close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ ହାଉସରେ ପାଳନ କଲେ ଦୀପାବଳି

ସମଗ୍ର ଦେଶରେ ଆଲୋକର ପର୍ବ ଦୀପାବଳିକୁ ଆନନ୍ଦ ଉଲ୍ଲାସ ସହ ପାଳନ କରୁଛନ୍ତି ଦେଶବାସୀ । ନା କେବଳ ଭାରତରେ ସମଗ୍ର ବିଶ୍ୱରେ ଆଜି ଦୀପାବଳିକୁ ଧୁମଧାମରେ ପାଳନ କରଯାଉଛି । ଏହି ଉତ୍ସବରେ ଦୀପ ପ୍ରଜ୍ୱଳିତ କରି ଅନ୍ଧକାରକୁ ଦୂର କରାଯାଇଥାଏ । ଚାରିଆଡେ ଆଜି କେବଳ ଦୀପର ଆଲୁଅରେ ଆଲୋକିତ ହୋଇଉଠିବ ଧରାପୃଷ୍ଠ । ଏହି କ୍ରମରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଦୀପାବଳି ଉତ୍ସବ ପାଳନ କରିଛନ୍ତି । 

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ ହାଉସରେ ପାଳନ କଲେ ଦୀପାବଳି
ଫଟୋ ସୌଜନ୍ୟ: ଟ୍ୱିଟର/ Donald J. Trump

ନୂଆଦିଲ୍ଲୀ: ସମଗ୍ର ଦେଶରେ ଆଲୋକର ପର୍ବ ଦୀପାବଳିକୁ ଆନନ୍ଦ ଉଲ୍ଲାସ ସହ ପାଳନ କରୁଛନ୍ତି ଦେଶବାସୀ । ନା କେବଳ ଭାରତରେ ସମଗ୍ର ବିଶ୍ୱରେ ଆଜି ଦୀପାବଳିକୁ ଧୁମଧାମରେ ପାଳନ କରଯାଉଛି । ଏହି ଉତ୍ସବରେ ଦୀପ ପ୍ରଜ୍ୱଳିତ କରି ଅନ୍ଧକାରକୁ ଦୂର କରାଯାଇଥାଏ । ଚାରିଆଡେ ଆଜି କେବଳ ଦୀପର ଆଲୁଅରେ ଆଲୋକିତ ହୋଇଉଠିବ ଧରାପୃଷ୍ଠ । ଏହି କ୍ରମରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଦୀପାବଳି ଉତ୍ସବ ପାଳନ କରିଛନ୍ତି । 

ଏହାର ସୂଚନା ଟ୍ରମ୍ପ ଟ୍ୱିଟ କରି ଦେଇଛନ୍ତି । ଆମେରିକା ରାଷ୍ଟ୍ରପତି ନିଜ ପତ୍ନୀ ମେଲାନିଆ ସହ ହ୍ୱାଇଟ ହାଉସରେ ଦୀପ ପ୍ରଜ୍ୱଳିତ କରିଛନ୍ତି । ଏହାସହ ଲୋକଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ଟ୍ରମ୍ପ କହିଛନ୍ତି ଯେ ଆମେ ଦୀପ ପ୍ରଜ୍ୱଳିତ କରି ନିଜ ସମ୍ପର୍କ ଓ ସଂସ୍କୃତିକୁ ଆହୁରି ଅଧିକ ମଜଭୁତ କରିବାର କାମନା କରୁଛୁ । ଏହି ଦୀପାବଳି ସମସ୍ତଙ୍କ ଆଶା ପୂରଣ କରୁ ଓ ସମସ୍ତଙ୍କୁ ଦୀପାବଳିର ଶୁଭକାମନା ଜଣାଉଛି ।
ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ପ୍ରତି ବର୍ଷ ହ୍ୱାଇଟ ହାଉସରେ ଦୀପବଳୀ ପାଳନ କରି ଆସୁଛନ୍ତି ।

ଅନ୍ୟପଟେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଦୀପାବଳିର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ନିଜର 'ମନ କି ବାତ' କାର୍ଯ୍ୟକ୍ରମରେ ପିଏମ ମୋଦି ଦୀପାବଳିର ଶୁଭେଚ୍ଛା ଜଣାଇଥିଲେ ।

ପିଏମ ମୋଦି କହିଛନ୍ତି ଯେ, ଆଲୋକର ଏହି ଉତ୍ସବରେ ସକାରାତ୍ମକତା ଆପଣାନ୍ତୁ । ଆଜି ଦୁନିଆର ବିଭିନ୍ନ ଦେଶରେ ଦୀପାବଳି ପାଳନ କରାଯାଉଛି । ସେହିପରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଦେଶବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ସୁପରଷ୍ଟାର ଅମିତାଭ ବଚ୍ଚନ ମଧ୍ୟ ଟ୍ୱିଟ କରି ଦୀପାବଳିୀ ଶୁଭେଚ୍ଛା ଜଣାଇଛନ୍ତି ।