• ଆଜି ଓଡ଼ିଶା ଆସୁଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ II
  • ଏସସିବିରେ ଓପନ ହାର୍ଟ ସର୍ଜରୀ ବନ୍ଦ II
  • କୋରୋନା ସ୍ଥିତି ନେଇ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି II
  • ଧଉଳି ଶାନ୍ତିସ୍ତୁପର ସାମଗ୍ରିକ ବିକାଶ ଓ ରକ୍ଷଣାବେକ୍ଷଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ
  • ଦିନକରେ ୩୭ ହଜାର ୯୭୫ ଜଣ କୋରୋନା ଆକ୍ରାନ୍ତ, ୪୮୦ ମୃତ
  • ରାଜଧାନୀବାସୀଙ୍କ ପାଇଁ ଖୁସି ଖବର।
  • ଭୁବନେଶ୍ୱର: କୋରୋନା ଶୂନ୍ୟ ହେଲା ବସ୍ତି ।I

କାଶ୍ମୀରକୁ ନେଇ ଚିନ୍ତିତ ଜାତିସଂଘ, ନାଗରିକଙ୍କ ଅଧିକାର ଫେରାଇବାକୁ ଦାବି

କାଶ୍ମୀର ପରିସ୍ଥିତିକୁ ନେଇ ଚିନ୍ତା ବ୍ୟକ୍ତ କଲା ଜାତିସଂଘ । ଏହାସହ ସରକାରଙ୍କ ପ୍ରଶଂସା ମଧ୍ୟ କରିଛି । ମଙ୍ଗଳବାର ଜାତିସଂଘ କହିଛି ଯେ ଘାଟିରେ ଲୋକମାନେ ଅଧିକାରୀରୁ ବଞ୍ଚିତ ହେଉଛନ୍ତି । ଆମେ ଭରତୀୟ ଅଧିକାରୀଙ୍କ ପାଖରେ ଦାବି କରିଛୁ କାଶ୍ମୀରରେ ନାଗରିକଙ୍କ ସମସ୍ତ ଅଧିକାର ଫେରାଇ ଦିଆଯାଉ । କାଶ୍ମୀର ପରିସ୍ଥିତିରେ ସୁଧାର ଆଣିବା ପାଇଁ ବାରତ ବହୁ ପଦକ୍ଷେପ ମଧ୍ୟ ନେଇଛି ବୋଲି ଜାତିସଂଘ କହିଛି ।

କାଶ୍ମୀରକୁ ନେଇ ଚିନ୍ତିତ ଜାତିସଂଘ, ନାଗରିକଙ୍କ ଅଧିକାର ଫେରାଇବାକୁ ଦାବି
ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: କାଶ୍ମୀର ପରିସ୍ଥିତିକୁ ନେଇ ଚିନ୍ତା ବ୍ୟକ୍ତ କଲା ଜାତିସଂଘ । ଏହାସହ ସରକାରଙ୍କ ପ୍ରଶଂସା ମଧ୍ୟ କରିଛି । ମଙ୍ଗଳବାର ଜାତିସଂଘ କହିଛି ଯେ ଘାଟିରେ ଲୋକମାନେ ଅଧିକାରୀରୁ ବଞ୍ଚିତ ହେଉଛନ୍ତି । ଆମେ ଭରତୀୟ ଅଧିକାରୀଙ୍କ ପାଖରେ ଦାବି କରିଛୁ କାଶ୍ମୀରରେ ନାଗରିକଙ୍କ ସମସ୍ତ ଅଧିକାର ଫେରାଇ ଦିଆଯାଉ । କାଶ୍ମୀର ପରିସ୍ଥିତିରେ ସୁଧାର ଆଣିବା ପାଇଁ ବାରତ ବହୁ ପଦକ୍ଷେପ ମଧ୍ୟ ନେଇଛି ବୋଲି ଜାତିସଂଘ କହିଛି ।

