ଜୀବନ ସଂଗ୍ରାମରେ ହାରିଗଲେ ଉନ୍ନାଓ ପୀଡ଼ିତା, ନ୍ୟାୟ ଅପେକ୍ଷାରେ ପରିବାର
Advertisement

ଜୀବନ ସଂଗ୍ରାମରେ ହାରିଗଲେ ଉନ୍ନାଓ ପୀଡ଼ିତା, ନ୍ୟାୟ ଅପେକ୍ଷାରେ ପରିବାର

ପୀଡ଼ିତାଙ୍କ ମୃତ୍ୟୁ ଖବର ସାରା ଦେଶକୁ ଦୋହଲାଇ ଦେଲା । ଘଟଣାକୁ ନେଇ ପୀଡ଼ିତାଙ୍କ ଗାଁ ଏବେ ଶୂନଶାନ, ଗାଁରେ ଭୟର ବାତାବରଣ । ଶାନ୍ତିଶୃଙ୍ଖଳା ପାଇଁ ମୁତୟନ ହୋଇଛନ୍ତି ପୋଲିସ । ସେପଟେ, ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମା ସଫଦରଜଙ୍ଗ ହସ୍ପିଟାଲରେ ପୀଡ଼ାତଙ୍କୁ ପରିବାରକୁ ଭେଟି କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦେଇଛନ୍ତି ପ୍ରତିଶ୍ରୁତି । 

 ଜୀବନ ସଂଗ୍ରାମରେ ହାରିଗଲେ ଉନ୍ନାଓ ପୀଡ଼ିତା, ନ୍ୟାୟ ଅପେକ୍ଷାରେ ପରିବାର

ଦେବେଶ ନାହାକ, ନୂଆଦିଲ୍ଲୀ: ଦେଶରେ ଆଉ ଏକ ଝିଅର ବଳି ଚଢ଼ାଇଲେ ଦୁର୍ବୃତ୍ତ । ଏଭଳି ଦୃଦୟ ବିଦାରକ ଘଟଣା ଏବେ ଦେଶବାସୀଙ୍କୁ ସ୍ତବ୍ଧ କରିଛି । ଉନ୍ନାଓ ପୀଡ଼ିତା ବଞ୍ଚିବା ପାଇଁ ବେଶ୍ ସଂଘର୍ଷ କଲେ ହେଲେ ବିଧିର ବିଧାନ କିନ୍ତୁ ଅଲଗା ଥିଲା, ଶେଷରେ ଜୀବନ ସଂଗ୍ରାମରେ ହାରିଗଲେ । ଶୁକ୍ରବାର ହାଇଦ୍ରାବାଦ ଏନକାଉଣ୍ଟର ଦେଶବାସୀଙ୍କୁ ଦେଇଥିଲା ସେଲିବ୍ରେସନ ପାଇଁ କିଛିଟା ସମୟ । ହେଲେ, ରାତି ହେବା କ୍ଷଣି ସବୁ କିଛି ଓଲଟପାଲଟ ହୋଇଗଲା । ଦିଲ୍ଲୀ ସଫଦରଜଙ୍ଗ ହସ୍ପିଟାଲରୁ ଆସିଲା ଆଉ ଏକ ଘଟଣା ଯାହା ସମସ୍ତଙ୍କ ହୃଦୟକୁ ଦେଲା ଶକ୍ତ ଆଘାତ  । ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତା ଯାହାଙ୍କୁ ଜିଅନ୍ତା ଜାଳି ଦିଆଯାଇଥିଲା  ସେ ଆଉ ନାହାନ୍ତି, ଆଖି ବୁଜିଛନ୍ତି ।        

ପୀଡ଼ିତାଙ୍କ ମୃତ୍ୟୁ ଖବର ସାରା ଦେଶକୁ ଦୋହଲାଇ ଦେଲା । ଘଟଣାକୁ ନେଇ ପୀଡ଼ିତାଙ୍କ ଗାଁ ଏବେ ଶୂନଶାନ, ଗାଁରେ ଭୟର ବାତାବରଣ । ଶାନ୍ତିଶୃଙ୍ଖଳା ପାଇଁ ମୁତୟନ ହୋଇଛନ୍ତି ପୋଲିସ । ସେପଟେ, ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମା ସଫଦରଜଙ୍ଗ ହସ୍ପିଟାଲରେ ପୀଡ଼ାତଙ୍କୁ ପରିବାରକୁ ଭେଟି କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦେଇଛନ୍ତି ପ୍ରତିଶ୍ରୁତି । ପୀଡ଼ିତାଙ୍କ ଆତ୍ମା ଏବଂ ପରିବାର ଲୋକଙ୍କୁ ସେଦିନ ଶାନ୍ତି ମିଳିବ, ଯେବେ ଅପରାଧୀମାନେ ଫାଶୀ ଖୁଣ୍ଟରେ ଝୁଲିବେ । ଏବେ ସବୁଠୁ ବଡ଼ ପ୍ରଶ୍ନ ସଇତାନଙ୍କୁ ଶାସ୍ତି ମିଳିବ କେବେ । ନ୍ୟାୟ ଆଶାରେ ଅଛନ୍ତି ଉନ୍ନାଓ ପୀଡ଼ିତାଙ୍କ ବାପା । ହାଇଦ୍ରାବାଦରେ ଏନକାଉଣ୍ଟର କରି ପୀଡ଼ିତାଙ୍କୁ ଯେଉଁ ନ୍ୟାୟ ଦିଆଗଲା, ସେମିତି ଶାସ୍ତି ଦେବାକୁ ସେ ଦାବି କରିଛନ୍ତି । ସେପଟେ, ଉନ୍ନାଓ ଗଣଦୁଷ୍କର୍ମ ମାମଲାର ତୁରନ୍ତ ରାୟ ପ୍ରକାଶ ପାଇଁ ଯୋଗୀ ସରକାର ଅଣ୍ଟା ଭିଡ଼ିଛନ୍ତି । ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ନିର୍ଭୟା ମାମଲାରେ ଫାଷ୍ଟ ଟ୍ରାକ୍ ଗଠନ ହୋଇଥିଲେ ସୁଦ୍ଧା ଆଜିଯାଏ ଜୀବିତ ଅଛନ୍ତି ଅପରାଧୀ, ତେଣୁ ଏବେ ଫାଷ୍ଟ ଟ୍ରାକ୍ କୋର୍ଟରେ ଉନ୍ନାଓ ମାମଲାର ଦୋଷୀଙ୍କୁ ଦଣ୍ଡ ମିଳିବା ନେଇ ଉଠିଛି ପ୍ରଶ୍ନ ।

