ଦେଶୀ ଆଇରନ ମ୍ୟାନ

ଆପଣ ଭାବିଲେ, ଯଦି ଏହି ଆଇରନ ମ୍ୟାନ ଆମ ଦେଶର ସୈନିକଙ୍କୁ ମିଳିଯାଆନ୍ତି ତେବେ ଆରଙ୍କବାଦୀଙ୍କ ସହ ଲଢ଼ିବା କେତେ ସହଜ ହୋଇଯିବ । ଏଭଳି ଚିନ୍ତାଧାରା ବାରଣାସୀର ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କ, ଯିଏ ଏଭଳି ଏକ ମଡ଼େଲ ତିଆରି କରିଛନ୍ତି । ଯିଏ ଆଇରନମ୍ୟାନ ଭଳି ଯୁଦ୍ଧ କରିପାରିବ । 

ଦେଶୀ ଆଇରନ ମ୍ୟାନ

ଗାୟତ୍ରୀ ଚକ୍ରବର୍ତ୍ତୀ, ନୂଆଦିଲ୍ଲୀ: ଆପଣ ତ ଆଇରନମ୍ୟାନ ଫିଲ୍ମ ଦେଖିଥିବେ, କିନ୍ତୁ କେବେ ଦେଶୀ 'ଆଇରନମ୍ୟାନ' ହୁଏତ ଆପଣ ଦେଖି ନଥିବେ । ଦେହରେ ଫୁଟୁଥିଲା ଗୁଳି । ଆଉ ଶରୀରରେ ମେଟାଲର ପୋଷାକ । ଫିଲ୍ମ ଆଇରନ ମ୍ୟାନରେ ଆପଣ କିଛି ଏଭଳି ଷ୍ଟଣ୍ଡ ଆପଣ ଦେଖିଛନ୍ତି । ଅନ୍ୟପକ୍ଷେ ବନାରସରେ ଅଛନ୍ତି ଜଣେ ଆଇରନମ୍ୟାନ । ବୋଧହୁଏ ଆପଣ ସେହି ଆଇରନମ୍ୟାନଙ୍କୁ କେବେ ଦେଖି ନଥିବେ ।

ଆପଣ ଭାବିଲେ, ଯଦି ଏହି ଆଇରନ ମ୍ୟାନ ଆମ ଦେଶର ସୈନିକଙ୍କୁ ମିଳିଯାଆନ୍ତି ତେବେ ଆରଙ୍କବାଦୀଙ୍କ ସହ ଲଢ଼ିବା କେତେ ସହଜ ହୋଇଯିବ । ଏଭଳି ଚିନ୍ତାଧାରା ବାରଣାସୀର ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କ, ଯିଏ ଏଭଳି ଏକ ମଡ଼େଲ ତିଆରି କରିଛନ୍ତି । ଯିଏ ଆଇରନମ୍ୟାନ ଭଳି ଯୁଦ୍ଧ କରିପାରିବ । ଆଉ ଶତ୍ରୁଙ୍କ କବଳରୁ ଦେଶକୁ ରକ୍ଷା କରିପାରିବ ।  

ଏକ ଅଟମେଟିକ ଗନରେ ଏହାକୁ ସୁଟ୍ କରାଯାଇଛି । ଯାହାକୁ ଇଣ୍ଟରନେଟ ଦ୍ୱାରା ଅପରେଟ୍ କରାଯାଇପାରିବ । ଏହି ସୁଟକୁ ବାରଣାସୀର ଏକ ଇନଷ୍ଟିଟ୍ୟୁଟରେ କାମ କରୁଥିବା ଶ୍ୟାମ ଚୌରସିଆ ନିର୍ମାଣ କରିଛନ୍ତି । ଏହା ଭାରତୀୟ ସେନାକୁ ଧ୍ୟାନରେ ରଖି ସୁଟ୍ ତିଆରି କରିବା ଆରମ୍ଭ କରିଥିଲେ । ଏହି ସୁଟର ମଡ଼େଲ ଏବେ ତ କେବଳ ଷ୍ଟିଲରେ ହିଁ ତିଆରି କରାଯାଇଛି । କିନ୍ତୁ ଷ୍ଟିଲରେ ତିଆରି ଏହି ସୁଟରେ ଗୁଳିର ପ୍ରଭାବ କିଛି ପଡ଼ିବ ନାହିଁ । ଏଥିରେ ମଧ୍ୟ ଆଇରନ ମ୍ୟାନ ଭଳି ଅଟମେଟିକ ଗନ୍ ଲାଗିଥିବା ଦେଖିବାକୁ ମିଳିଛି । ଯାହା ସବୁ ଦିଗକୁ ଦିଶା କରି ହୁଏ । ଆଉ ଏହାକୁ ଏକ ମୋବାଇଲ ଡିଭାଇସ ମାଧ୍ୟମରେ ଅପରେଟ୍ କରାଯାଇ ହୁଏ ।

ତେବେ ଷ୍ଟିଲର ଏହି ସୁଟକୁ ତିଆରି କରିବା ପାଇଁ ଦେଢ଼ ମାସ ସମୟ ଲାଗିଥିବା ଜଣାପଡ଼ିଛି । ଆଉ ପାଖାପାଖା ୨୫ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ଅଟୋ ପାର୍ଟସ୍ ସାହାର୍ଯ୍ୟରେ ଏହାକୁ ତିଆରି କରାଯାଇଛି । ଏବେ ଏହି ସୁଟର ଡିଜାଇନ ଏବଂ ସୂଚନା PMOକୁ ପଠାଯାଇଛି । କାହିଁକି ନା ଏଥିରେ ବହୁ ସୁଧାର ଆସିବାର ଆବଶ୍ୟକତା ରହିଛି ।