Advertisement
Article Detail0/zeeodisha/odisha667937
Zee OdishaOther NewsWho ଉପରେ ରାଗ ସୁଝାଇଲା ଆମେରିକା, ପାଣ୍ଠି ଉପରେ ରୋକ୍

Who ଉପରେ ରାଗ ସୁଝାଇଲା ଆମେରିକା, ପାଣ୍ଠି ଉପରେ ରୋକ୍

ଆଗକୁ ଏସବୁ କାର୍ଯ୍ୟାନୁଷ୍ଠାନ ନେବାକୁ ଧମକ

ଫାଇଲ ଫଟୋ
ଫାଇଲ ଫଟୋ

ୱାସିଂଟନ: WHO ଉପରେ ରାଗ ସୁଝାଇଲେ ଆମେରିକା । କୋରୋନାର ବିପଦ ନେଇ WHO  ପୂର୍ବରୁ ଜାଣିଥିଲେ ମଧ୍ୟ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଇନଥିଲା । ଏପରିକି ଏହା ଏକ ନିରପେକ୍ଷ ସଙ୍ଗଠନ ହୋଇଥିଲେ ସୁଦ୍ଧା ଚୀନର ପକ୍ଷ ନେଇଥିଲା । ବାରମ୍ବାର ଏଭଳି କିଛି ଅଭିଯୋଗ କରିଆସୁଥିବା ଆମେରିକା ଶେଷରେ WHOକୁ ଦିଆଯାଉଥିବା ପାଣ୍ଠି ଉପରେ ରୋକ୍ ଲଗାଇଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏନେଇ ଘୋଷଣା କରିଛନ୍ତି । ମୁଁ ମୋ ପ୍ରଶାସନକୁ ଏନେଇ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ଆମେରିକା ରାଷ୍ଟ୍ରପତି । 

WHO ଉପରେ ଆମେରିକାର ରାଗ । ଯେତେବେଳେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶରେ ତାଣ୍ଡବ ରଚିଛି କୋରୋନା, ସେତେବେଳେ WHOକୁ ନେଇ ଅତ୍ୟଧିକ ଖପ୍ପା ହୋଇଉଠିଛି ଆମେରିକା । କେବଳ ଦାୟୀ କରିନି, କାର୍ଯ୍ୟାନୁଷ୍ଠାନ ନେବା ମଧ୍ୟ ଆରମ୍ଭ କରିଛି । ଆଉ ଏହାର ପ୍ରଥମ ସୋପାନ ସଦୃଶ୍ୟ, ଉକ୍ତ ସଙ୍ଗଠନକୁ ଆମେରିକା ଯେଉଁ ପାଣ୍ଠି ଦେଉଥିଲା, ସେ ଉପରେ ରୋକ୍ ଲଗାଇଛି । ଟ୍ରମ୍ପ ସ୍ପଷ୍ଟ କରିଛନ୍ତି, ''ଯେପର୍ଯ୍ୟନ୍ତ ମହାମାରୀକୁ ନେଇ ସଙ୍ଗଠନର ତ୍ରୁଟିପୂର୍ଣ୍ଣ ପରିଚାଳନା ଏବଂ ସଠିକ୍ ସମୟରେ ତଥ୍ୟ ନଦେବା ଘଟଣାର ତଦନ୍ତ ନହୋଇଛି, ସେପର୍ଯ୍ୟନ୍ତ WHOକୁ କୌଣସି ପ୍ରକାର ପାଣ୍ଠି ଦିଆଯିବନାହିଁ ।''

ତେବେ ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି, ''ବୈଶ୍ୱିକ ସ୍ୱାସ୍ଥ୍ୟ ମାମଲାରେ ଆମେ ଜଣେ ଅନ୍ୟ ଦେଶ ସହ ସିଧାସଳଖ ମିଶି କାମ କରିବୁ । WHOକୁ ଫଣ୍ଡିଂ ବନ୍ଦ କରିବା ପାଇଁ ମୁଁ ମୋ ପ୍ରଶାସନକୁ ନିର୍ଦ୍ଦେଶ ଦେଇସାରିଛି । କେବଳ ଏତିକି ନୁହେଁ, ପୂର୍ବରୁ ଆମେ ଯେଉଁ ସବୁ ଫଣ୍ଡି ଦେଇଥିଲୁ, ସେନେଇ ମଧ୍ୟ ବିଚାର ବିମର୍ଷ କରୁଛୁ ।''

Add Zee News as a Preferred Source

ଏବେ ନଜର ପକାନ୍ତୁ କିଛି ପୂର୍ବ ଘଟଣା ଉପରେ...