ଉନ୍ନାଓର ଏହି ଝିଅ ଗଣଦୁଷ୍କର୍ମର ଶିକାର ହେଲା ।ନ୍ୟାୟ ପାଇଁ ସେ ସଂଘର୍ଷ କଲା । ଦୋଷୀଙ୍କୁ କଠୋର ଦଣ୍ଡ ଦେବା ପାଇଁ ଉଦ୍ୟମ କରିଥିଲେ ପୀଡ଼ିତା । ଜିଅନ୍ତା ଜାଳି ଦେଇଥିଲେ ଦୁର୍ବୃତ୍ତ,  ସେ ସାହସ ହାରି ନଥିଲେ, ହେଲେ ସେ ଅଟକି ନଥିଲେ । ବିନା ସାହାଯ୍ୟରେ ଆଗକୁ ଚାଲିଥିଲେ କାରଣ ସେ ମରିବାକୁ ଚାହୁଁ ନଥିଲେ । ନିଜ ଆଖିରେ ଦୋଷୀଙ୍କ ସଜା ଦେଖିବାକୁ ସେ ଚାହୁଁଥିଲେ । ଶରୀରର ୯୫ ପ୍ରତିଶତ ଜଳିଯାଇଥିଲା, ବଞ୍ଚିବା ଆଶା କ୍ଷୀଣ ଥିଲା ତଥାପି ସେ ମୃତ୍ୟୁ ସହ ସଂଗ୍ରାମ ଜାରି ରଖିଥିଲେ । ବଞ୍ଚିବା ପାଇଁ କାହିଁକି ସେ ଇଛା କରିଛନ୍ତି ଡାକ୍ତରଙ୍କୁ ଜଣାଇଥିଲେ ଉନ୍ନାଓର ଏହି ସାହସୀ ବେଟି । ସେପଟେ, ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ଜିଅନ୍ତା ଜାଳିଦେଇଥିବା ୫ ଦୋଷୀଙ୍କୁ ୧୪ ଦିନିଆ ରିମାଣ୍ଡରେ ନେଇଛି ପୋଲିସ । ଏବେ ଅପେକ୍ଷା ଉନ୍ନାଓ ପୀଡ଼ିତାଙ୍କୁ ନ୍ୟାୟ ମିଳିବ କେବେ ?  ମୃତ୍ୟୁ ପୂର୍ବରୁ ନିଜ ଭାଇକୁ ଶେଷ ଅନୁରୋଧ କରିଥିଲେ ପୀଡ଼ିତା । ଦୋଷୀଙ୍କୁ ଜମାରୁ ଛାଡ଼ିବ ନାହିଁ ।  

ଉନ୍ନାଓ ପୀଡ଼ିତାଙ୍କ ଶେଷ ଇଚ୍ଛା ପୂରଣ ପାଇଁ ନ୍ୟାୟ ପାଇଁ ଲଢ଼ିବେ ପରିବାର ଲୋକ । ଏବେ ନ୍ୟାୟ ପାଇଁ ଆରମ୍ଭ ହେବ ଲଢ଼େଇ । ମାସ, ବର୍ଷ, ୫ ବର୍ଷ ହେଉ ଅବା ଦଶ ବର୍ଷ କେତେ ଦିନ ଚାଲିବ ଲଢ଼େଇ ଜଣା ନାହିଁ । ଯେତେ ସମୟ ବଢ଼ିବ, ପୀଡ଼ିତ ପରିବାରକୁ ସେତେ ମାନସିକ କଷ୍ଟ, ଯନ୍ତ୍ରଣା ସହି ଚାଲିବାକୁ ପଡ଼ିବ । ଉନ୍ନାଓ ଦୁଷ୍କର୍ମ ପୀଡ଼ିତା ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ଦାବି ରଖିଥିଲେ । ଦେଶର କୋଟି କୋଟି ଲୋକଙ୍କର ମଧ୍ୟ ଏହି ଦାବି ରହିଛି ।