ଚୀନ ବିପକ୍ଷରେ ହେବ କି ଅର୍ଥନୈତିକ ଯୁଦ୍ଧ...
Trending Photos
)
ନୂଆଦିଲ୍ଲୀ: କୋରୋନା ସଂକଟ ବେଳେ ଏକ ଉତ୍ତମ ବନ୍ଧୁର ଦାୟିତ୍ୱ ତୁଲାଇଛି ଭାରତ। ଆମେରିକାକୁ ଏହି ସଂକଟ ସମୟରେ ହାଇଡ୍ରୋକ୍ଲୋରୋ କୁଇନ ବଟିକା ଦେଇ ସଂକଟ ସମୟରେ ସହାୟତାର ହାତ ବଢାଇଛି ଭାରତ। ସେପଟେ ଏହି ସହାୟତା ପାଇଁ ଭାରତକୁ ଭୁରି ଭୁରି ପ୍ରଶଂସା କରିଛି ଆମେରିକି। ଏପରିକି ଆମେରିକା ଯଥା ସମ୍ଭବ ଋଣ ସୁଝିବାକୁ ପ୍ରୟାସ କରିଛି।
ମିଳିଥିବା ସୂଚନା ମୁତାବକ ଆମେରିକା ଏହି ଔଷଧ ପାଇବା ପରେ ଭାରତୀୟ କମ୍ପାନୀ ଗୁଡ଼ିକ ପାଇଁ ଆମେରିକା ତାର ବଜାରକୁ ଖୋଲି ଦେଇଛି। ଆମେରିକା ହେଉଛି ଦୁନିଆର ସବୁଠାରୁ ବଡ଼ ଫାର୍ମା ବଜାର। କୋରୋନା ପୂର୍ବରୁ ଭାରତୀୟ ଔଷଧ କମ୍ପାନୀ ଗୁଡିକ ପାଇଁ ଆମେରିକାରେ ନିଜର ବ୍ୟବସାୟ କରିବାକୁ ଅନେକ ସମସ୍ୟା ସୃଷ୍ଟି ହେଉଥିଲା। ଆମେରିକୀୟ ସଂସ୍ଥା ଯାହାର ନାମ ଏଫଡିଏ ଭାରତୀୟ କମ୍ପାନୀ ଗୁଡ଼ିକ ପାଇଁ ସମସ୍ୟା ସୃଷ୍ଟି କରୁଥିଲା।
ତେବେ ଭାରତ ଔଷଧ(ହାଇଡ୍ରାକ୍ଲୋରୋ କୁଇନ) ଦେଇ ଯେଉଁ ସହାୟତା କରିଛି, ଔଷଧ କମ୍ପାନୀ ଗୁଡ଼ିକ ପାଇଁ ନିଜର ବଜାର ଖୋଲି ଋଣ ସୁଝିବାକୁ ପ୍ରୟାସ ଆରମ୍ଭ କରିଛି ଆମେରିକା। ଏଣିକି ଏଫଡ଼ିଏ ଭାରତୀୟ ଔଷଦ କମ୍ପାନୀକୁ ନିଜର ଉତ୍ପାଦକୁ ବିକ୍ରି କରିବାକୁ ଅନୁମତି ପ୍ରଦାନ କରିଛି। ଏହି ଅନୁମତି ମିଳିବା ପରେ ଭାରତୀୟ ଔଷଧ କମ୍ପାନୀ ଗୁଡ଼ିକ ଆମେରିକା ବଜାରରେ ବିକ୍ରି କରିପାରିବେ। ସେପଟେ ମୋଦିଙ୍କ କୂଟନୈତିକ ରଣନୀତି ଏଥିପାଇଁ ଦାୟୀ ବୋଲି ବେଶ ସକରାତ୍ମକ ଆଲୋଚନା ଜୋର ଧରିଛି।
ସୂଚନା ଯୋଗ୍ୟ ଆମେରିକା ଯେତେବେଳେ ହାଇଡ୍ରୋକ୍ଲୋରୋ କୁଇନ ଭାରତକୁ ମାଗିଥିଲା, ସେତେବେଳେ ମୋଦି ଏକାଧିକ ପ୍ରସ୍ତାବ ଆମେରିକା ସମ୍ମୁଖରେ ରଖିଥିଲେ। ସେଗୁଡ଼ିକ ମଧ୍ୟରେ ଏହି ଫାର୍ମା ବଜାରର ସମସ୍ୟାକୁ ହଟାଇବା ପାଇଁ ଆମେରିକାକୁ କହିଥିଲେ। ଏହି ସମସ୍ୟା ହଟିଗଲେ ସେଠାରେ ଏହି ହାଇଡ୍ରାକ୍ଲୋରୋ କୁଇନ ସହଜରେ ଉପଲବ୍ଧ ହୋଇ ପାରିବ ବୋଲି ମୋଦି କହିଥିଲେ। ତେବେ ଏହି ଅନୁମତି ମିଳିବା ପରେ ସିପ୍ଲା, ଅରୋବିନ୍ଦ, ଅଜନ୍ଥା, କ୍ୟାଡ଼ିଲା, ଗ୍ରନୁଲେସ, ଡା। ରେଡ୍ଡୀସ ଲ୍ୟାବ, ଲୁପିନ, ଷ୍ଟ୍ରାଇଡ଼ସ, ବାଇକନ, ଆଇପିସିଏ ପ୍ରମୁଖ କମ୍ପାନୀ ଗୁଡ଼ିକ ଆମେରିକାରେ ବ୍ୟବସାୟ କରିପାରିବେ ବୋଲି ସୂଚନା ରହିଛି।