ଅନ୍ୟପକ୍ଷେ ଭାରତ ଗସ୍ତରେ ଆସିଛନ୍ତି ୟୁରୋପୀୟନ ସାଂସଦ ଦଳର ପ୍ରତିନିଧି ମଣ୍ଡଳ  । ଏହି ପ୍ରତିନିଧି ମଣ୍ଡଳରେ ୨୮ ଜଣ ସଦସ୍ୟ ଅଛନ୍ତି । ସେମାନେ ମଙ୍ଗଳବାର କାଶ୍ମୀର ପରିଦର୍ଶନ କରିବାକୁ ଯାଇଛନ୍ତି  । ଧାରା ୩୭୦ର ଉଚ୍ଛେଦ ପରେ ଦୁନିଆ ସାରା ଜମ୍ମୁ କାଶ୍ମୀରକୁ ନେଇ ଚର୍ଚ୍ଚା ଲାଗି ରହିଛି । ପାକିସ୍ତାନ ତରଫରୁ ବାରମ୍ବାର ଏହି ମାମଲାକୁ ଉପସ୍ଥାପନ କରାଯାଉଛି ।  ଏପରି ଚର୍ଚ୍ଚା ଭିତରେ ୟୁରୋପୀୟନ ପ୍ରତିନିଧି ମଣ୍ଡଳର ଏହି ଗସ୍ତ ବେଶ ଗୁରୁତ୍ୱପୂର୍ଣ୍ଣ । ବର୍ତ୍ତମାନ ଯାଏ କୌଣସି ବିଦେଶୀ ପ୍ରତିନିଧି ମଣ୍ଡଳକୁ ଜମ୍ମୁ କାଶ୍ମୀର ଯିବା ପାଇଁ ଅନୁମତି ମିଳିନାହିଁ ।  

ୟୁରୋପୀୟନ ସାଂସଦଙ୍କ ପ୍ରତିନିଧି ମଣ୍ଡଳକୁ କାଶ୍ମୀର ଯିବାର ଅନୁମତି ମିଳିବା ପରେ ବିରୋଧୀ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି  ।  ସାଂସଦ ତଥା ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୋଦି ସରକାରଙ୍କୁ ଏହି ବିଷୟକୁ ନେଇ ଘେରିଛନ୍ତି । ସେହିପରି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଏହି ବିଷୟକୁ ନେଇ ମୋଦି ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ।  ଏହାସହ ବିଏସପି ସୁପ୍ରମୋ ମାୟାବତୀ ମଧ୍ୟ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ।  
ସେପଟେ ଆଜି ଜନ୍ତର ମନ୍ତରରେ କାଶ୍ମୀର ବିଷୟକୁ ନେଇ ବିଭିନ୍ନ ଏନଜିଓ ତରଫରୁ ବିରୋଧ ପ୍ରଦର୍ଶନ କରାଯାଇଛି । ଏହି ପ୍ରଦର୍ଶନରେ ବାମଦଳ ସହ ଅନ୍ୟ ବିରୋଧୀ ପାର୍ଟିର କାର୍ଯ୍ୟକର୍ତ୍ତା ମଧ୍ୟ ସାମିଲ ହୋଇଛନ୍ତି ।  କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବି ଆଜାଦ ମଧ୍ୟ ଏହି ବିରୋଧ ପ୍ରଦର୍ଶନରେ ସାମିଲ ହୋଇଛନ୍ତି । ବିରୋଧୀଙ୍କ ଦାବି, କାଶ୍ମୀରରେ ସରକାରଙ୍କ ପ୍ରତିବନ୍ଧକ ଯୋଗୁଁ ଲୋକଙ୍କୁ ବିଭିନ୍ନ ଅସୁବିଧାର ସାମ୍ନା କରିବାକୁ ପଡୁଛି ।  କାଶ୍ମୀରର ସ୍ଥାନୀୟ ନେତାଙ୍କୁ ହେପାଜତରେ ରଖାଯାଇଛି ।