Advertisement
Article Detail0/zeeodisha/odisha667561
Zee OdishaOther Newswhoକୁ ବର୍ବାଦ କରିବା ପାଇଁ ଧମକ ଦେଲା ଆମେରିକା

whoକୁ ବର୍ବାଦ କରିବା ପାଇଁ ଧମକ ଦେଲା ଆମେରିକା

ଚୀନ ଉପରେ ମଧ୍ୟ ବର୍ଷିଲା ଆମେରିକା

whoକୁ ବର୍ବାଦ କରିବା ପାଇଁ ଧମକ ଦେଲା ଆମେରିକା

ନୂଆଦିଲ୍ଲୀ: କୋରୋନା ଭାଇରସକୁ ନେଇ ଏବେ ଚୀନ ଉପରେ ବିଶ୍ୱର ପ୍ରାୟ ଅଧିକାଂଶ ରାଷ୍ଟ୍ର ଖପ୍ପା ରହିଛନ୍ତି। ଏହି ସମୟରେ କୋରୋନାକୁ ନେଇ ଚୀନ ସପକ୍ଷରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(who) ଯେଉଁଭଳି ଉଦାରପଣ ମନୋଭାବ ପୋଷଣ କରିଛି ତାହାକୁ ନେଇ ଆମେରିକା ମଧ୍ୟ who ଉପରେ ବର୍ଷିଛି। who ଏବଂ ଏହାର ମୁଖ୍ୟଙ୍କୁ ବରବାଦ କରିଦେବାକୁ ମଧ୍ୟ ଧମକ ଦେଇଛି ଆମେରିକା। ଏକ ରିପୋର୍ଟ ମୁତାବକ ଆମେରିକା ସରକାର whoର ମୁଖ୍ୟ ଡା। ଟେଡୋରୋସ ତାଙ୍କର ପ୍ରପାଗେଣ୍ଡାରେ ଚୀନ  ପ୍ରତି ଦେଖାଇଥିବା ପ୍ରତିପୋଷଣ ମନୋଭାବ ପାଇଁ ଆମେରିକା ଜବାବ ତଲବ କରିଛି। 

ସେପଟେ ଆମେରିକୀୟ କଂଗ୍ରେସ କମିଟି ମଧ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ମଧ୍ୟ ଚିଠି ଲେଖି ଜବାବ ତଲାବ କରିଛି। ଆମେରିକା କଂଗ୍ରେସ ଲେଖିଥିବା ଚିଠିରେ ଦର୍ଶାଇଛି ଯେ, who ହେଉଛି ଏକ ଅଣରାଜନୈତିକ ଅନ୍ତର୍ଜାତୀୟ ଅନୁଷ୍ଠାନ ଭାବେ ପରିଚାଳିତ ହେଉଛି। ଏହା ସତ୍ତ୍ୱେ ବିଭିନ୍ନ ଗଣମାଧ୍ୟମର ରିପୋର୍ଟ ମୁତାବକ ସୂଚନା ରହିଛି ଯେ, ଚୀନର ବେଜିଂ ସହରକୁ ସୁରକ୍ଷା ଯୋଗାଇବାରେ who ପ୍ରୟାସ ଜାରି ରଖିଛି। ଏହି କୋରୋନା ମହାମାରୀର ତଥ୍ୟକୁ ଖୁବ କମ ଦେଖାଇବାରେ ଏବଂ ସମ୍ଭାବ୍ୟ ସ୍ୱସ୍ଥ୍ୟା ଆପାତକାଳୀନ ସେବା ପାଇଁ ନିର୍ଦ୍ଦେଶ ଦେବାରେ ବହୁ ବିଳମ୍ବ କରିଛି ବୋଲି ଉକ୍ତ ରିପୋର୍ଟରେ ଲେଖାଯାଇଛି। 

ସେହିପରି ଆମେରିକା କଂଗ୍ରେସ ଆହୁରି ମଧ୍ୟ କହିଛି ଯେ, ବିଗତ କିଛି ଦିନ ମଧ୍ୟରେ ଏକ ଅନ୍ତରାଷ୍ଟ୍ରିୟ ସଂସ୍ଥା ଭାବେ ଚୀନ ବିପକ୍ଷରେ ନେଉଥିବା କାର୍ଯ୍ୟାନୁଷ୍ଠାନ ଉପରେ ମଧ୍ୟ ସନ୍ଦେହ କରିଛି। ସେହିପରି ଏହି ଅନୁଷ୍ଠାନର କିଛି କର୍ମଚାରୀଙ୍କର ମଧ୍ୟ ଚୀନ ପ୍ରତି ଦେଖାଉଥିବା ଉଦାର ପଣିଆକୁ ମଧ୍ୟ ବେଶ ସମାଲୋଚନା କରିଛି ଆମେରିକା। 

