ଜାଣନ୍ତୁ କେମିତି ଆଖିତଳ କଳାଦାଗ ସମସ୍ୟା ଦୂର କରେ ଟମାଟୋ ?
Advertisement

ଜାଣନ୍ତୁ କେମିତି ଆଖିତଳ କଳାଦାଗ ସମସ୍ୟା ଦୂର କରେ ଟମାଟୋ ?

ଆଖି ତଳ କଳାଦାଗ ସମସ୍ୟାକୁ ଦୂର କରିବା ପାଇଁ ଟମାଟୋର ବହୁତ ଲାଭଦାୟକ । ଟମାଟୋରରେ  ଆଣ୍ଟି ଅକ୍ସିଡାଣ୍ଟ ଭରପୂର ରହିଛି  ।

ଜାଣନ୍ତୁ କେମିତି ଆଖିତଳ କଳାଦାଗ ସମସ୍ୟା ଦୂର କରେ ଟମାଟୋ ?

ସୁଭଦ୍ରା ବେହେରା, ନୂଆଦିଲ୍ଲୀ: ଆଖି ତଳ କଳା ପଡ଼ିବା ଏହା ଏକ ସାଧାରଣ ସମସ୍ୟା । ଅଧିକ ଚିନ୍ତା ଏବଂ ଅଧିକ ସମୟ ପର୍ଯ୍ୟନ୍ତ ଟିଭି ଆଗରେ ବସିଲେ ଏହି ସମସ୍ୟା ବଢିଥାଏ । ଯଦି ଆପଣ ଆଖିତଳ କଳାଦାଗକୁ ନେଇ ଚିନ୍ତିତ ଅଛନ୍ତି ତେବେ ପଢନ୍ତୁ ଏହି ରିପୋର୍ଟ ।
ଆଖି ତଳ କଳାଦାଗ ସମସ୍ୟାକୁ ଦୂର କରିବା ପାଇଁ ଟମାଟୋର ବହୁତ ଲାଭଦାୟକ । ଟମାଟୋରରେ  ଆଣ୍ଟି ଅକ୍ସିଡାଣ୍ଟ ଭରପୂର ରହିଛି  । ଯାହା ଏହି ସମସ୍ୟାକୁ ଦୂର କରିବାରେ ଅଧିକ ଲାଭ ଦାୟକ ।

ଟମାଟର ଏବଂ ଘିଁକୁଆଁରୀ 

fallback
ଗୋଟିଏ ଚାମଚ ଟମାଟର ରସ ସହିତ ୨ ଟେବୁଲ ସ୍ପୁନ ଘିଁକୁଆଁରୀ ମିଶାଇ ଆଖି ତଳେ ମସାଜ କରନ୍ତୁ । ମସାଜ କରିବା ପରେ ଏହି ମିଶ୍ରଣକୁ ୧୫ ମିନଟ ପାଇଁ ଲଗାଇ ରଖନ୍ତୁ । ସପ୍ତାହକୁ ୨ରୁ ୩ ଥର ଏପରି କରନ୍ତୁ । ଏହାଦ୍ୱାରା ଖୁବ କମ୍ ସମୟ ଭିତରେ ଆଖିତଳ ଦାଗ ସମସ୍ୟା ଦୂର ହୋଇଯିବ  ।

ଟମାଟର ଏବଂ ଲେମ୍ବୁ

ଟମାଟର ଏବଂ ଲେମ୍ବୁରେ ସାଇଟ୍ରିକ ଏସିଡ୍ ଭରପୂର ରହିଛି । ଏହି ୨ ରସକୁ ଏକମାତ୍ରାରେ ମିଶାଇ ଆଖିତଳେ ଲଗାନ୍ତୁ । ଏହା  ଆଖିତଳ କଳାଦାଗ ସମସ୍ୟା ଦୂର କରିବାରେ ବହୁତ ଫଳପ୍ରଦ ।

ଟମାଟର ଏବଂ ଆଳୁ

ଆଳୁର ରସକୁ  ଟମାଟର ରସ ସହ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହାକୁ ୧୫ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ଆଖି ତଳେ ଲଗାଇ ରଖନ୍ତୁ । ଦେଖିବେ ଆଖି ତଳ ଦାଗ ସମସ୍ୟା କିଛି ଦିନ ପରେ ଦୂର ହୋଇଯିବ ।