close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଆଳୁ ପିଆଜ ପରେ କନ୍ଦାଇଲା ପରିବା, ଚିନ୍ତାରେ ଖାଉଟି

କାର୍ତ୍ତିକ ମାସରେ ପରିବା ଦର ଆକାଶ ଛୁଆଁ। ଚିନ୍ତାରେ ଖାଉଟି ଆଳୁ ପିଆଜ ପରେ ଏବେ ଖାଉଟିଙ୍କ ଚିନ୍ତା ବଢାଇଛି ଅନ୍ୟାନ୍ୟ ପରିବା। ହଜାରେ ଟଙ୍କା ନେଇ ବଜାର ଗଲେ ବି ପୂରୁନି ପରିବା ବ୍ୟଗ।

 ଆଳୁ ପିଆଜ ପରେ କନ୍ଦାଇଲା ପରିବା, ଚିନ୍ତାରେ ଖାଉଟି

ଅଭୟ ମହାନ୍ତି, କେନ୍ଦୁଝର: ଚାଲିଛି କାର୍ତ୍ତିକ ମାସ। ଆକାଶଛୁଆଁ ପରିବା ଦର। ଫୁଲକୋବି ୮୦କୁ ବନ୍ଧାକୋବି ୮୦, ବିଲାତି ଆଉ ବାଇଗଣ ୫୦ ଉପରେ, ଜହ୍ନି ଭେଣ୍ଡି ୬୦। ହଜାରେ ଟଙ୍କା ନେଇକି ବଜାର ଗଲେ ପୁରୁନାହିଁ ବ୍ୟାଗ। କାର୍ତ୍ତିକ ମାସରେ ଅଧିକାଂଶ ଲୋକ ନିରାମିଷ ଭୋଜନ ପାଇଁ ପରିବା ଉପରେ ନିର୍ଭର କରୁଥିବାବେଳେ ଏବେ ପରିବା ଦର ସେମାନଙ୍କୁ ଯନ୍ତ୍ରଣା ଦେଉଛି। ତେବେ କାର୍ତ୍ତିକ ମାସରେ କେମିତି ରହିଛି ପରିବା ବଜାରର ସ୍ଥିତି ଆସନ୍ତୁ ଜାଣିବା ସେ ସମ୍ପର୍କରେ। 

 ହିନ୍ଦୁଧର୍ମରେ କାର୍ତ୍ତିକ ମାସକୁ ଏକ ଧର୍ମ ମାସ ଭାବେ ପାଳନ କରାଯାଏ। ଅଧିକାଂଶ ଲୋକ ମାସ ତମାମ ଆମିଷ ଭୋଜନ ପରିହାର କରି ନିରାମିଷ ଭୋଜନ ଗ୍ରହଣ କରିଥାନ୍ତି। ଏପରି ସ୍ଥିତିରେ ବଜାରର ପରିବା ଦର ଖାଉଟିଙ୍କ ପାଇଁ ଚିନ୍ତାର କାରଣ ରହିଛି। ଏଥିରୁ ବାଦ ପଡିନାହିଁ କେନ୍ଦୁଝର ପରିବା ବଜାର। ଆଳୁ କିଲୋପ୍ରତି ଦାମ ୨୫ ଟଙ୍କା, ଫୁଲକୋବି କିଲୋ ପ୍ରତି ଦାମ୮୦, ବନ୍ଧାକୋବି କିଲୋ ପ୍ରତି ଦାମ ୮୦ ଟଙ୍କା, ବିଲାତି ବାଇଗଣ କିଲୋପ୍ରତି ଦର ୫୦ ଟଙ୍କା  ଓ ବାଇଗଣ କିଲୋ ୫୦ଟଙ୍କା ଉପରେ। ସେହିପରି ଜହ୍ନି  କିଲୋପ୍ରତି ଦାମ ୬୦ ଟଙ୍କା, ଭେଣ୍ଡି କିଲୋପ୍ରତି ଦାମ୍  ୬୦ଟଙ୍କା ଓ କୁନ୍ଦୁରୀ କଲୋପ୍ରତି ଦାମ୍  ୬୦ ଟଙ୍କା ରହିଛି। ଏପରିକି ସ୍ୱାଦ ପାଇଁ ବ୍ୟବହାର ହେଉଥିବା କଞ୍ଚାଲଙ୍କାର  କିଲୋପ୍ରତି  ୧୦୦ ଟଙ୍କା ଥିବା ବେଳେ ଧନିଆପତ୍ର ଦାମ ବିଡା ପ୍ରତି ୧୦ ଟଙ୍କା ରହିଛି।  ପରିବା ବଜାରର ଏପରି ଆକାଶଛୁଆଁ ଦର ଖାଉଟିଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି । ହଜାରେ ଟଙ୍କା ନେଇ ବଜାରକୁ ଆସିଲେ ପରିବା ବ୍ୟାଗ ପୁରୁନଥିବା ଖାଉଟି କହିଛନ୍ତି ।

VEGITABE HIKE PRICE ଲୋକଙ୍କ ଚାହିଦା ଅନୁଯାୟୀ ବଜାରକୁ ପରିବା ଆସୁନାହିଁ। ସେପଟେ  କେନ୍ଦୁଝର ଓ ଆଖପାଖ ଅଞ୍ଚଳରେ ପର୍ଯ୍ୟାପ୍ତ ପରିମାଣର ପରିବା ଚାଷ କରାଯାଉନଥିବା ଦର ବୃଦ୍ଧିର ମୁଖ୍ୟ କାରଣ। ସେହିପରି  ଯେଉଁ ସମୟରେ ପରିବା ଅଧିକ ଅମଳ ହେଉଛି ସେସବୁକୁ ଗଚ୍ଛିତ ରଖିବାକୁ କେନ୍ଦୁଝରରେ ଶୀତଳଭଣ୍ଡାର ନାହିଁ। ଏସବୁ କାରଣରୁ ପରିବା ଦର ଉଚ୍ଚା ରହୁଥିବା ପରିବା ବ୍ୟବସାୟୀ କହିଛନ୍ତି । 
ବଜାରକୁ ଉଚ୍ଚା ଦାମରେ ବାହାର ରାଜ୍ୟରୁ ପରିବା ଆସୁଥିବାରୁ ପରିବା ଦର ବୃଦ୍ଧି ପାଉଛି। ଏଥିପ୍ରତି  ଯୋଗାଣ ବିଭାଗର ନିୟନ୍ତ୍ରଣ ରହିଲେ ସ୍ଥିତିରେ ସୁଧାର ଆସନ୍ତା ବୋଲି   ସାଧାରଣରେ ଚର୍ଚ୍ଚା ହେଉଛି ।