପ୍ରେଜାଲ୍ କମିଟି ଏହି ପ୍ରକଳ୍ପକୁ ଖାରଜ କରିଦେଇଥିଲା । ସେହିପରି କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ପ୍ରକଳ୍ପ ଜାଗାକୁ ନେଇ ବିବାଦ ମଧ୍ୟ ଦେଖାଦେଇଥିଲା । ଯେଉଁଥିପାଇଁ ସାଢ଼େ ୭ ହଜାର କୋଟି ଟଙ୍କାର ଏହି ପ୍ରକଳ୍ପ ଏବେ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି । 

Nitin Gadkari

ତେବେ ଅପରାହ୍ନରେ ନୀତିନ ନାଗପୁର ଯିବାର କାର୍ଯ୍ୟକ୍ରମ ରହିଛି । ଏକ ସ୍ୱତନ୍ତ ବିମାନ ଯୋଗେ ନୀତିନ ଗସ୍ତ କରିବା ନେଇ ସୂଚନା ରହିଛି ।