ଗୋଟିଏ ଦିନରେ ୨ ହଜାରରୁ ଅଧିକ ମୃତ୍ୟୁ ପୂର୍ବରୁ କୌଣସି ଦେଶରେ ମଧ୍ୟ ଦେଖିବାକୁ ମିଳିନାହିଁ ।
Trending Photos
ୱାସିଂଟନ: ସମଗ୍ର ବିଶ୍ୱରେ କାୟାବିସ୍ତାର କରୁଥିବା କୋରୋନା ଆମେରିକାରେ ତାଣ୍ଡବ ରଚୁଛି । ଏବେ କିଲର କୋରୋନା ଏହି ଦେଶର ନିଦ ହଜେଇ ଦେଇଛି । ପ୍ରଥମ ଦେଶ ଭାବେ ୨୪ ଘଣ୍ଟା ମଧ୍ୟରେ ୨ ହଜାରରୁ ଅଧିକ କୋରୋନାଜନିତ ମୃତ୍ୟୁ ଆମେରିକାରେ ଘଟିଛି । ଯାହାକି ଅନ୍ୟ କୌଣସି ଦେଶରେ ଦେଖିବାକୁ ମିଳି ନ ଥିଲା ।
United States becomes the first country to record more than 2,000 #Coronavirus deaths in one day; with 2,108 fatalities in the past 24 hours, according to the Johns Hopkins University tally: AFP news agency
— ANI (@ANI) April 11, 2020
ୟୁରୋପରେ ମଧ୍ୟ ତାଣ୍ଡବ ରଚୁଛି କୋରୋନା । ହେଲେ ଗୋଟିଏ ଦିନରେ ୨ ହଜାରରୁ ଅଧିକ ମୃତ୍ୟୁ ପୂର୍ବରୁ କୌଣସି ଦେଶରେ ମଧ୍ୟ ଦେଖିବାକୁ ମିଳିନାହିଁ । ପ୍ରଥମଥର ପାଇଁ ଆମେରିକାରେ ଏପରି କିଛି ସ୍ଥିତି ହୋଇଛି । ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ୫ ଲକ୍ଷ ଲପାର୍ କରିଛି । ମୃତ୍ୟୁ ସଂଖ୍ୟାରେ ୟୁରୋପୀୟ ଦେଶ ଇଟାଲୀଠାରୁ ସାମାନ୍ୟ ପଛରେ ଅଛି ଆମେରିକା । ଏପର୍ଯ୍ୟନ୍ତ ଇଟାଲୀରେ ମୃତ୍ୟୁ ସଂଖ୍ୟା ୧୮୮୪୯ ରହିଥିବା ବେଳେ ଆମେରିକାରେ ଏହା ରହିଛି ୧୮୭୪୭ । ଅର୍ଥାତ ସମୁଦାୟ ମୃତ୍ୟୁସଂଖ୍ୟାରେ ମଧ୍ୟ ଆମେରିକା ସମସ୍ତ ରେକର୍ଡ କାଟିବାକୁ ଯାଉଛି । ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ ଯେ ସ୍ଥିତି ଦିନେ ଏପରି ହେବ, ତାହା କେହି କଳ୍ପନା କରିନଥିବେ ।