close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଭାରତର ଆଇଟି ପ୍ରୋଫେଶନାଲ୍ସଙ୍କୁ ଝଟକା, ଏଚ1-ବି ଭିଜା ପାଇଁ ପିସ୍ ବୃଦ୍ଧି କଲା ଆମେରିକା

ଭାରତ ସମେତ ଅନ୍ୟାନ୍ୟ ଦେଶର ଆଇଟି ପ୍ରୋଫେଶନାଲ୍ସଙ୍କୁ ବଡ଼ ଝଟକା ଦେଇଛି ଆମେରିକାର ଟ୍ରମ୍ପ ପ୍ରଶାସନ । ଏଚ1-ବି ଭିଜାର ଆବେଦନ ଫିସରେ ୧୦ ଡଲାର ଅର୍ଥାତ ୭୦୦ ଟଙ୍କାର ବୃଦ୍ଧି କରିବା ଘୋଷଣା କରାଯାଇଛି । ଏହାର ଅର୍ଥ ହେଲା ବର୍ତ୍ତମାନ ଆମେରିକାରେ କାମ ପାଇଁ ଆବେଦନ କରିବା ଆହୁରି ମହଙ୍ଗା ହୋଇଯାଇଛି ।

ଭାରତର ଆଇଟି ପ୍ରୋଫେଶନାଲ୍ସଙ୍କୁ ଝଟକା, ଏଚ1-ବି ଭିଜା ପାଇଁ ପିସ୍ ବୃଦ୍ଧି କଲା ଆମେରିକା
ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଭାରତ ସମେତ ଅନ୍ୟାନ୍ୟ ଦେଶର ଆଇଟି ପ୍ରୋଫେଶନାଲ୍ସଙ୍କୁ ବଡ଼ ଝଟକା ଦେଇଛି ଆମେରିକାର ଟ୍ରମ୍ପ ପ୍ରଶାସନ । ଏଚ1-ବି ଭିଜାର ଆବେଦନ ଫିସରେ ୧୦ ଡଲାର ଅର୍ଥାତ ୭୦୦ ଟଙ୍କାର ବୃଦ୍ଧି କରିବା ଘୋଷଣା କରାଯାଇଛି । ଏହାର ଅର୍ଥ ହେଲା ବର୍ତ୍ତମାନ ଆମେରିକାରେ କାମ ପାଇଁ ଆବେଦନ କରିବା ଆହୁରି ମହଙ୍ଗା ହୋଇଯାଇଛି ।

ୟୁଏସସିଆଇଏସ କହିଛି ଯେ କେବେ ମଧ୍ୟ ଫେରା ନ ଯିବା ଏହି ଶୁଲ୍କ ଏଚ1-ବି ଚୟନ ପ୍ରକ୍ରିୟାର, ଆବେଦନ କରୁଥିବା ବ୍ୟକ୍ତି ଓ ସଂଘୀୟ ଏଜେନ୍ସି ଦୁହେଁଙ୍କ ପାଇଁ ପ୍ରଭାବୀ କରିବା ପାଇଁ ନୂଆ ଇଲେକ୍ଟ୍ରୋନିକ ପଞ୍ଜିକରଣ ପ୍ରଣାଳୀରେ ଉପଯୋଗୀ ସାବ୍ୟସ୍ତ ହେବ । ୟୁଏସିସିଆଇଏସର କାର୍ଯ୍ୟକାରୀ ନିର୍ଦ୍ଦେଶକ କହିଛନ୍ତି ଯେ, ଏହି ପ୍ରୟାସ ମାଧ୍ୟମରେ ଏଚ1-ବି କ୍ୟାମ୍ପ ଚୟନ ପ୍ରକ୍ରିୟା ଲାଗୁ କରିବାରେ ସାହାଯ୍ୟ ମିଳିବ । ଇଲେକ୍ଟ୍ରୋନିକ ପଞ୍ଜିକରଣ ପ୍ରଣାଳୀ ଆମର ଆବ୍ରଜନ ତନ୍ତ୍ରକୁ ଆଧୁନିକ କରିବା ସହ ଜାଲିଆତି ରୋକିବାରେ ସାହାଯ୍ୟ କରିବ । ଏହାସହ ଯାଞ୍ଚ ପ୍ରକ୍ରିୟାରେ ସୁଧାର କରିବା ଓ କାର୍ଯ୍ୟକ୍ରମର ଅଖଣ୍ଡତାକୁ ମଜଭୁତ କରିବା ପାଇଁ ଏଜେନ୍ସି ସ୍ତରୀୟ ପ୍ରକ୍ରିୟାର ଅଂଶ ବିଶେଷ ।

ଟ୍ରମ୍ପ ପ୍ରଶାସନର ଏହି ରାୟ ଏପରି ସମୟରେ ଆସିଛି, ଯେତେବେଳେ ଆମେରିକା ଭାରତୀୟଙ୍କ ଏଚ1-ବି ଭିଜା ଖାରଜ କରିବା ସଂଖ୍ୟାରେ ବୃଦ୍ଧି କରିଛି । ଆମେରିକାନ ଥିଙ୍କ ନ୍ୟାଶନାଲ ଫାଉଣ୍ଡଡେଶନ ଫର ଆମେରିକାନ ପୋଲିସିର ଗବେଷଣା ଅନୁସାରେ, ଭିଜା ରଦ୍ଦ କରିବାର ପ୍ରତିଶତ ୨୦୧୫ରେ ୬ ପ୍ରତିଶତ ରହିଥିଲା । ଅନ୍ୟପକ୍ଷେ ବର୍ତ୍ତମାନ ଆର୍ଥିକ ବର୍ଷର ତ୍ରୈମାସିକରେ ଏହାର ଦର ୨୪ ପ୍ରତିଶତ ପହଞ୍ଚିଛି । ଏଚ1-ବି ଭିଜା ହେଉଛି ଏକ ପ୍ରବାସୀ ଭିଜା । ଆମେରିକାରେ କାର୍ଯ୍ୟରତ କମ୍ପାନୀକୁ ଏହି ଭିଜା କୁଶଳ କର୍ମଚାରୀଙ୍କୁ ରଖିବା ପାଇଁ ଦିଆଯାଇଥାଏ । ଏହି ଭିଜାର ଅବଧି ୬ ବର୍ଷ ହୋଇଥାଏ ।