ଶ୍ରମିକ ଆଇନରେ ପରିବର୍ତ୍ତନକୁ ନେଇ ଓଓ୍ୱେସୀଙ୍କ ସମାଲୋଚନା
Advertisement
Article Detail0/zeeodisha/odisha685530

ଶ୍ରମିକ ଆଇନରେ ପରିବର୍ତ୍ତନକୁ ନେଇ ଓଓ୍ୱେସୀଙ୍କ ସମାଲୋଚନା

ଉତ୍ତରପ୍ରଦେଶ ସରକାରଙ୍କ ଉପରେ ବର୍ଷିଲେ ଓଓ୍ୱେସୀ

ଶ୍ରମିକ ଆଇନରେ ପରିବର୍ତ୍ତନକୁ ନେଇ ଓଓ୍ୱେସୀଙ୍କ ସମାଲୋଚନା

ନୂଆଦିଲ୍ଲୀ: ଅଲ ଇଣ୍ଡିଆ ମଜଲିସ୍-ଇ-ଇଥାହାଦୁଲ ମୁସଲିମନ୍ (ଏଆଇଏମ୍ଆଇଏମ୍) ମୁଖ୍ୟ ଅସଦୁଦ୍ଦିନ ଓୱେସି ଉତ୍ତରପ୍ରଦେଶ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ସେମାନେ ୩୮ଟି ଶ୍ରମ ଆଇନ ମଧ୍ୟରୁ ୩୫ଟି ରଦ୍ଦ କରିଛନ୍ତି। ଶ୍ରମିକମାନଙ୍କ ପ୍ରତି ଏହା ଏକ ଅନ୍ୟାୟ ବୋଲି ସେ କହିଛନ୍ତି।

ଏକ ଅନଲାଇନ ବୈଠକର ସର୍ବସାଧାରଣ ସଭା ସମ୍ବୋଧନ କରି ଓଓ୍ୱେସୀ କହିଛନ୍ତି କି, ଆମ ଦେଶରେ ୧୯ କୋଟି ୫୦ ଲକ୍ଷ ଶ୍ରମିକ ରହିଛନ୍ତି। ଏମାନଙ୍କ ମଧ୍ୟରୁ ୪୯ ପ୍ରତିଶତ ଛୋଟମୋଟ ଶିଳ୍ପାଞ୍ଚଳରେ କାମ କରନ୍ତି । ସେମାନଙ୍କ ପାଇଁ କୌଣସି ଆର୍ଥିକ ସହାୟତା କେନ୍ଦ୍ର ସରାକର ଘୋଷଣା କରିନାହାନ୍ତି ନାହିଁ । ଉତ୍ତର ପ୍ରଦେଶ ସରକାର ୩୮ ଶ୍ରମିକ ଆଇନ ମଧ୍ୟରୁ ୩୫ଟିକୁ ଉଚ୍ଛେଦ କରିଛନ୍ତି। ଶ୍ରମିକ ବେତନ ଅଧିନିୟମ, ୧୯୩୬ ଆଧାରରେ ରଦ୍ଦ କରାଯାଇଛି।

ସେ କହିଛନ୍ତି, କୋ ବ୍ୟବସାୟ ନୁହେଁ ବୋଲି ପେମେଣ୍ଟ ଅଫ୍ ୱେଜ୍ ଆକ୍ଟ, ୧୯୩୬କୁ ହଟାଇ ଦିଆଯାଇଥିଲା । ଫଳରେ ଶ୍ରମିକ ମାନଙ୍କ ପ୍ରତି ଅନ୍ୟାୟ ହେଉଛି, ସେମାନେ କଣ ମନୁଷ୍ୟ ନୁହନ୍ତି? ଶୁଣାଣି ନହେବା ପର୍ଯ୍ୟନ୍ତ ଏବଂ ଦରମା ପ୍ରଦାନ ନହେବା ପର୍ଯ୍ୟନ୍ତ ଶ୍ରମିକମାନଙ୍କୁ ଅପସାରଣ କରାଯାଇପାରିବ ନାହିଁ, କିନ୍ତୁ ଲକଡାଉନ୍ ସମୟରେ ସେମାନଙ୍କୁ ହଟାଇ ଦିଆଯାଉଛି । ଏହି ସବୁ ଭୁଲ ଅଟେ ।

 

;