ଚୀନ ଓ ଇଟାଲୀକୁ ମଧ୍ୟ କାଟିଲା ଆମେରିକା, ଆକ୍ରାନ୍ତଙ୍କ ସଂଖ୍ୟା ୮୩ ହଜାର ପାର
Advertisement

ଚୀନ ଓ ଇଟାଲୀକୁ ମଧ୍ୟ କାଟିଲା ଆମେରିକା, ଆକ୍ରାନ୍ତଙ୍କ ସଂଖ୍ୟା ୮୩ ହଜାର ପାର

ଇଟାଲୀରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ରହିଛି । ୮ ହଜାରରୁ ଉର୍ଦ୍ଧ୍ୱ ଲୋକ କୋରୋନାରେ ସେଠି ମୃତ୍ୟୁବରଣ କଲେଣି । 

ଫାଇଲ ଫଟୋ

ନୂଆଦିଲ୍ଲୀ: କୋରୋନା କବଳରେ ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ରାଷ୍ଟ୍ର । ଯୁକ୍ତରାଷ୍ଟ୍ର ଆମେରିକାରେ ବିଶ୍ୱର ସର୍ବାଧିକ କୋରୋନା ଆକ୍ରାନ୍ତ ଚିହ୍ନଟ । ଦ୍ରୁତ ଗତିରେ ଆମେରିକାରେ କାୟାବିସ୍ତାର କରୁଛି କୋରୋନା । ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୮୩୫୪୫ରେ ପହଞ୍ଚିଛି, ଯାହାକି ଚୀନ ଏବଂ ଇଟାଲୀକୁ ମଧ୍ୟ ଅତିକ୍ରମ କରିଛି ।  New York Times ଏନେଇ ଖବର ପ୍ରକାଶ କରିଛି । ଅନ୍ୟପଟେ ମୃତକଙ୍କ ସଂଖ୍ୟା ମଧ୍ୟ ଏହି ଦେଶରେ ୧୨ ଶହ ପାର ହେଲାଣି । ତେଣୁ ଆଗକୁ ଯେ ଆମେରିକାରେ କୋରୋନା ବଡ଼ ଧରଣର ତାଣ୍ଡବ ରଚିବ, ଏଭଳି କିଛି ଆଶଙ୍କା ସୃଷ୍ଟି ହେବା ସ୍ୱାଭାବିକ । 

ସେହିପରି ଯଦି ଚୀନ କଥା ଦେଖିବା, ତେବେ ସେଠି ଆକ୍ରାନ୍ତଙ୍କ ସଂଖ୍ୟା ୮୧୨୮୫ରେ ସୀମିତ ରହିଛି । ଇଟାଲୀ ୮୦ ହଜାରକୁ ଅତିକ୍ରମ କଲାଣି । ସ୍ପେନରେ ୫୬୧୯୭, ଜର୍ମାନୀରେ ୪୩୨୧୧, ଇରାନରେ ୨୯୪୦୬, ଫ୍ରାନ୍ସରେ ୨୯୧୫୫, ସ୍ୱିଜରଲ୍ୟାଣ୍ଡରେ ୧୧୮୦୬ ଏବଂ ଇଂଲଣ୍ଡରେ ୧୧୬୫୮ ଜଣ କୋରୋନା ଆକ୍ରାନ୍ତ ରହିଛନ୍ତି । ତେବେ ଇଟାଲୀରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ରହିଛି । ୮ ହଜାରରୁ ଉର୍ଦ୍ଧ୍ୱ ଲୋକ କୋରୋନାରେ ସେଠି ମୃତ୍ୟୁବରଣ କଲେଣି ।