ଲକ ଡାଉନ ଯୋଗୁଁ ମୁମ୍ବାଇରେ ପ୍ରାୟ ୨ ମାସ ଧରି ବନ୍ଦ ରହିଥିବା ଦୋକାନ ବଜାର ଜୁନ ୫ ତାରିଖରୁ ଅଡ-ଇଭେନ ଫର୍ମୁଲାରେ ଖୋଲିଛି |
Trending Photos
)
ମୁମ୍ବାଇ: କୋଭିଡ19 ମୁକାବିଲା ପାଇଁ ଜାରି ହୋଇଥିବା ଲକ ଡାଉନ କାରଣରୁ ଦେଶରେ ଆର୍ଥିକ ରାଜଧାନୀ ମୁମ୍ବାଇରେ ବନ୍ଦ ହୋଇ ରହିଥିଲା ବାଣିଜ୍ୟ କାରବାର | ଏହାକୁ ପୁଣିଥରେ କାର୍ଯ୍ୟକ୍ଷମ କରିବାକୁ ନିଷ୍ପତ୍ତି ନେଇଛନ୍ତି ମହାରାଷ୍ଟ୍ରରେ କ୍ଷମତାସୀନ ଉଦ୍ଧବ ସରକାର | ଶୁକ୍ରବାର ଠାରୁ ଯୁଗ୍ମ-ଅଯୁଗ୍ମ ନିୟମ(ଅଡ-ଇଭେନ ଫର୍ମୁଲା) ଆଧାରରେ ଖୋଲିବ ଦୋକାନ ବଜାର |
କୋରୋନା ଆକ୍ରାନ୍ତ ରାଜ୍ୟଙ୍କ ତାଲିକାରେ ଦେଶରେ ସର୍ବାଗ୍ରେ ରହିଛି ମହାରାଷ୍ଟ୍ର | ଏହାର ନିୟନ୍ତ୍ରଣ ପାଇଁ ପ୍ରାୟ ୨ ମାସରୁ ଉର୍ଦ୍ଧ୍ୱ ସମୟ ଧରି ଲକ ଜାରି ରହିବା ପରେ ଚଳିତ ଜୁନ ପହିଲାରୁ ଜାରି ହୋଇଛି ଅନଲକ ୧.୦(unlock1.0)| କୋରୋନା ପ୍ରକୋପକୁ ଦୃଷ୍ଟିରେ ରଖି ରାଜ୍ୟର ଯେଉଁ ଅଞ୍ଚଳକୁ ରେଡ ଜୋନ ଘୋଷିତ କରାଯାଇଛି ସେହି ଅଞ୍ଚଳରେ ଥିବା ସପିଂ ମଲକୁ ଛାଡି ଅନ୍ୟ ସମସ୍ତ ଦୋକାନ ଖୋଲିବ |
ବର୍ତ୍ତମାନ କେବଳ ହୋଟେଲ ଏବଂ ଅତ୍ୟାବଶ୍ୟକ ସେବାକୁ କାର୍ଯ୍ୟକାରୀ କରିବାକୁ ଅନୁମତି ମିଳିଥିଲା | ଦୋକାନ ଖୋଲିବାକୁ ଅନୁମତି ମିଳିବା ପରେ ସାମଜିକ ଦୂରତା ରକ୍ଷା କରିବା ଏବଂ ସାନିଟାଇଜିଂ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି ଦୋକାନୀ | ମାର୍କେଟ ଖୋଲିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହେବା ପରେ ନିଜର ଖୁସି ଜାହିର କରିଛନ୍ତି ଦୋକାନୀ ଏବଂ ସ୍ଥାନୀୟ ବାସିନ୍ଦା | ଦୋକାନ ବଜାର ଖୋଲିବା ନେଇ ସରକାରୀ ଅନୁମତି ମିଳିବା ପରେ ଦୋକାନୀ ସଂଘର ସାଧାରଣ ସମ୍ପାଦକ ବୀରେନ ଶାହା କହିଛନ୍ତି ଏହା ଆମ ପାଇଁ ଖୁସିର ଦିନ | ବନ୍ଦ ହୋଇ ପଡିଥିବା ଦୋକାନ ବର୍ତ୍ତମାନ ଖୋଲିବାକୁ ଯାଉଛି |
ମାର୍କେଟ ଖୋଲିବା ଉପରେ ପ୍ରତିକ୍ରିୟା ରଖି ମୁମ୍ବାଇ ମେୟର କିଶୋରୀ ପେଡେନକର କହିଛନ୍ତି ପ୍ରାଶାସନ ପକ୍ଷରୁ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଯେଉଁ ନିର୍ଦ୍ଦେଶନାମା ଜାରି ହୋଇଛି ତାହାରା ପାଳନ କରାଯିବ | ମହାରାଷ୍ଟ୍ରରେ ଜୁନ ୩୦ ପର୍ଯ୍ୟନ୍ତ ଲକ ଡାଉନ ଜାରି ରହିଛି | ଏହି ସମୟ ସୀମା ମଧ୍ୟରେ ଶିକ୍ଷାନୁଷ୍ଠାନ, ଲୋକୋଲ ଟ୍ରେନ, ଧାର୍ମିକ ଅନୁଷ୍ଠାନ, ସ୍ପୋର୍ଟ୍ସ କମ୍ଲେକ୍ସ, ସୁଇମିଂ ପୁଲ ବନ୍ଦ ରହିବ | ପୂର୍ବବତ ନାଇଟ କର୍ଫ୍ୟୁ ଜାରି ରହିବ | ମୁମ୍ବାଇ ଏବଂ ଏହା ସଂଲଗ୍ନ ଅଞ୍ଚଳକୁ ଯିବା ଆସିବା କରିବା ପାଇଁ ଯଦି କୌଣସି ବ୍ୟକ୍ତିବିଶେଷ ଚାହୁଁଥିବେ ତାଙ୍କୁ ପାସ ନେବାକୁ ପଡିବ |