Trending Photos
)
ନୂଆଦିଲ୍ଲୀ: ଦେଶରେ କୋରୋନା ଏକ ସଂକଟମୟ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି। ଯାହା ମହଙ୍ଗା ସାବ୍ୟସ୍ତ ହୋଇଛି। ଏହି ମନ୍ତବ୍ୟ ଦେଇ ଜଣେ କଂଗ୍ରେସ ନେତା ଗିରଫ ହୋଇଥିବା ଜଣାପଡ଼ିଛି। ଗିରଫ ନେତା ଜଣକ ହେଉଛନ୍ତି ଉତ୍ତରପ୍ରଦେଶର ପ୍ରଦେଶ କଂଗ୍ରେସ କମିଟିର ସଚିବ ସଚୀନ ଚୌଧୂରୀ।
Amroha Police has booked Congress state secy Sachin Chaudhary over his alleged remarks made against Chief Minister Yogi Adityanath and Prime Minister Narendra Modi. He has also been booked under Section 188 of the IPC for holding a press conference during lockdown.
— ANI UP (@ANINewsUP) April 11, 2020
ତାଙ୍କ ବିରୋଧରେ ପୋଲିସ ଧାରା ୧୮୮ ଅନୁଯାୟୀ ମାମଲା ରୁଜୁ କରିଛି। ଏହି କେସ ଲକଡାଉନ ସମୟରେ ସାମ୍ବାଦିକ ସମ୍ମିଳନୀ କରିବା ଅଭିଯୋଗରେ ହୋଇଥିଲା। ଏଠାରେ କହି ରଖୁଛୁ ଯେ, ସାମ୍ବାଦିକ ସମ୍ମିଳନୀରେ ସେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଏହି ଘଟଣାର ୨୪ ଘଣ୍ଟା ମଧ୍ୟରେ ତାଙ୍କୁ ଗିରଫ କରାଯାଇଥିଲା। ଏପରିକି ପୋଲିସକୁ ମଧ୍ୟ ସେ ଗାଳିଗୁଲଜ କରିଥିବା ନେଇ ସୂଚନା ରହିଛି।
ତେବେ ଏହି ଗାଳିଗୁଲଜ ଓ ଅଭଦ୍ରତା କରିବା ପରେ ତାଙ୍କ ବିରୋଧରେ ଲକଡାଉନ ନିୟମ ଭାଙ୍ଗିବା ଅଭିଯୋଗରେ ମାମଲା ରୁଜୁ କରିଛି, ଗିରଫ କରିବା ପରେ ଜାମିନ ମିଳିବାରୁ ପୋଲିସ ତାଙ୍କୁ ଛାଡି ଦେଇଥିବା ଜଣାପଡ଼ିଛି।