ପାରୋଲରେ ଯିବେ ୧୧ ହଜାର କଏଦୀ

ପାରୋଲରେ ଯିବେ କଏଦୀ

ପାରୋଲରେ ଯିବେ ୧୧ ହଜାର କଏଦୀ

ଲକ୍ଷ୍ନୌ: କୋରୋନା ଭାଇରସ ପାଇଁ ବର୍ତ୍ତମାନ ସ୍ଥିତିରେ ଦେଶର ପ୍ରମୁଖ ଜେଲ ଗୁଡ଼ିକ କଏଦୀମାନଙ୍କୁ ପାରୋଲରେ ଛାଡ଼ୁଛନ୍ତି। ଏହି କ୍ରମରେ ଉତ୍ତରପ୍ରଦେଶ ସରକାର ପ୍ରାୟ ୧୧ ହଜାର କଏଦୀଙ୍କୁ ପାରୋଲରେ ଯିବାକୁ ଦେବ ବୋଲି ଜଣାପଡ଼ିଛି। ୭ ବର୍ଷରୁ କମ ସଜ୍ଜା ପାଇଥିବା କଏଦୀଙ୍କୁ ରାଜ୍ୟ ସରକାର ଛାଡ଼ିବେ ବୋଲି ଜଣାପଡ଼ିଛି। 

ମିଳିଥିବା ସୂଚନା ମୁତାବକ ୭ ବର୍ଷରୁ କମ ଦଣ୍ଡ ଭୋଗୁଥିବା କଏଦୀମାନେ ରାଜ୍ୟର ୭୧ଟି ଜେଲରେ ବନ୍ଦୀ ଜୀବନ କାଟୁଛନ୍ତି। ଫଳରେ ଏହି କଏଦୀମାନଙ୍କୁ ୮ ସପ୍ତାହ ପାଇଁ ଛଡ଼ାଯିବ ବୋଲି ଜଣାପଡ଼ିଛି। ତେବେ ଏହା ପୂର୍ବରୁ ରାଜ୍ୟ ସରକାର ରାଜ୍ୟରେ ଥିବା ଜେଲ ଗୁଡ଼ିକର ୧୪ ବର୍ଷ ଧରି ସଜ୍ଜା କାଟୁଥିବା ୬୦ ବର୍ଷରୁ ଊର୍ଦ୍ଧ୍ୱ କଏଦୀଙ୍କ ତାଲିକା ମାଗିଥିଲେ। 

ଏହା ପୂର୍ବରୁ ପଞ୍ଜାବ ସରକାର ମଧ୍ୟ ୬ ହଜାର କଏଦୀଙ୍କୁ ପାରୋଲରେ ଛାଡ଼ିବେ ବୋଲି ସୂଚନା ଦେଇଥିଲେ। ସେହିପରି ତିହାର ଜେଲ ମଧ୍ୟ ଦେଢ ହଜାର କଏଦୀଙ୍କୁ ମଧ୍ୟ ପାରୋଲରେ ଛାଡ଼ିବା ନେଇ ସୂଚନା ରହିଛି। ଏମାନଙ୍କ ମଧ୍ୟରେ କିଛି ବିଚରାଧିନ କଏଦୀଙ୍କୁ ମଧ୍ୟବର୍ତ୍ତିକାଳୀନ ଜାମିନ ପ୍ରଦାନ କରି ପାରୋଲରେ ଛଡ଼ାଯିବ ବୋଲି ସୂଚନା ରହିଛି।