ଜାତିଆଣକୁ ଆକ୍ଷେପ କରି କ୍ୱାରେଣ୍ଟାଇନ ସେଣ୍ଟରରେ ହଙ୍ଗାମା, ଅଭିଯୋଗ ଆଣିଲେ ସରପଞ୍ଚ
Advertisement

ଜାତିଆଣକୁ ଆକ୍ଷେପ କରି କ୍ୱାରେଣ୍ଟାଇନ ସେଣ୍ଟରରେ ହଙ୍ଗାମା, ଅଭିଯୋଗ ଆଣିଲେ ସରପଞ୍ଚ

ଯାହା ଜଣାପଡ଼ିଛି, ଗତକାଲି କେରଳରୁ ଜଣେ ପ୍ରବାସୀ ଓଡିଆ ଢଁସର କ୍ୱାରେଣ୍ଟାଇନ ସେଣ୍ଟରରେ ରହିବା ନେଇ ଆସିଥିଲେ । ତେବେ ଅଚାନକ ସେହି ଗ୍ରାମର ଦୁଇ ଅସାମାଜିକ ଯୁବକ ପହଞ୍ଚି ଯାତିଆଣ ଆକ୍ଷେପ କରିଥିଲେ । 

ଫଟୋ ସୌଜନ୍ୟ: ଜୀ ମିଡିଆ

ବାଙ୍କୀ: ଜାତିଆଣକୁ ଆକ୍ଷେପ କରି ବାଙ୍କୀ ଡମପଡା ବ୍ଲକ ଢଁସର ପଞ୍ଚାୟତର କ୍ୱାରେଣ୍ଟାଇନ ସେଣ୍ଟରରେ ଦୁଇ ଯୁବକଙ୍କ ଉନ୍ମତ୍ତ କାଣ୍ଡ । ଦାୟିତ୍ୱରେ ଥିବା ସିକ୍ୟୁରୁଟି ଗାର୍ଡକୁ ଧମକ ଦେବା ସହିତ କ୍ଵାରେଣ୍ଟାଇନ କେନ୍ଦ୍ରରେ ଲାଗିଥିବା ଆକ୍ୱାଗାର୍ଡ ମେସିନ  ମଧ୍ୟ ଭାଙ୍ଗି ଦେଇଛନ୍ତି । ଏପରିକି ଚେୟାର ଟେବୁଲ ମଧ୍ୟ ଭଙ୍ଗାରୁଜା କରିଥିଲେ । ଏନେଇ ଅଭିଯୋଗ ଆଣିଛନ୍ତି ଦାୟିତ୍ୱରେ ଥିବା ସରପଞ୍ଚ ସଞ୍ଜୁ ନାୟକ ଓ ସିକ୍ୟୁରିଟି ଗାର୍ଡ । 

ଯାହା ଜଣାପଡ଼ିଛି, ଗତକାଲି କେରଳରୁ ଜଣେ ପ୍ରବାସୀ ଓଡିଆ ଢଁସର କ୍ୱାରେଣ୍ଟାଇନ ସେଣ୍ଟରରେ ରହିବା ନେଇ ଆସିଥିଲେ । ତେବେ ଅଚାନକ ସେହି ଗ୍ରାମର ଦୁଇ ଅସାମାଜିକ ଯୁବକ ପହଞ୍ଚି ଯାତିଆଣ ଆକ୍ଷେପ କରିଥିଲେ । ଉକ୍ତ ଆଦିବାସୀ ଯୁବକଙ୍କୁ କ୍ୱାରେଣ୍ଟାଇନ ସେଣ୍ଟରରେ ରହି ପାରିବେ ନାହିଁ ବୋଲି ଧମକ ମଧ୍ୟ ଦେଇଥିଲେ । କ୍ୱାରେଣ୍ଟାଇନ ସେଣ୍ଟରଥିବା ସିକ୍ୟୁରୁଟି ଗାର୍ଡ ଏହାକୁ ବିରୋଧ କରିବାରୁ ଧମକ ମଧ୍ୟ ଦେଇଥିଲେ ଉକ୍ତ ୨ ଯୁବକ । 

କେବଳ ଏତିକି ନୁହେଁ, ଠେଲାପେଲା କରି କ୍ୱାରେଣ୍ଟାଇନ ସେଣ୍ଟରରେ ଜବରଦସ୍ତି ପଶି ପ୍ରବାସୀ ଓଡିଆଙ୍କ ବ୍ୟବହାର ପାଇଁ ଥିବା ଆକ୍ୱାଗାର୍ଡ, ଚେୟାର ଟେବୁଲ ଇତ୍ୟାଦି ଭଙ୍ଗାରୁଜା କରିଥିଲେ । ତେବେ ଉକ୍ତ ଅସାମାଜିକ ଯୁବକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସରପଞ୍ଚ ଦାବି କରିଛନ୍ତି ।