close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଶ୍ରୀରାମଙ୍କ ପ୍ରତିମୂର୍ତ୍ତି ପାଇଁ ଆଉ ପାଦେ ଆଗେଇଲେ ଯୋଗୀ ସରକାର, ସାଢେ ୪ ଶହ କୋଟି ଟଙ୍କା ମଞ୍ଜୁର

ରେକର୍ଡ ରଚିବ ଅଯୋଧ୍ୟା...ଅଯୋଧ୍ୟାରେ ଶ୍ରୀରାମଙ୍କ ବିଶାଳ ପ୍ରତିମୂର୍ତ୍ତି ପାଇଁ ଆଉ ପାଦେ ଆଗେଇଲେ ଯୋଗୀ ସରକାର...ସାଢେ ୪ କୋଟି ଟଙ୍କା ମଞ୍ଜୁର...

ଶ୍ରୀରାମଙ୍କ ପ୍ରତିମୂର୍ତ୍ତି ପାଇଁ ଆଉ ପାଦେ ଆଗେଇଲେ ଯୋଗୀ ସରକାର, ସାଢେ ୪ ଶହ କୋଟି ଟଙ୍କା ମଞ୍ଜୁର
ଫାଇଲ ଫଟୋ

ନୂଆଦିଲ୍ଲୀ: ଅଯୋଧ୍ୟା ମାମଲାର ରାୟ ଆସିବା ପୂର୍ବରୁ ଯୋଗୀ ସରକାରଙ୍କ ବଡ ନିଷ୍ପତ୍ତି । ଶ୍ରୀରାମଙ୍କ ବିଶାଳ ପ୍ରତିମୂର୍ତ୍ତି ପାଇଁ ୪୪୬।୪୬ କୋଟି ଟଙ୍କା ମଞ୍ଜୁର କରିଛି କ୍ୟାବିନେଟ । ଏହି ଟଙ୍କାରେ ଏକ ଡିଜିଟାଲ ମ୍ୟୁଜିୟମ ମଧ୍ୟ ହେବ । ବିଶ୍ୱରେ ସବୁଠୁ ବଡ ହେବ ଏହି ପ୍ରତିମା ।  

ଶୁକ୍ରବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ବସିଥିଲା କ୍ୟାବିନେଟ ବୈଠକ । ଏଥରେ ୭ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିଛି । ଆଉ ଏହାରି ଭିତରେ ରହିଛି ଅଯୋଧ୍ୟାରେ ଶ୍ରୀରାମଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଏବଂ ଡିଜିଟାଲ ମ୍ୟୁଜିୟମ ନିର୍ମାଣ । ଯେଉଁଥିପାଇଁ ଟଙ୍କା ମଞ୍ଜୂର କରିଛନ୍ତି ଯୋଗୀ ସରକାର । 

ଅଯୋଧ୍ୟାର ସରଜୁ ନଦୀ କୂଳରେ ଶହେ ହେକ୍ଟର ଜମିରେ ସ୍ଥାପିତ ହେବ ଶ୍ରୀରାମଙ୍କ ବିଶାଳ ପ୍ରତିମୂର୍ତ୍ତି । ଏହାସହ ଅଯୋଧ୍ୟାର ସାମଗ୍ରିକ ବିକାଶ ପାଇଁ ଶ୍ରୀରାମଙ୍କ ଉପରେ ଆଧାରିତ
ଡିଜିଟାଲ ମ୍ୟୁଜିୟମ୍ ନିର୍ମାଣ ହେବ । ଭଗବାନ ରାମଙ୍କ ପ୍ରସ୍ତାବିତ ପ୍ରତିମୂର୍ତ୍ତି ୨୫୧ ମିଟର ଉଚ୍ଚତା ବିଶିଷ୍ଟ ହେବ । ଯାହାକି ବିଶ୍ୱର ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତିର ମାନ୍ୟତା ପାଇବ । 

ବର୍ତ୍ତମାନ ପର୍ଯ୍ୟଟନ ଚୀନରେ ସ୍ଥାପିତ ହୋଇଥିବା ଗୌତମ ବୁଦ୍ଧଙ୍କ ପ୍ରତିମା ବିଶ୍ୱର
ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତିର ମାନ୍ୟତା ପାଇଛି । ଏହାର ଉଚ୍ଚତା ରହିଛି ୨୦୮ ମିଟର । ସେହିପରେ ନିକଟରେ ଗୁଜରାଟରେ ସ୍ଥାପିତ ହୋଇଥିବା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତିର ଉଚ୍ଚତା ହେଉଛି ୧୮୨ ମିଟର । ନ୍ୟୁୟର୍କର ଷ୍ଟାଚ୍ୟୁ ଅଫ୍ ଲିବର୍ଟିର ଉଚ୍ଚତା ୯୩ ମିଟରର ହୋଇଥିବା ବେଳେ ମୁମ୍ବାଇରେ ନିର୍ମାଣଧୀନ ବାବା ସାହେବ ଆମ୍ବେଦକରଙ୍କ ମୂର୍ତ୍ତିର ଉଚ୍ଚତା ୧୩୭।୨ ମିଟରର । 

ଅନ୍ୟପଟେ ଆରବ ସାଗର ମଧ୍ୟରେ ନିର୍ମାଣ ଚାଲିଥିବା ଛତ୍ର ତି ଶିବାଜୀଙ୍କ ପ୍ରତିମା ୨୧୨ ମିଟରର ହେବ । ତେଣୁ ପ୍ରଭୂ ଶ୍ରୀରାମଙ୍କ ୨୫୧ ମିଟର ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତି ନିର୍ମାଣ ହେଲେ ଏହା ବିଶ୍ୱର ସର୍ବଶ୍ରେଷ୍ଠ ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତି ହେବ ।