Add Zee News as a Preferred Source

ଏହି ପତ୍ର ମାଧ୍ୟମରେ whoର ମୁଖ୍ୟ ଡାକ୍ତର ଟେଡୋରସକୁ ସିଧାସଳଖ ଭାବେ ସମାଲୋଚନା କରାଯିବା ସହିତ ଏହି ଘଟଣା ପାଇଁ ସିଧାସଳଖ ଦୋଷୀ କରାଯାଇଛି। ଡାକ୍ତର ଟେଡୋରସକୁ ଦାୟୀ କରାଯିବା ସହିତ ଚିଠିରେ ଆହୁରି ମଧ୍ୟ ଲେଖାଯାଇଛି ଯେ, ଚୀନର କମ୍ୟୁନିଷ୍ଟ ସରକାର ଉପରେ ଦୋଷ ଲଗାଇବାକୁ ଡରୁଛି who। ଚୀନରେ ମହାମାରୀ ବ୍ୟାପିବା ସମୟରେ ଆପଣ whoର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ଆପଣ ଚୀନର ସଂକଟ ସମୟରେ ସରକାରଙ୍କ ପାରଦର୍ଶିତାର ପ୍ରଶଂସା କରିଥିଲେ। ଯେଉଁ ସ୍ଥିତିରେ ଚୀନ ସରକାର ନିଜର କୋରୋନା ସଂକ୍ରମିତ ଓ ମୃତକଙ୍କ ସଠିକ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ମଧ୍ୟ ଦର୍ଶାଇନାହିଁ। 

କେବଳ ଏତିକି ନୁହେଁ ଉକ୍ତ ଚିଠିରେ ଆମେରିକା ଚୀନର ଏକ ବୃହତ୍ତ ମିଛକୁ ମଧ୍ୟ ପର୍ଦ୍ଦାଫାସ କରିଛି। ଉକ୍ତ ଚିଠିରେ କଂଗ୍ରେସ ଲେଖିଛି ଯେ, ୧୪ ଜାନୁଆରୀ, ୨୦୨୦ରେ whoକୁ ଏକ ଟ୍ୱିଟ କରିଥିଲା। ଉକ୍ତ ଟ୍ୱିଟରେ ଦର୍ଶାଯାଇଥିଲା ଯେ, ଚୀନ ଦ୍ୱାରା କରାଯାଉଥିବା ଯାଞ୍ଚରେ ମଣିଷରୁ ମଣିଶକୁ ହେଉଥିବା ଟ୍ରାନସମିଶନରେ କୌଣସି ସଠିକ ପ୍ରମାଣ ମିଳୁନାହିଁ। ପ୍ରାରମ୍ଭିକ ଯାଞ୍ଚକୁ ଚୀନ ଦ୍ୱାରା ଏକ ଡାକ୍ତରଙ୍କୁ ଜେଲରେ ମଧ୍ୟ ଭର୍ତ୍ତି କରାଯାଇଛି। ସେ କୋଭିଡ଼ ୧୯ ସମ୍ପର୍କରେ ପ୍ରଥମେ ପ୍ରକାଶ କରିଥିଲେ। ଯାହା ଚୀନ ସରକାରଙ୍କ ଦ୍ୱାରା ପରିଚାଳିତ ଏକ ଗଣମାଧ୍ୟମ ସଂସ୍ଥା ତାହାକୁ ପ୍ରକାଶ କରିଥିଲା। 

ସେହିପରି ଆହୁରି ମଧ୍ୟ କୁହାଯାଇଛି ଯେ, ୨୦୧୯ ମସିହାରେ କୋରୋନା ସମ୍ପର୍କରେ ତାଇୱାନ ଦେଇଥିବା ସଚେତନ ବାର୍ତ୍ତାକୁ ମଧ୍ୟ who ଅଣଦେଖା କରିଥିଲା। କାରଣ ତାଇଓ୍ୱାନ whoର ସଦସ୍ୟ ନଥିବାରୁ ଅଣଦେଖା କରିଥିଲା ଅନୁଷ୍ଠାନ। ଏହି ପତ୍ରରେ ଆହୁରି ମଧ୍ୟ କୁହାଯାଇଛି ଦେଶରେ ହୋଇଥିବା ଭୟାବହତାର ତଥ୍ୟକୁ ମଧ୍ୟ  ଚୀନ ଲୁଚାଇଛି। ଆମେରିକୀୟ କଂଗ୍ରେସ କହିଛି ଯେ, who ଯେବେ କୋରୋନାକୁ ମହାମାରୀ ଭାବେ ଘୋଷଣା କଲା, ସେତେବେଳେ ୧୯ଟି ରାଷ୍ଟ୍ରରେ ଏହି କୋରୋନା ବ୍ୟାପି ସାରିଥିଲା। ଆଉ କୋରୋନା କବଳରେ ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକ ପୀଡ଼ିତ ହୋଇଥିବା ବେଳେ ହଜାରେରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇ ସାରିଥିଲା। 

About the Author