କୋରୋନା ଭାଇରସକୁ ନେଇ ଏବେ ଚୀନ ଉପରେ ବିଶ୍ୱର ପ୍ରାୟ ଅଧିକାଂଶ ରାଷ୍ଟ୍ର ଖପ୍ପା ରହିଛନ୍ତି। ଏହି ସମୟରେ କୋରୋନାକୁ ନେଇ ଚୀନ ସପକ୍ଷରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(who) ଯେଉଁଭଳି ଉଦାରପଣ ମନୋଭାବ ପୋଷଣ କରିଛି ତାହାକୁ ନେଇ ଆମେରିକା ମଧ୍ୟ who ଉପରେ ବର୍ଷିଥିଲା ।  who ଏବଂ ଏହାର ମୁଖ୍ୟଙ୍କୁ ବରବାଦ କରିଦେବାକୁ ମଧ୍ୟ ଧମକ ଦେଇଛି ଆମେରିକା । ଏକ ରିପୋର୍ଟ ମୁତାବକ ଆମେରିକା ସରକାର whoର ମୁଖ୍ୟ ଡା ଟେଡୋରୋସ ତାଙ୍କର ପ୍ରପାଗେଣ୍ଡାରେ ଚୀନ  ପ୍ରତି ଦେଖାଇଥିବା ପ୍ରତିପୋଷଣ ମନୋଭାବ ପାଇଁ ଆମେରିକା ଜବାବ ତଲବ କରିଛି । 

ସେପଟେ ଆମେରିକୀୟ କଂଗ୍ରେସ କମିଟି ମଧ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ମଧ୍ୟ ଚିଠି ଲେଖି ଜବାବ ତଲାବ କରିଛି । ଆମେରିକା କଂଗ୍ରେସ ଲେଖିଥିବା ଚିଠିରେ ଦର୍ଶାଇଛି ଯେ, who ହେଉଛି ଏକ ଅଣରାଜନୈତିକ ଅନ୍ତର୍ଜାତୀୟ ଅନୁଷ୍ଠାନ ଭାବେ ପରିଚାଳିତ ହେଉଛି। ଏହା ସତ୍ତ୍ୱେ ବିଭିନ୍ନ ଗଣମାଧ୍ୟମର ରିପୋର୍ଟ ମୁତାବକ ସୂଚନା ରହିଛି ଯେ, ଚୀନର ବେଜିଂ ସହରକୁ ସୁରକ୍ଷା ଯୋଗାଇବାରେ who ପ୍ରୟାସ ଜାରି ରଖିଛି। ଏହି କୋରୋନା ମହାମାରୀର ତଥ୍ୟକୁ ଖୁବ କମ ଦେଖାଇବାରେ ଏବଂ ସମ୍ଭାବ୍ୟ ସ୍ୱସ୍ଥ୍ୟା ଆପାତକାଳୀନ ସେବା ପାଇଁ ନିର୍ଦ୍ଦେଶ ଦେବାରେ ବହୁ ବିଳମ୍ବ କରିଛି ବୋଲି ଉକ୍ତ ରିପୋର୍ଟରେ ଲେଖାଯାଇଛି । 

ସେହିପରି ଆମେରିକା କଂଗ୍ରେସ ଆହୁରି ମଧ୍ୟ କହିଛି ଯେ, ବିଗତ କିଛି ଦିନ ମଧ୍ୟରେ ଏକ ଅନ୍ତରାଷ୍ଟ୍ରୀୟ ସଂସ୍ଥା ଭାବେ ଚୀନ ବିପକ୍ଷରେ ନେଉଥିବା କାର୍ଯ୍ୟାନୁଷ୍ଠାନ ଉପରେ ମଧ୍ୟ ସନ୍ଦେହ କରିଥିଲା । ସେହିପରି ଏହି ଅନୁଷ୍ଠାନର କିଛି କର୍ମଚାରୀଙ୍କର ମଧ୍ୟ ଚୀନ ପ୍ରତି ଦେଖାଉଥିବା ଉଦାର ପଣିଆକୁ ମଧ୍ୟ ବେଶ ସମାଲୋଚନା କରିଥିଲା ଆମେରିକା। 

