ଭାରତ ମାଟିରେ ଟ୍ରମ୍ପ ପରିବାର

ଟ୍ରମ୍ପଙ୍କ ଏହି ଗସ୍ତକୁ ନେଇ ଉଠୁଛି ପଡ଼ୁଛି ଅହମ୍ମଦାବାଦ । ଉଭୟ ଭାରତ ଓ ଆମେରିକା ଏହି ଗସ୍ତକୁ ନେଇ ବେଶ ଉତ୍ସାହିତ । ସମଗ୍ର ବିଶ୍ୱର ନଜର ଏବେ ଏହି ଗସ୍ତକୁ ନେଇ ରହିଛି । ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶର ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ବିଭିନ୍ନ ଦୃଷ୍ଟିକୋଣରୁ ବେଶ୍ ଗୁରୁତ୍ୱବହନ କରୁଛି । 

ଭାରତ ମାଟିରେ ଟ୍ରମ୍ପ ପରିବାର
ଫଟୋ ସୌଜନ୍ୟ: ଏଏନଆଇ

ଅହମଦାବାଦ: ଭାରତରେ ଟ୍ରମ୍ପ ପରିବାର । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ, ଝିଅ ଇଭାଙ୍କା ଓ ଜ୍ୱାଇଁ ଜାରେଡ କୁଶନେର ଅହମଦାବାଦ ବିମାନ ବନ୍ଦରରେ ଅବତରଣ କରିଛନ୍ତି । ଟ୍ରମ୍ପଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଭାରତ ଆସିଛନ୍ତି । ବିମାନ ବନ୍ଦରରେ ଟ୍ରମ୍ପଙ୍କୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 

ଟ୍ରମ୍ପଙ୍କ ଏହି ଗସ୍ତକୁ ନେଇ ଉଠୁଛି ପଡ଼ୁଛି ଅହମ୍ମଦାବାଦ । ଉଭୟ ଭାରତ ଓ ଆମେରିକା ଏହି ଗସ୍ତକୁ ନେଇ ବେଶ ଉତ୍ସାହିତ । ସମଗ୍ର ବିଶ୍ୱର ନଜର ଏବେ ଏହି ଗସ୍ତକୁ ନେଇ ରହିଛି । ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶର ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ବିଭିନ୍ନ ଦୃଷ୍ଟିକୋଣରୁ ବେଶ୍ ଗୁରୁତ୍ୱବହନ କରୁଛି । 

ଆହୁରି ପଢ଼ନ୍ତୁ; ଟ୍ରମ୍ପ ପିଇବେ ମୋଦିଙ୍କ ପସନ୍ଦର ଚା'