ଆଜିର ରିପୋର୍ଟ କହୁଛି, ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୬୧୩୮୮୬ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୨୬୦୪୭ ରହିଛି ।
Trending Photos
ୱାସିଂନଟ: ସମଗ୍ର ବିଶ୍ୱରେ କାୟାବିସ୍ତାର କରିଥିବା କୋରୋନା ଆମେରିକାରେ ତାଣ୍ଡବ ରଚୁଛି । ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ପାର କରିଛି । ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ୨୬ ହଜାର ଉପରେ ରହିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ କୋରୋନାଜନିତ ୨୨୨୮ ଜଣଙ୍କ ମୃତ୍ୟୁ ହୋଇଛି । ୯୫ ପ୍ରତିଶତ ଲୋକ କୋରୋନା ଯୋଗୁ ପ୍ରଭାବିତ ହୋଇଛନ୍ତି ।
United States registers record 2,228 #coronavirus deaths in past 24 hours, according to Johns Hopkins tally: AFP news agency
— ANI (@ANI) April 15, 2020
ଆଜିର ରିପୋର୍ଟ କହୁଛି, ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୬୧୩୮୮୬ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୨୬୦୪୭ ରହିଛି । ସେହିପରି ଯଦି ବ୍ୟଶ୍ୱବ୍ୟାପୀ ଦେଖାଯାଏ, ତେବେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଲକ୍ଷ ଛୁଇଁବା ଉପରେ । ଏପର୍ଯ୍ୟନ୍ତ ସମଗ୍ର ବିଶ୍ୱରେ ୧୯ଲକ୍ଷ ୯୮ ହଜାର ୧୩୮ ଜଣ କୋରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୨୬ ହଜାର ୬୦୭ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ୪ ଲକ୍ଷ ୭୮ ହଜାର ୭୪୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଯଦି ଭାରତର ସ୍ଥିତି ଦେଖିବା, ତେବେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ପାର ହୋଇଛି । ସେହିପରି ମୃତ୍ୟୁ ସଂଖ୍ୟା ୩୫୩ ଥିବା ଜଣାପଡ଼ିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଦେଶରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି । କୋରୋନା ଯୋଗୁ ସବୁଠୁ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର । ତା ତଳକୁ ରହିଛି ଦେଶର ରାଜଧାନୀ ନୂଆଦିଲ୍ଲୀ । କେବଳ ମୁମ୍ବାଇରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ପାର୍ କରିଛି ।