ମାଲକାନଗିରି: ଅଜଣା ରୋଗରେ ୬ ଶିଶୁଙ୍କ ମୃତ୍ୟୁ

ଜାପାନୀ ଜ୍ୱର, ଏନସେପାଲାଇଟିସ, ସ୍ୱାଇନଫ୍ଲୁ ଭୟଙ୍କର ରୋଗ ପରେ ବର୍ତ୍ତମାନ ଏକ ଅଜଣା ରୋଗର ଭୟ ଦେଖାଦେଇଛି । ଛଅ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ସାତ ଜଣ ଶିଶୁ ଆକ୍ରାନ୍ତ ହେଇଛନ୍ତି l 

 ମାଲକାନଗିରି: ଅଜଣା ରୋଗରେ ୬ ଶିଶୁଙ୍କ ମୃତ୍ୟୁ

ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ତାମାନପଲ୍ଲୀ ଗାଁରେ ଅଜଣା ରୋଗର ଭୟ ଦେଖାଦେଇଛି । ଅଜଣା ରୋଗରେ ଛଅ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ସାତ ଜଣ ଶିଶୁ ଆକ୍ରାନ୍ତ ହେଇଛନ୍ତି l ଆକ୍ରାନ୍ତ ସାତ ଜଣ ଶିଶୁଙ୍କୁ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି  l ଏପର୍ଯ୍ୟନ୍ତ ରୋଗ ବିଷୟରେ ଜଣାପଡିନାହିଁ l  

ଗାଁ ଲୋକଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ରୋଗୀଙ୍କୁ ପ୍ରଥମେ ବାନ୍ତି ଜ୍ଜ୍ୱର ଥଣ୍ଡା ହଜମ ହେଉ ନଥିବା ଭଳି ସମସ୍ୟା ଦେଖା ଦେଉଛି । ପରେ ଦୁଇରୁ ତିନି ଦିନ ମଧ୍ୟରେ ସେମାନଙ୍କ ମୁତ୍ୟୁ ଘଟୁଛି । ଏହି ଘଟଣା ପରେ ତାମନପାଲୀ ଗାଁରେ ଭୟର ଆତଙ୍କ ଦେଖିବାକୁ ମିଳିଛି । ଏନେଇ ଏକ ଡାକ୍ତରୀ ଦଳ ସେହି ଗ୍ରାମରେ ଥିବା ରୋଗୀ ମାନଙ୍କର ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା  କରିଛନ୍ତି । ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ଡାକ୍ତରୀ ଦଳ କହିଛନ୍ତି ।