• ରାଜ୍ୟପାଳ ଗଣେଶୀ ଲାଲଙ୍କ ଧର୍ମପତ୍ନୀ ସୁଶୀଳା ଦେବୀଙ୍କ ପରଲୋକ
  • ସୁଶୀଳା ଦେବୀଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୋକ
  • ଶେଷ ଦର୍ଶନ ପାଇଁ ରାଜଭବନରେ ଭିଡ଼ II
  • ରାଜ୍ୟପାଳଙ୍କ ଧର୍ମପତ୍ନୀ ସୁଶୀଳାଙ୍କର ଗତ ୧ ତାରିଖରେ କୋରୋନା ରିପୋର୍ଟ ପଜିଟିଭି ଆସିଥିଲା
  • ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ସୂଚନା II
  • ଘାଟିକିଆ ଇଞ୍ଜିନିୟରିଂ କଲେଜର ଗଣିତ ଅଧ୍ୟାପକ ପ୍ରଫେସର ଡକ୍ଟର ପ୍ରସନ୍ନ କୁମାର ମିଶ୍ରଙ୍କ ଘରେ ଭିଜିଲାନ୍ସ ରେଡ୍
  • ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ସୂଚନା II
  • ଧବଳେଶ୍ୱର ପୀଠ ମୁଖ୍ୟ ରାସ୍ତାରେ ୧୪୪ ଧାରା, ପାଇକରାପୁର ଛକରୁ ମଞ୍ଚେଶ୍ୱର ଛକ ଯାଏ ୧୪୪ ଧାରା ଜାରି
  • କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ କଟକଣା ଜାରି II

କାଶ୍ମୀର ସ୍ଥିତି ନିଜେ ପରଖିବାକୁ ଚାହୁଁଛନ୍ତି ଆମେରିକୀୟ ସାଂସଦ

କାଶ୍ମୀର ସ୍ଥିତି ନେଇ ଆମେରିକୀୟ ସାଂସଦଙ୍କ ମୁଣ୍ଡବ୍ୟଥା  । କାଶ୍ମୀର ଆସିବାକୁ ଅନୁମତି ମାଗିଛନ୍ତି ଆମେରିକା କଂଗ୍ରେସର ୬ ସାଂସଦ ।

କାଶ୍ମୀର ସ୍ଥିତି ନିଜେ ପରଖିବାକୁ ଚାହୁଁଛନ୍ତି ଆମେରିକୀୟ ସାଂସଦ
ଫାଇଲ ଫଟୋ

ନୂଆଦିଲ୍ଲୀ: ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ମୁଣ୍ଡ ପୁରାଉଛନ୍ତି କିଛି ଆମେରିକା ସାଂସଦ । କାଶ୍ମୀର ସ୍ଥିତି ନିଜେ ପରଖିବାକୁ ଚାହୁଁଛନ୍ତି ଏମାନେ । ଏନେଇ ଆମେରିକାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ହର୍ଷବର୍ଦ୍ଧନ ଶୃଙ୍ଗଲାଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ୬ ସାଂସଦ । ଚିଠିରେ ଦର୍ଶାଯାଇଛି, କାଶ୍ମୀରରେ ସ୍ଥିତି ସ୍ୱଭାବିକ ଥିବା ଭାରତ କହୁଛି । ହେଲେ ବିଦେଶୀ ଗଣମାଧ୍ୟମକୁ କାହିଁକି କାଶ୍ମୀର ଯିବାକୁ ଦିଆଯାଉନାହିଁ ?

