ରେଲୱେ ଟ୍ରାକରେ ଗଲେ ବାଟ ପାଇବୁ...

ୟୁପିରୁ ଘରକୁ ଫେରିବା ପାଇଁ ରେଳପଥକୁ ବାଛି ନେଇଥିଲେ ବିହାରର ୧୬ ଯୁବକ

ରେଲୱେ ଟ୍ରାକରେ ଗଲେ ବାଟ ପାଇବୁ...
ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ହଠାତ୍ ସମଗ୍ର ଦେଶକୁ ଲକ୍ ଡାଉନ ଘୋଷଣା କରାଗଲା । ପରିବହନ ସେବା ବନ୍ଦ ହୋଇଗଲା । ହେଲେ ଏହାରି ଭିତରେ ଉତ୍ତର ପ୍ରଦେଶ ବାରଣାସୀରେ ଫସି ଯାଇଥିଲେ ବିହାରର ୧୬ ଯୁବକ । ଘରକୁ କିପରି ଫେରିବେ, କିଛି ବୁଦ୍ଧି ଦିଶୁନଥିଲା । ଉତ୍ତର ପ୍ରଦେଶରେ ରହିବା ପାଇଁ ସୁବିଧା ମଧ୍ୟ ନଥିଲା । ତେଣୁ ରେଳୱେ ଟ୍ରାକରେ ଚାଲି ଚାଲି ଘରକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ ଏମାନେ । କିଛି ଦୂର ପର୍ଯ୍ୟନ୍ତ ଚାଲିବା ମଧ୍ୟ ଆରମ୍ଭ କରିଦେଇଥିଲେ । ଶେଷରେ ଉତ୍ତର ପ୍ରଦେଶ ପୋଲିସ ବଢ଼ାଇଛି ସହାୟତାର ହାତ । 

ଯାହା ଜଣାପଡ଼ିଛି, ବିହାରର ଏହି ୧୬ ଯୁବକ କାଲିକଟରେ କାମ କରୁଥିଲେ । ତେବେ ସମଗ୍ର ଦେଶ ଲକ୍ ଡାଉନ ହେବା ପୂର୍ବରୁ ଏମାନେ ଝାନସୀ ପର୍ଯ୍ୟନ୍ତ ଫେରିବାରେ ସକ୍ଷମ ହୋଇଥିଲେ । ସେଠାରୁ ଏକ ଟ୍ରକରେ ବସି ବାରଣାସୀ ପର୍ଯ୍ୟନ୍ତ ଆସିଥିଲେ । ଆଉ ଏହା ପରେ ବିହାର ଫେରିବାକୁ କୌଣସି ରାସ୍ତା ନଥିଲା । ବାଟ ମଧ୍ୟ ଏମାନଙ୍କୁ ଜଣାନଥିଲା । ଶେଷରେ ରେଲୱେ ଟ୍ରାକରେ ଗଲେ ବାଟ ପାଇବୁ ଭାବି ଚାଲିବା ଆରମ୍ଭ କରିଥିଲେ ଏମାନେ । ଏପରିକି ରେଲୱେ ଟ୍ରାକର ଚାଲି ଚାଲି କୁଚମନ ରେଲୱେ ଷ୍ଟେସନ ପର୍ଯ୍ୟନ୍ତ ପଳାଇ ଆସିଥିଲେ । 

n

ତେବେ ଏ ଘଟଣା ସେଠିକାର ଏସପି ଜାଣିପା ପରେ ବଢାଇଛନ୍ତି ସହାୟତାର ହାତ । ସମସ୍ତ ଯୁବକଙ୍କୁ ଉଦ୍ଧାର କରାାଯାଇଛି । ଏପରିକି ସେମାନଙ୍କୁ ଘରକୁ ପଠାଇବା ପାଇଁ ଏକ ଗାଡ଼ିର ମଧ୍ୟ ବ୍ୟବସ୍ଥା କରିଛନ୍ତି ।