ଏମିତି ଶତ୍ରୁ ଭଗବାନ କାହାକୁ ନ ଦେଉ
Advertisement

ଏମିତି ଶତ୍ରୁ ଭଗବାନ କାହାକୁ ନ ଦେଉ

୭ ଏକର ଜମିରେ ନିଆଁ ଲଗାଇଲା ଦୁର୍ବୃତ୍ତ, ମୁଣ୍ଡରେ ହାତ ଦେଇ ବସିଛନ୍ତି ମନୋଜ ଭୋଇ

ସୌଜନ୍ୟ: ସୋସିଆଲ ମିଡିଆ

ହିଂମାଶୁ ଶେଖର ସାହୁ, ବୌଦ୍ଧ: ଶତୃ କିଛି ବି କରିପାରେ । କେତେବେଳେ ଜୀବନ ତ ଆଉ କେତେବେଳେ ଧନ ସମ୍ପତ୍ତି ସବୁ ନଷ୍ଟ କରିବାରେ ଉଦ୍ୟମ ଜାରି ରଖିଥାଏ । ହେଲେ କିଏ ସେହି ଶତୃ ଯିଏ ଗୋଟିଏ ପରିବାରର ବର୍ଷ ଯାକାର ଆହାରକୁ ଛଡାଇ ନେଇଛି ଆଉ କାହିଁକି ନେଉଛି ଏପରି ପ୍ରତିଶୋଧ। । ହଁ ଆଜ୍ଞା କଥା ଟା ଆପଣଙ୍କୁ ନିଶ୍ଚୟ ଆନ୍ଦୋଳିତ କରୁଥିବା । ଏମିତି ଏକ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖଟଖଟିଆ ପଞ୍ଚାୟତର ସିନ୍ଦୁରପୁର ମୌଜାରେ । ଗ୍ରାମର ମନୋଜ ଭୋଇ ନାମକ ଜଣେ ଚାଷୀଙ୍କ ୭ ଏକର ଧାନ ଫସଲକୁ କିଏ ଜଣେ ନିଆଁ ଲଗାଇ ଜାଳିପୋଡି ପାଉଁଶ କରିଦେଇଛି । ତେବେ କଣ କରିବେ କିପରି ଋଣ ବାଡି ସୁଝିବେ, ପିଲାଙ୍କ ପେଟକୁ କିପରି ଦାନା ଦେବେ, ଏମିତି କେତେକଣ ଭାବି ମନୋଜଙ୍କ ଆଖିରେ ଜକେଇ ଆସୁଛି ଲୁହ ।

fallback

ତଥାପି ମନକୁ ଦୃଢ କରି ସେ ପରିବାରର ଗାଡିକୁ ଆଗକୁ ନେବା ପାଇଁ ସରକାରଙ୍କ ପାଖରେ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି । ମନୋଜ ନିଜର ୭ ଏକର ଜମିରେ ଚଳିତ ବର୍ଷ ଧାନ ଚାଷ କରିଥିବାବେଳେ ଫସଲ ଭଲ ହୋଇଥିଲା । ସମସ୍ତ ଧାନ ବିଲରୁ ଧାନ ଅମଳ କରି ଗୋଟିଏ ସ୍ଥାନରେ ସବୁତକ ଧାନ ରଖିଥିଲା । ଭାବିଥିଲେ ଧାନ ବଙ୍ଗଳା ପରେ ସିଧାସଳଖ ମଣ୍ଡିକୁ ନେଇ ଧାନ ବିକିବ ଆଉ ଯାହା ମିଳିବ ଋଣବାଡି ସୁଝିବା ସହିତ କିଛି ସଞ୍ଚୟ କରିବ । ହେଲେ ଦଇବ ନୁହେଁ ଦୁର୍ବୃତ୍ତ ଦାଉ ସାଧିଲା । ରାତିରେ କେହି ଜଣେ ଦୁର୍ବୃତ୍ତ ଧାନ ଗଦାରେ ନିଆଁ ଲଗାଇଦେବାରୁ ସବୁତକ ଧାନ ନିଆଁରେ ପୋଡି ପାଉଁଶ ହୋଇଯାଇଛି । ନିଆଁ ଲାଗିବା କଥା ଜାଣିବା ପରେ କଣ୍ଟାମାଳ ଏବଂ ସୋନପୁର ଦମକଳ ବାହିଣି ପହଞ୍ଚିଥିଲେ ହେଁ ସବୁତକ ଧାନ ନଷ୍ଟ ହୋଇ ସାରିଥିଲା । ତେଣୁ ଏହି ଚାଷିଙ୍କୁ ସରକାର ସାହାଯ୍ୟ ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।