କାଶ୍ମୀରରେ ରାଜନୈତିକ ଓ ଆର୍ଥିକ ସ୍ଥିତି ସୁଧାରିବା ଏବଂ ଗୃହବନ୍ଦୀଙ୍କୁ ଛାଡିବା ପାଇଁ ଆମେରିକା ଭାରତକୁ ପରାମର୍ଶ ଦେଇଥିଲା । ଆଉ ଏହା ପରେ ହିଁ ଆମେରିକା କଂଗ୍ରେସର ଏହି ସାଂସଦମାନେ  ଶୃଙ୍ଗଲାଙ୍କୁ ଚିଠି ଲେଖିଛନ୍ତି । ଯେଉଁଥିରେ ବିଦେଶୀ ଗଣମାଧ୍ୟମ ଏବଂ ଆମେରିକା କଂଗ୍ରେସ ସଦସ୍ୟଙ୍କୁ କାଶ୍ମୀର ଯିବା ପାଇଁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି । ଗଣମାଧ୍ୟମର ସ୍ୱାଧିନତାକୁ ଆଖି ଆଗରେ ରଖି ଜମ୍ମୁ କାଶ୍ମୀରକୁ ଦେଶ ବିଦେଶର ସାମ୍ବାଦିକ ଓ ପର୍ଯ୍ୟଟକଙ୍କୁ ଯିବାକୁ ଅନୁମତ ଦେବାକୁ ଏଥିରେ କୁହାଯାଇଛି । 

ଅକ୍ଟୋବର ୨୪ରେ ଏହି ଚିଠି ଶୃଙ୍ଗଲାଙ୍କୁ ଦେଇଛନ୍ତି ଆମେରିକାର ସାଂସଦ । ଅକ୍ଟୋବର ୧୬ରେ କାଶ୍ମୀର ସ୍ଥିତି ନେଇ ଶୃଙ୍ଗଲା ଦେଇଥିବା ସୂଚନା ଉପରେ ପ୍ରଶ୍ନ ଉଠାଇଛନ୍ତି ଅମେରିକା କଂଗ୍ରେସ ସାଂସଦ । ସେମାନେ କହିଛନ୍ତି, କାଶ୍ମୀର ସ୍ଥିତି ନେଇ ଆମ ପାଖକୁ ଭିନ୍ନ ଖବର ଆସୁଛି । ସେହିପରି ଧାରା ୩୭୦ର ଉଚ୍ଛେଦ ପରେ କାଶ୍ମୀରରେ ଇଣ୍ଟରନେଟ, ଦୂରସଞ୍ଚାର ସେବା ବନ୍ଦ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି । ଆହୁରି ମଧ୍ୟ ଗୃହବନ୍ଦୀ ନେତାଙ୍କ କଥା ଉଠାଇଛନ୍ତି । 

ଏହି ସାଂସଦମାନେ ପ୍ରଶ୍ନ କରିଛନ୍ତି, ଧାରା ୩୭୦ର ଉଚ୍ଛେଦ ପରେ ଜମ୍ମୁ କାଶ୍ମୀରରେ ଶତ ପ୍ରତିଶତ ଲ୍ୟାଣ୍ଡ ଲାଇନ ସେବା ଚାଲୁ ହେଲାଣି ନା ଏବେ ବି ଆଉକିଛି ଅଞ୍ଚଳରେ ବନ୍ଦ ରହିଛି ? ପ୍ରିପେଡ ମୋବାଇଲ ସେବା ସମ୍ପୁର୍ଣ୍ଣ ଭାବରେ କେବେ ଚାଲୁ ହେବ ? ଇଣ୍ଟରନେଟ ସେବା  କେବେ ଚାଲିବ ବୋଲି ଚିଠିରେ କୁହାଯାଇଛି । 

ଆହୁରି ମଧ୍ୟ କୁହାଯାଇଛି, ଧାରା ୩୭୦ ଉଚ୍ଛେଦ ପରେ ଏପର୍ଯ୍ୟନ୍ତ ବିଦେଶୀ ଗଣମାଧ୍ୟମକୁ ଜମ୍ମୁ କାଶ୍ମୀର ଯିବାକୁ ଦିଆଯାଉନାହିଁ । ତେଣୁ ସେମାନଙ୍କୁ ଯିବାକୁ ଅନୁମତି କେବେ ମିଳିବ ବୋଲି ପ୍ରଶ୍ନ କରାଯାଇଛି । କାଶ୍ମୀର ଯିବାକୁ ଚାହୁଁଥିବା ଆମେରିକା କଂଗ୍ରେସର ସାଂସଦ ଏବଂ ବିଦେଶୀ ଗଣମାଧ୍ୟମକୁ ଭାରତ ସ୍ୱାଗତ କରିବ କି ବୋଲି ପ୍ରଶ୍ନ କରିଛନ୍ତି ଆମେରିକୀୟ ସାଂସଦ ।