)
ନୋଏଡା : ଦେଶରେ ଦିନକୁ ଦିନ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବୁଧବାର ଗୌତମ ବୁଦ୍ଧ ନଗରରେ ୪ଟି ନୂତନ ମାମଲା ସାମ୍ନାକୁ ଆସିଛି। ଏହା ମଧ୍ୟରେ ଏକ ୯ ମାସର ଶିଶୁ ମଧ୍ୟ ରହିଛି। ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୨୯୩ରେ ପହଞ୍ଚିଛି। ତେବେ ଏହି ସଂକ୍ରମିତଙ୍କ ମଧ୍ୟରେ ସେକ୍ଟର-୭୮ର ୬୮ ବର୍ଷୀୟ ବୃଦ୍ଧ ରହିଥିବା ବେଳେ ଜୁଆରର ୯ ମାସର ଶିଶୁ ରହିଥିବା ସୂଚନା ରହିଛି। ସେହିପରି ସେକ୍ଟର ୧୦୧ ଅଞ୍ଚଳର ୮୦ବର୍ଷ ବୟସ୍କ ବୃଦ୍ଧ ଏବଂ ସେକ୍ଟର -୧୫ର ୨୭ ବର୍ଷୀୟ ଯୁବତୀ ରହିଛନ୍ତି ଅନ୍ତର୍ଭୁକ୍ତ।
ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଡିଆ ବୁଲେଟିନ୍ ଜାରି କରି ଏହି ସୂଚନା ଦିଆଯାଇଛି। ବୁଲେଟିନ୍ ଅନୁଯାୟୀ ବୁଧବାର ଦିନ ଜିଲ୍ଲାରେ କୌଣସି ରୋଗୀଙ୍କୁ ଡିସଚାର୍ଜ କରାଯାଇ ନାହିଁ। ବର୍ତ୍ତମାନ ସୁଦ୍ଧା ଉଦ୍ଧାର ହୋଇଥିବା ମୋଟ ଲୋକଙ୍କ ସଂଖ୍ୟା ମାତ୍ର ୨୦୭ ରହିଥିବା ବେଳେ ଜିଲାରେ ମୋଟ ୫ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ, ଗୌତମ ବୁଦ୍ଧ ନଗରରେ ସମୁଦାୟ ୮୧ଟି ସକ୍ରିୟ କୋରୋନା ଭୁତାଣୁ ଅଛନ୍ତି। ଏପର୍ଯ୍ୟନ୍ତ ୧୪ ଜଣଙ୍କୁ ପୁନଃଯାଞ୍ଚ କରାଯାଇଛି।