ଏହି ପତ୍ର ମାଧ୍ୟମରେ whoର ମୁଖ୍ୟ ଡାକ୍ତର ଟେଡୋରସକୁ ସିଧାସଳଖ ଭାବେ ସମାଲୋଚନା କରାଯିବା ସହିତ ଏହି ଘଟଣା ପାଇଁ ସିଧାସଳଖ ଦୋଷୀ କରାଯାଇଥିଲା । ଡାକ୍ତର ଟେଡୋରସକୁ ଦାୟୀ କରାଯିବା ସହିତ ଚିଠିରେ ଆହୁରି ମଧ୍ୟ ଲେଖାଯାଇଥିଲା, ''ଚୀନର କମ୍ୟୁନିଷ୍ଟ ସରକାର ଉପରେ ଦୋଷ ଲଗାଇବାକୁ ଡରୁଛି who। ଚୀନରେ ମହାମାରୀ ବ୍ୟାପିବା ସମୟରେ ଆପଣ whoର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି । ଆପଣ ଚୀନର ସଂକଟ ସମୟରେ ସରକାରଙ୍କ ପାରଦର୍ଶିତାର ପ୍ରଶଂସା କରିଥିଲେ। ଯେଉଁ ସ୍ଥିତିରେ ଚୀନ ସରକାର ନିଜର କୋରୋନା ସଂକ୍ରମିତ ଓ ମୃତକଙ୍କ ସଠିକ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ମଧ୍ୟ ଦର୍ଶାଇନାହିଁ । ''

କେବଳ ଏତିକି ନୁହେଁ ଉକ୍ତ ଚିଠିରେ ଆମେରିକା ଚୀନର ଏକ ବୃହତ୍ତ ମିଛକୁ ମଧ୍ୟ ପର୍ଦ୍ଦାଫାସ କରିଥିଲା । ଉକ୍ତ ଚିଠିରେ କଂଗ୍ରେସ ଲେଖିଛି ଯେ, ୧୪ ଜାନୁଆରୀ, ୨୦୨୦ରେ whoକୁ ଏକ ଟ୍ୱିଟ କରିଥିଲା। ଉକ୍ତ ଟ୍ୱିଟରେ ଦର୍ଶାଯାଇଥିଲା ଯେ, ଚୀନ ଦ୍ୱାରା କରାଯାଉଥିବା ଯାଞ୍ଚରେ ମଣିଷରୁ ମଣିଶକୁ ହେଉଥିବା ଟ୍ରାନସମିଶନରେ କୌଣସି ସଠିକ ପ୍ରମାଣ ମିଳୁନାହିଁ। ପ୍ରାରମ୍ଭିକ ଯାଞ୍ଚକୁ ଚୀନ ଦ୍ୱାରା ଏକ ଡାକ୍ତରଙ୍କୁ ଜେଲରେ ମଧ୍ୟ ଭର୍ତ୍ତି କରାଯାଇଛି। ସେ କୋଭିଡ଼ ୧୯ ସମ୍ପର୍କରେ ପ୍ରଥମେ ପ୍ରକାଶ କରିଥିଲେ। ଯାହା ଚୀନ ସରକାରଙ୍କ ଦ୍ୱାରା ପରିଚାଳିତ ଏକ ଗଣମାଧ୍ୟମ ସଂସ୍ଥା ତାହାକୁ ପ୍ରକାଶ କରିଥିଲା। 

ସେହିପରି ଆହୁରି ମଧ୍ୟ କୁହାଯାଇଛି ଯେ, ୨୦୧୯ ମସିହାରେ କୋରୋନା ସମ୍ପର୍କରେ ତାଇୱାନ ଦେଇଥିବା ସଚେତନ ବାର୍ତ୍ତାକୁ ମଧ୍ୟ who ଅଣଦେଖା କରିଥିଲା। କାରଣ ତାଇଓ୍ୱାନ whoର ସଦସ୍ୟ ନଥିବାରୁ ଅଣଦେଖା କରିଥିଲା ଅନୁଷ୍ଠାନ। ଏହି ପତ୍ରରେ ଆହୁରି ମଧ୍ୟ କୁହାଯାଇଛି ଦେଶରେ ହୋଇଥିବା ଭୟାବହତାର ତଥ୍ୟକୁ ମଧ୍ୟ  ଚୀନ ଲୁଚାଇଛି। ଆମେରିକୀୟ କଂଗ୍ରେସ କହିଛି ଯେ, who ଯେବେ କୋରୋନାକୁ ମହାମାରୀ ଭାବେ ଘୋଷଣା କଲା, ସେତେବେଳେ ୧୯ଟି ରାଷ୍ଟ୍ରରେ ଏହି କୋରୋନା ବ୍ୟାପି ସାରିଥିଲା। ଆଉ କୋରୋନା କବଳରେ ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକ ପୀଡ଼ିତ ହୋଇଥିବା ବେଳେ ହଜାରେରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇ ସାରିଥିଲା। 

About the Author